ETV Bharat / bharat

୫୨ ବର୍ଷ ହେଲାଣି, ହେଲେ ମୋର ନିଜର ଘର ନାହିଁ: ରାହୁଲ ଗାନ୍ଧୀ - ଦଳୀୟ ମହାଅଧିବେଶନ

ଛତିଶଗଡ ରାୟପୁରରେ ଆୟୋଜିତ ଦଳୀୟ ମହାଅଧିବେଶନର ପୁରୁଣା ସ୍ମୃତିକୁ ମନେ ପକାଇ ଭାବବିହ୍ବଳ ହେଲେ ରାହୁଲ । ୫୨ ବର୍ଷ ପରେ ମଧ୍ୟ ତାଙ୍କର ନିଜ ଘର ଖଣ୍ଡିଏ ନଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By

Published : Feb 26, 2023, 10:56 PM IST

୫୨ବର୍ଷ ହେଲାଣି, ହେଲେ ମୋର ନିଜର ଘର ନାହିଁ: ରାହୁଲ ଗାନ୍ଧୀ

ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ ରାଜଧାନୀ ରାୟପୁରରେ ଆୟୋଜିତ ୩ଦିନିଆ ଦଳୀୟ ମହାଅଧିବେଶନରେ ପାର୍ଟି ଡେଲିଗେଟ୍ସମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିଲା ଦିନରୁ ସ୍ମୃତିକୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ରାହୁଲ । ତାଙ୍କୁ ୫୨ବର୍ଷ ହେଲାଣି, ହେଲେ ଆଜି ଯାଏଁ ତାଙ୍କର ନିଜର ଘର ଟିଏ ନାହିଁ ବୋଲି ସେ କହିଛନ୍ତି । ସେ ଆଜି ଯାଏଁ ସରକାରଙ୍କ ଘରେ ରହିଆସୁଥିବା ବେଳେ ଭାରତ ଯୋଡ଼ ଯାତ୍ରାରୁ ସେ ଅନେକ କିଛି ଶିଖିଥିବା କହିଛନ୍ତି ।

ରାହୁଲ ଗାନ୍ଧୀ ଅଧିବେଶନରେ ଦଳୀୟ ନେତାଙ୍କୁ କହିଛନ୍ତି, " ୧୯୭୭ ମସିହାରେ ହଠାତ ଆମ ଘରେ ଏକ ଅଜବ ସ୍ଥିତି ଉପୁଜିଥିଲା । ଯେତେବେଳେ ମୋର ମାଆ କହିଥିଲେ ଆମକୁ ଘର ଛାଡ଼ିବାକୁ ହେବ । ମା'ଙ୍କୁ ପଚାରିବା ପରେ ସେ ପ୍ରଥମ ଥର ଆମକୁ କହିଥିଲେ ଯେ ତାହା ଆମ ଘର ନୁହେଁ, ବରଂ ସରକାରଙ୍କ ଘର । ମୋତେ ୫୨ ବର୍ଷ ବୟସ ହୋଇଥିବା ବେଳେ ଆଜି ଯାଏଁ ମୋ ନିକଟରେ ଘର ଖଣ୍ଡିଏ ନାହିଁ । ଭାରତ ଯୋଡ଼ ଯାତ୍ରା ମୋତେ ବହୁତ କିଛି ଶିଖାଇଛି । ଯାତ୍ରା ସମୟରେ ୨୦-୨୫ ଫୁଟ ସ୍ଥାନ ହିଁ ମୋ ପାଇଁ ଘର ଥିଲା ।"

ଏହା ବି ପଢନ୍ତୁ- 2024ରେ ରାହୁଲ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ଇସାରା ଦେଲେ ଭୂପେଶ ବଘେଲ

ତେବେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସଫଳ ହେବା ପରେ ପୁଣି ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆଉ ଏକ ଯାତ୍ରା ଆରମ୍ଭ କରିବାକୁ ଯାଉଛି ଦଳ । ଭାରତ ଯୋଡ଼ ଯାତ୍ରା କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିଛି । ଏହି ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାଇଥିଲା ଅର୍ଥାତ ଦକ୍ଷିଣରୁ ଉତ୍ତରକୁ ଯାଇଥିଲା । ଆଗାମୀ ଯାତ୍ରାରେ ଦଳ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଯାତ୍ରା ଅରୁଣାଚଳପ୍ରଦେଶର ପାସିଘାଟରୁ ବାହାରି ଗୁଜୁରାଟର ପୋରବନ୍ଦରଠାରେ ପହଞ୍ଚିବ ।

ଏହି ଯାତ୍ରା ନେଇ AICCର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, " କଂଗ୍ରେସର ଆଗାମୀ ଯାତ୍ରା ଉତ୍ତରରୁ ବାହାରି ଦକ୍ଷିଣରେ ପହଞ୍ଚିବ । ଏହା ଭାରତ ଯୋଡ଼ ଯାତ୍ରାଠାରୁ ଭିନ୍ନ ରହିବ । ଏହି ଯାତ୍ରା ଅରୁଣାଚଳପ୍ରଦେଶରୁ ପାସିଘାଟରୁ ବାହାରି ଗୁଜୁରାଟ ପୋରବନ୍ଦରରେ ପହଞ୍ଚିବ । ଯାତ୍ରା ନେଇ ଏବେ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ।ଏହି ଯାତ୍ରା ବେଳେ ରାସ୍ତାରେ ଜଙ୍ଗଲ ଓ ନଦୀ ପଡିବ । ଏଣୁ ଏହି ଯାତ୍ରା ବେଳେ ପଦଯାତ୍ରା ସହିତ ଯାନବାହନର ଉପଯୋଗ କରାଯିବ ।"

ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାକୁ ମଧ୍ୟ ମନେ ପକାଇଛନ୍ତି । ଏହି ଯାତ୍ରା ବେଳେ ସେ ଭାରତକୁ ବୁଝିବାର ସୁଯୋଗ ପାଇଥିବା କହିଛନ୍ତି । " ଏହି ଯାତ୍ରା ମୋ ଭିତରେ ଥିବା ଅହଙ୍କାରର ବିନାଶ ଘଟାଇଛି । ମୁଁ ଭାବୁଥିଲେ ମୁଁ ସୁସ୍ଥ ରହିଛି । ୨୦ରୁ ୨୫ କିମି ଚାଲିପାରିବି । ମାତ୍ର ଚାଲିବା ଆରମ୍ଭ କଲା ପରେ ମୋର ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା । ୧୦ରୁ ୧୫ଦିନ ମଧ୍ୟରେ ମୋ ଅହଙ୍କାର ଭାଙ୍ଗିଗଲା । ଯଦି କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବାର ଅଛି ତେବେ ନିଜ ଭିତରେ ଥିବା ଅହଙ୍କାରକୁ ଭାଙ୍ଗିବା ଲାଗି ମୋତେ ଭାରତ ମାତା ନିର୍ଦ୍ଦେଶ ଦେଇଥିଲେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.