ଆଇଜୋଲ: ମିଜୋରାମରେ ପଥର ଖଣିରେ ଅତଡ଼ା ଖସି ଚାପି ହୋଇଗଲେ ଶ୍ରମିକ । ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ପଥର ଅତଡ଼ା ମଧ୍ୟରେ ଚାପି ହୋଇଥିବା ଅନୁମାନ କାରଯାଉଛି । ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଏନଡିଆରଏଫ ସର୍ଚ୍ଚ ଅପରେସନ ଜାରି ରଖିଛି । ମିଜୋରାମର ହାନ୍ଥିଆଲ୍ ଜିଲ୍ଲାର ମାଉଦର୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।
-
UPDATE | Mizoram: Eight bodies recovered so far from site at Maudarh village in Mizoram's Hnahthial district. NDRF team comprising two officers & 13 staff reached the spot on Tuesday morning, search operation on: Hnahthial DC R Lalremsanga https://t.co/S7d90UrjEw
— ANI (@ANI) November 15, 2022 " class="align-text-top noRightClick twitterSection" data="
">UPDATE | Mizoram: Eight bodies recovered so far from site at Maudarh village in Mizoram's Hnahthial district. NDRF team comprising two officers & 13 staff reached the spot on Tuesday morning, search operation on: Hnahthial DC R Lalremsanga https://t.co/S7d90UrjEw
— ANI (@ANI) November 15, 2022UPDATE | Mizoram: Eight bodies recovered so far from site at Maudarh village in Mizoram's Hnahthial district. NDRF team comprising two officers & 13 staff reached the spot on Tuesday morning, search operation on: Hnahthial DC R Lalremsanga https://t.co/S7d90UrjEw
— ANI (@ANI) November 15, 2022
ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ସାଇଜିକପୁଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, "ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶ୍ରମିକଙ୍କ ମୃତଦେହ ଚିହ୍ନଟ ପରେ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯିବ ।" ଏହି ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ 12 ଜଣ ବିହାରର ହୋଇଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ: କାମ ସାରି ଫେରୁଥିଲେ, କେନାଲରେ ବୁଡ଼ିଗଲେ ଗୋଟିଏ ପରିବାର ୫ ସଦସ୍ୟ
ସୂଚନା ଅନୁଯାୟୀ, ହନ୍ଥିଆଲ ସହରର ମାଉଦର୍ ଠାରେ ଏକ ଖଣିରେ କାର୍ଯ୍ୟରତ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ସମୟରେ ହଠାତ ଅତଡ଼ା ଖସିଯାଇଥିଲା । ଫଳରେ ଶ୍ରମିକମାନେ ପଥରରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ତୁରନ୍ତ ସୁରକ୍ଷାକର୍ମୀ, ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ(NDRF) ଟିମ, ସୀମା ସୁରକ୍ଷା ବାହିନୀ ଏବଂ ଆସାମ ରାଇଫଲ୍ସ ନିୟୋଜିତ ଅଛନ୍ତି ।