ETV Bharat / bharat

ଅନ୍ତରୀଣ ଜାମିନରେ ଦିଲ୍ଲୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଉମର ଖଲିଦ

author img

By

Published : Dec 23, 2022, 7:47 PM IST

୨୦୨୦ ଦିଲ୍ଲୀ ଦଙ୍ଗା (2020 Delhi Riot case)ର ମୁଖ୍ୟ ଅଭିଯୁକ୍ତ ଉମର ଖଲିଦଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ । ଅଧିକ ପଢନ୍ତୁ

Umar Khalid
Umar Khalid

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ୨୦୨୦ ଦଙ୍ଗା ଘଟଣା (2020 Delhi Riot case) । ଏଥିରେ ମୁଖ୍ୟ ଅଭିଯୁକ୍ତ ତଥା ଜେଏନୟୁର ପୂର୍ବତନ ଛାତ୍ର ଉମର ଖଲିଦକୁ ମିଳିଛି ଅନ୍ତରୀଣ ଜାମିନ (Umar Khalid released from Tihar Jail) । ତିହାର ଜେଲରେ ଥିବା ଉମରଙ୍କୁ ଭଉଣୀ ବିବାହ ଲାଗି ଆଜିଠୁ ୭ଦିନ ଅନ୍ତରୀଣ ଜାମିନ ମିଳିଛି । ଦିଲ୍ଲୀ କୋର୍ଟଙ୍କ ଗତ ଡିସେମ୍ବର ୧୨ ତାରିଖ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଜାମିନ ମିଳିଛି ।

ଗତ ଡିସେମ୍ବର ୧୨ ତାରିଖରେ ଦିଲ୍ଲୀ କୋର୍ଟ ଏକ ସପ୍ତାହ ଲାଗି ଉମରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଡିସିନାଲ ସେସନ ଜଜ୍‌ ଅମିତାଭ ରାୱତ ଉମରଙ୍କୁ ଜାମିନ ଲାଗି ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଡିସେମ୍ବର ୨୮ ତାରିଖରେ ଖଲିଦଙ୍କ ଭଉଣୀଙ୍କ ବିବାହ ଉତ୍ସବ ରହିଛି । ବିବାହ ଉତ୍ସବରେ ଯୋଗଦେବା ପରେ ସେ ଡିସେମ୍ବର ୩୦ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ । ଏନେଇ ଗତ ନଭେମ୍ବର ୬ ତାରିଖରେ କୋର୍ଟରେ ଆବେଦନ କରିଥିଲେ ଖଲିଦଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ତ୍ରିଦିପ ପାଏସ ।

ଏହା ବି ପଢନ୍ତୁ- ହାଇଦ୍ରାବାଦରେ ଧସିଲା ରାସ୍ତା, ମାଟି ତଳେ ଦୋକାନ ଗାଡି

ଜାମିନ ବେଳେ ସେ କୌଣସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ନାହିଁ ବୋଲି କୋର୍ଟଙ୍କୁ କହିଥିଲେ ଖଲିଦଙ୍କ ଓକିଲ । କୋର୍ଟଙ୍କ ନିୟମ ପରିସରରେ ରହି ସେ ଭଉଣୀର ବିବାହ ଉତ୍ସବରେ ଯୋଗଦେବେ । ଏହାସହିତ ନିଜର ଲାଇଭ ଲୋକେସନ ମଧ୍ୟ ସେୟାର କରିବେ ବୋଲି କୋର୍ଟଙ୍କୁ କହିଥିଲେ ଆଇନଜୀବୀ ତ୍ରିଦିପ । ଖଲିଦଙ୍କୁ ଜାମିନ ନ ଦେବା ଲାଗି ଦିଲ୍ଲୀ ପୋଲିସ କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଅଧୀନରେ ଖଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଥାଉ କି ଫେବୃଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ସପ୍ତାହେ ହେଲା ନାଗରିକତ୍ବ (ସଂଶୋଧନ) ଅଧିନିୟମ ଏବଂ ସହରର ବିଭିନ୍ନ ସ୍ଥାନରେ ନାଗରିକଙ୍କ ଜାତୀୟ ରେଜିଷ୍ଟର ବିରୋଧରେ ବିରୋଧ ପରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା । ଏକ ରାଜନୈତିକ ବିବାଦ ମଧ୍ୟରେ ଖଲିଦଙ୍କ ଗିରଫଦାରୀ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.