ETV Bharat / bharat

ମଣିପୁରରେ ବଡ ଧରଣର ଭୂସ୍ଖଳନ, ଅନେକ ନିଖୋଜ ଆଶଙ୍କା

author img

By

Published : Jun 30, 2022, 12:10 PM IST

ମଣିପୁରରେ ବଡ ଧରଣ ଭୂସ୍ଖଳନ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କୁ କରାଗଲାଣି ଉଦ୍ଧାର । ଉଦ୍ଧାର କାର୍ଯ୍ୟରେ ସେନା ଓ ଆସାମ ରାଇଫଲ୍ସ । ଅଧିକ ପଢନ୍ତୁ

ମଣିପୁରରେ ବଡ ଧରଣର ଭୂସ୍ଖଳନ, ଅନେକ ନିଖୋଜ ଆଶଙ୍କା
ମଣିପୁରରେ ବଡ ଧରଣର ଭୂସ୍ଖଳନ, ଅନେକ ନିଖୋଜ ଆଶଙ୍କା

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ଘଟିଛି । ଏଥିରେ ଅନେକ ନିଖୋଜ ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଟୁପୁଲ ରେଳ ଷ୍ଟେସନ ନିକଟବର୍ତ୍ତୀ ଏରିଆରେ ଏହି ଭୂସ୍ଖଳନ ଘଟିଛି । ନିକଟରେ ନିୟୋଜିତ ଭାରତୀୟ ସେନାର 107 ଟେରିଟୋରାଲ୍ ଆର୍ମି କ୍ୟାମ୍ପ ମଧ୍ୟ ପ୍ରଭାବିତ ହୋଇଛି ।

ଘଟଣାସ୍ଥଳରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର କଣ୍ଟିଜେଣ୍ଟର ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା 13 ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ନୋନି ସ୍ଥିତ ଆର୍ମି ମେଡିକାଲ ୟୁନିଟରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ମାଟି ଅତଡା ତଳେ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଫସି ରହିଥିବା ସନ୍ଦେହ କରାଯାଉଛି ।

  • Manipur | Rescue operation underway after a massive landslide hit the company location of 107 Territorial Army of Indian Army deployed near Tupul railway station in Noney district. pic.twitter.com/sKzPCcWpyI

    — ANI (@ANI) June 30, 2022 " class="align-text-top noRightClick twitterSection" data=" ">

ସେନା ହେଲିକପ୍ଟର ଉଦ୍ଧାରରେ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସୁଦ୍ଧା ପ୍ରତିକୂଳ ପାଗ ପାଇଁ ଉଡାଣ ଭରି ପାରିନାହାନ୍ତି । ନିକଟରେ ପ୍ରବାହିତ ନଦୀର ଜଳ ପ୍ରବାହ ମଧ୍ୟ ଭୂସ୍ଖଳନ ଫଳରେ ପ୍ରଭାବିତ ହୋଇଛନ୍ତି । ପାଗରେ ସୁଧାର ଆସିଲେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ତେବେ ଏବେ ସୁଦ୍ଧା ମଧ୍ୟ ଫସିଥିବା ଲୋକଙ୍କ ସଂଖ୍ୟା ବାବାଦରେ ପ୍ରକୃତ ତଥ୍ୟ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.