ମୁମ୍ବାଇ: ସ୍ବାସ୍ଥ୍ୟବସ୍ଥା ବିଗିଡାବାରୁ ଗତକାଲି ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଭାରତ ଲତାଙ୍କୁ ଆବଶ୍ୟକ କରୁଛି ବୋଲି ମଧ୍ୟ କହିଛନ୍ତି ସୋନିଆ ।
ଏହା ମଧ୍ୟ ପଢନ୍ତୁ:-କୋକିଳକଣ୍ଠୀ ଲତାଙ୍କୁ ଭେଟିଲେ ଭଉଣୀ ଆଶା, କହିଲେ ସ୍ବାସ୍ଥ୍ୟବସ୍ଥା ରହିଛି ସ୍ଥିର
ସେହିପରି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଆଜି ଲତା ମଙ୍ଗେସକରଙ୍କୁ ମୁମ୍ବାଇ ହସ୍ପିଟାଲରେ ଭେଟିବା ନେଇ ସୂଚନା ଦେଇଛନ୍ତି । କୋକିଳକଣ୍ଠୀ ଲତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଡ଼ ଭଉଣୀ ଲତାଙ୍କୁ ଗତକାଲି ଭେଟିଥିଲେ ଭେଟେରାନ ସିଙ୍ଗର ଆଶା ଭୋସଲେ । ତେବେ ଗତକାଲି ସଂନ୍ଧ୍ୟାରେ ଲତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସେ କହିଥିଲେ ।
@ANI