ETV Bharat / bharat

ବାଳିକା ଗୃହରୁ ନିଖୋଜ ହେଲେ ୬ ଝିଅ, ହୋଟେଲରେ ଜଣଙ୍କୁ ଠାବ

author img

By

Published : Jan 28, 2022, 11:13 AM IST

ସରକାରୀ ବାଳିକା ଗୃହରୁ ନିଖୋଜ ହେଲେ ୬ ଝିଅ । ବେଙ୍ଗାଲୁରୁର ଏକ ହୋଟେଲରେ ମିଳିଲା ଜଣଙ୍କ ପତ୍ତା । ଅଧିକ ପଢନ୍ତୁ

ବାଳିକା ଗୃହରୁ ନିଖୋଜ ହେଲେ ୬ ଝିଅ, ହୋଟେଲରେ ଜଣଙ୍କୁ ଠାବ
ବାଳିକା ଗୃହରୁ ନିଖୋଜ ହେଲେ ୬ ଝିଅ, ହୋଟେଲରେ ଜଣଙ୍କୁ ଠାବ

ଥିରୁଅନନ୍ତପୁରମ: ସରକାରୀ ବାଳିକା ଗୃହରୁ ନିଖୋଜ ହେଲେ ଝିଅ । କେରଳ କୋଝିକୋଡରେ ଥିବା ରାଜ୍ୟ ସରକାରଙ୍କ ମାଲିକାନାଧିନ ଏକ ବାଳିକା ଗୃହରୁ ୬ ଜଣ ଝିଅ କେଉଁଆଡେ ଗାଏବ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଭଉଣୀ ରହିଛନ୍ତି । ବୁଧବାର ସନ୍ଧ୍ୟାରୁ ସମସ୍ତେ ନିଖୋଜ ଥିଲେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି ।

ନିଖୋଜଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ବେଙ୍ଗାଲୁରୁରେ ଠାବ କରାଯାଇଛି । ପୋଲିସର ଏକ ଟିମ୍ ଆଜି ବେଙ୍ଗାଲୁରୁ ଯାଇ ଅନ୍ୟ ୫ ଜଣଙ୍କୁ ଖୋଜାଖୋଜି କରିବା ବୋଲି ସୂଚନା ମିଳିଛି । ଠାବ ଝିଅଟିର ଠିକଣା ବେଙ୍ଗାଲୁରୁ ମାଡିୱାଲା ସ୍ଥିତି ଏକ ହୋଟେଲରେ ମିଳିଥିବା ସୂଚନା ମିଳିଛି । ପୋଲିସ ସନ୍ଦେହ କରୁଛି କି, ସମସ୍ତ ଝିଅ କୌଣସି ବାହ୍ୟ ସହଯୋଗରେ ବାଳିକା ଗୃହରୁ ଫେରାର ହୋଇ ଟ୍ରେନ କିମ୍ବା ବସ୍ ଯୋଗେ ବେଙ୍ଗାଲୁରୁ ଯାଇଛନ୍ତି । ସିସିଟିଭି ଫୁଟେଜରେ ମଧ୍ୟ ଏହା ଦେଖାଯାଇଛି । ୬ ଜଣ ଯାକ କୌଣସି ବାହାର ଲୋକ ସହଯୋଗରେ ସିଡି ଲଗାଇ ଗୃହରୁ ଫେରାର ହୋଇଯାଇଛନ୍ତି । ତେବେ ସେମାନେ କାହିଁକି ଏପରି ଲୁଚି ପଳାଇଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.