ETV Bharat / bharat

ବିଜେପି ହାତରେ ରାଜସ୍ଥାନ: ଜିତିଲେ ବସୁନ୍ଧରା, ମ୍ୟାଜିକ ନମ୍ବର ଟପିଲା ବିଜେପି

author img

By ETV Bharat Odisha Team

Published : Dec 3, 2023, 1:08 PM IST

Updated : Dec 3, 2023, 1:57 PM IST

ବସୁନ୍ଧରା ରାଜେ ସିନ୍ଧିଆ ବିଜୟୀ । ପ୍ରାୟ 48 ହଜାର ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଜିତିଥିବା ସୂଚନା । ଅଧିକ ପଢନ୍ତୁ

ବସୁନ୍ଧରା ରାଜେ ସିନ୍ଧିଆ ବିଜୟୀ
ବସୁନ୍ଧରା ରାଜେ ସିନ୍ଧିଆ ବିଜୟୀ

ଜୟପୁର: ରାଜସ୍ଥାନରେ ଟ୍ରେଣ୍ଡ ଅନୁସାରେ ଭାରତୀୟ ଜନତା ପାର୍ଟି ଏବେ ସଂଖ୍ୟା ବହୁମତ ହାସଲ କରିସାରିଥିବା ବେଳେ ଦଳର ସବୁଠୁ ବଡ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ମଧ୍ୟ ବିଜୟ ଲାଭ କରିଥିବା ସୂଚନା ମିଳିଛି । ସେ ଝାଲରାପାଟନ ଆସନରୁ ପ୍ରାୟ 48 ହଜାର ଭୋଟ ବ୍ୟବଧାନରେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ବନ୍ଦୀ ରାମଲାଲ ଚୌହାନଙ୍କୁ ପରାସ୍ତ କରିଛନ୍ତି ।

ରାଜସ୍ଥାନ ରାଜନୀତିର ହାଇପ୍ରୋଫାଇଲ ଆସନ ହେଉଛି ଝଲାରାପଟନ ବିଧାନସଭା କ୍ଷେତ୍ର । ଏହି ଆସନ ବସୁନ୍ଧରାଙ୍କ ପାରମ୍ପରିକ ଆସନ ରହିଆସିଛି । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲେ କଂଗ୍ରେସର ବରିଷ୍ଠ ନେତା ରାମଲାଲ ଚୌହାନ । 2013 ଓ 2018 ବିଧାନସଭାରେ ମଧ୍ୟ ଏହି ଆସନରୁ ବସୁନ୍ଧରା କ୍ରାମଗତ ବିଜୟୀ ହୋଇଥିଲେ । ଏଥର ସେହି ଧାରା ବଜାୟ ରଖିଛନ୍ତି ବସୁନ୍ଧରା ।

2013 ରେ ସବୁନ୍ଧରା ନିଜ ନିକଟତମ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ଚନ୍ଦ୍ରଓ୍ବାତଙ୍କୁ ପରାସ୍ତ କରିଥିଲେ । ସେତେବେଳେ ଭୋଟ ବ୍ୟବଧାନ ରହିଥିଲା ପ୍ରାୟ 60 ହଜାରରୁ ଅଧିକ । ସେହିପରି ଗତ ତଥା 2018 ବିଧାନସଭା ନିର୍ବାଚନରେ ମଧ୍ୟ ବସୁନ୍ଧରା ଏହି ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସର ବରିଷ୍ଠ ନେତା ଜଶଓ୍ବନ୍ତ ସିଂଙ୍କ ପୁଅ ମାନଭେନ୍ଦ୍ର ସିଂଙ୍କୁ ପ୍ରାୟ 34 ହଜାର ଭୋଟରେ ପରାସ୍ତ କରିଥିଲେ ବସୁନ୍ଧରା । ମାତ୍ର 2018 ରେ ସେ ମୁଖ୍ୟମନ୍ତ୍ରୀ ଦାବିଦାର ଥିଲେ ସୁଦ୍ଧା କଂଗ୍ରେସ ସଂଖ୍ୟା ବହୁମତ ହାସଲ କରିପାରିନଥିଲା । ରାଜ୍ୟରେ ଅଶୋକ ଗେହେଲୋଟଙ୍କ ନେତୃତ୍ବରେ କଂଗ୍ରେସ ସରକାର ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନରେ ବିଜେପି ସରକାର: ଫେରିବେ ବସୁନ୍ଧାର ନା ଆରମ୍ଭ ହେବ ଯୋଗୀରାଜ !

ଚଳିତ ଥର ରାଜ୍ୟରେ ଜଣେ ପ୍ରାର୍ଥୀଙ୍କ ଦେହାନ୍ତ ହେବା କାରଣରୁ ଗୋଟିଏ ଆସନରେ ଭୋଟିଂ ବନ୍ଦ ରହିଛି । 199 ଆସନରେ ଭୋଟିଂ ହୋଇଥିବା ବେଳେ ସରକାର ଗଠନ କରିବାକୁ ଆବଶ୍ଯକ ବହୁମତ ସଂଖ୍ୟା ରହିଛି 100 । ତେବେ ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ, ଭାରତୀୟ ଜନତା ପାର୍ଟି ପ୍ରାୟ 114 ଆସନରେ ଆଗରେ ରହିଛି । କିଛି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇସାରିଥିବା ବେଳେ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । କିନ୍ତୁ ସଂଖ୍ୟା ବହୁମତ ବିଜେପିକୁ ମିଳିସାରିଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.