ETV Bharat / bharat

ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, କାଳୀଚରଣଙ୍କ ବିରୋଧରେ ମାମଲା - ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି

ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନତ ମନ୍ତବ୍ୟ ଦେବା ଓ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ଛତିଶଗଡ ପୋଲିସ କାଳୀଚରଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ଅଧିକ ପଢନ୍ତୁ

ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି
ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି
author img

By

Published : Dec 28, 2021, 8:49 AM IST

ରାୟପୁର: କାଳୀଚରଣଙ୍କ କାରନାମା । ରାୟପୁର ଧର୍ମ ସଂସଦ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି (kalicharan maharaj hate speech) । ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନତ ମନ୍ତବ୍ୟ ଦେବା ଓ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ଛତିଶଗଡ ପୋଲିସ କାଳୀଚରଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । କଳୀଚରଣଙ୍କ ଏପରି ବୟାନରେ ସାରା ଦେଶରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ସନ୍ଥଙ୍କ ମୁହଁରୁ ଏପରି ଭାଷା ଶୋଭାପାଉ ନଥିବା ଲୋକ କହିଛନ୍ତି ।

ରାୟପୁରର ପୂର୍ବତନ ମେୟର ତଛା କଂଗ୍ରେସ ନେତା ପ୍ରମୋଦ ଦୁବେଙ୍କ ଅଭିଯୋଗ ଆଧାରରେ ଟିକରପଡା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ରାୟପୁର ରାବଣ ଭଟ ଗ୍ରାଉଣ୍ଡରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ଧର୍ମସଂସଦରେ କାଳୀଚରଣ କହିଥିଲେ ହିନ୍ଦୁ ହିତ କଥା ଯିଏ କହିବେ ସେ ହି ଦେଶରେ ରାଜ କରିବେ । ଇସଲାମର ଲକ୍ଷ୍ୟ ହେଉଛି ରାଜନୀତି ମାଧମରେ ଦେଶକୁ କବଜା କରିବା । ବାଂଲାଦେଶ ଓ ପାକିସ୍ତାନକୁ କିପରି କବଜା କରାଗଲା ତାହା ଲୋକ ଦେଖିଛନ୍ତି । ଗାନ୍ଧିଜୀଙ୍କୁ ମାରୁଥିବାରୁ ମୁଁ ନାଥୁରାମ ଗଡସେଙ୍କୁ ସାଲ୍ୟୁଟ ମାରୁଛି ବୋଲି କହିଥିଲେ କାଳୀଚରଣ । ଏପରି ବିବାଦୀୟ ବୟାନ ପରେ ମଞ୍ଚରେ ଉପସ୍ଥିତ ମହନ୍ତ ରାମସୁନ୍ଦର ଓ ଅନ୍ୟ ବକ୍ତି ସଭା ଛାଡି ପଳାଇଥିଲେ ।

କାଳୀଚରଣ ଲୋକମାନଙ୍କୁ କହିଥିଲେ ଯେ, ଧର୍ମକୁ ସୁରକ୍ଷା ଦେବା ପାଇଁ ସେମାନେ ଜଣେ ମୁଖ୍ୟ ହିନ୍ଦୁ ନେତାଙ୍କୁ ସରକାରର ମୁଖ୍ୟ ଭାବରେ ବାଛିବା ଉଚିତ୍ । ଲୋକ ଘରୁ ବାହାରି ଭୋଟ ଦେବା ଉଚିତ । ଯେକୌଣସି ଦଳର ହେଲେ ବି ହିନ୍ଦୁତ୍ବବାଦୀ ରାଜାଙ୍କୁ ଚୟନ କରିବା ଉଚିତ । ସାରା ଦେଶରେ ଧର୍ମାନ୍ତରଣ ଚାଲିଛି । ଦେଶରେ ଜାତି ବ୍ୟବସ୍ଥା ପାଇଁ ଏପରି ହେଉଛି ବୋଲି କହିଛନ୍ତି କାଳୀଚରଣ । ତାଙ୍କର ବିବୃତ୍ତି ପରେ ରାଜ୍ୟର ଶାସକ ଦଳ କଂଗ୍ରେସର ନେତାମାନେ ଆପତ୍ତି ଉଠାଇଛନ୍ତି । କାଳୀଚରଣ ଜଣେ ସାଧୁ ବୋଲି ପ୍ରମାଣ ଦିଅନ୍ତୁ ବୋଲି ଦାବି ହୋଇଛି ।

ଏ ଘଟଣା ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଗୁଣ୍ଡା ଯଦି ଗେରୁଆ ବସ୍ତ୍ର ପିନ୍ଦିବେ ତାଙ୍କୁ ସନ୍ଥ କୁହାଯିବ ନାହିଁ । କାଳୀଚରଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଛତିଶଗଡ ସିଏମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.