ETV Bharat / bharat

Bipin Rawat Demise: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

author img

By

Published : Dec 8, 2021, 7:38 PM IST

CDS ବିପିନ ରାୱତଙ୍କୁ ନେଇ ଯାଉଥିବା AF Mi-17V5 ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିପିନ ରାୱତଙ୍କ ପତ୍ନୀଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ବିପିନ ରାୱତଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

CDS Bipin Rawat Demise: ଶୋକ ପ୍ରକାଶ କଲେ ନେତା ମନ୍ତ୍ରୀ

ନୂଆଦିଲ୍ଲୀ: CDS ବିପିନ ରାୱତଙ୍କୁ ନେଇ ଯାଉଥିବା IAF Mi-17V5 ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିପିନ ରାୱତଙ୍କ ପତ୍ନୀଙ୍କ ସମେତ ୧୪ ଜଣ ରହିଥିଲେ । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିପିନ ରାୱତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଏହାକୁ ନେଇ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ବିପିନ ରାୱତଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ତେବେ ଦୁର୍ଘଟଣାରେ ସମୁଦାୟ 13 ଜଣଙ୍କ ମୃତ୍ୟୁ ଘଟିଛି ।

ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, "CDS ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ । ଆଜି ଏହି ଦେଶ ଜଣେ ସାହାସୀ ସୁପୁତ୍ରଙ୍କୁ ହରାଇଛି । ଗତ ୪ ଦଶନ୍ଧି ଧରି ଦେଶ ମାତୃକା ପାଇଁ ସମର୍ପିତ ହୋଇ ନିଃସ୍ବାର୍ଥ ସେବା ଯୋଗାଇ ଆସୁଥିଲେ ବିପିନ୍‌ ରାୱତ । ଦେଶ ପ୍ରତି ତାଙ୍କ ବଳିଦାନ ତାଙ୍କ ସାହସିକତାକୁ ସବୁବେଳେ ଦେଶ ମନେ ରଖିବ । ଏହି ସମ୍ବେଦନଶୀଳ ସମୟ ମୁଁ ତାଙ୍କ ପରିବାରକୁ ସମବେଦନା ଜଣାଉଛି ।"

  • I am shocked and anguished over the untimely demise of Gen. Bipin Rawat and his wife, Madhulika ji. The nation has lost one of its bravest sons. His four decades of selfless service to the motherland was marked by exceptional gallantry and heroism. My condolences to his family.

    — President of India (@rashtrapatibhvn) December 8, 2021 " class="align-text-top noRightClick twitterSection" data=" ">

ଏହା ବି ପଢ଼ନ୍ତୁ CDS Chopper Mishap: ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି କହିଛନ୍ତି ଯେ, "ତାମିଲନାଡ଼ୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖିତ । ଯେଉଁଥିରେ ଆମେ ଆମ ଦେଶର ପ୍ରଥମ CDS ବିପିନ ରାୱତ ତାଙ୍କ ପତ୍ନୀ ଓ ଅନ୍ୟସେନାଧିକାରୀଙ୍କୁ ହରାଇଛୁ । ଏମାନେ ନିଃସ୍ବାର୍ଥ ଭାବରେ ଦେଶ ପାଇଁ ସେବା ଯୋଗାଇ ଦେଇ ଆସୁଥିଲେ । ମୁଁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।"

  • As India’s first CDS, Gen Rawat worked on diverse aspects relating to our armed forces including defence reforms. He brought with him a rich experience of serving in the Army. India will never forget his exceptional service.

    — Narendra Modi (@narendramodi) December 8, 2021 " class="align-text-top noRightClick twitterSection" data=" ">

CDS ବିପିନ ରାୱତଙ୍କ ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ତାମିଲନାଡ଼ୁରେ ଆଜି ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍ଟର ଦୁର୍ଘଟଣା ଘଟିଲା । ଯେଉଁଥିରେ CDS ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟମାନଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । CDSଙ୍କ ବିୟୋଗ ଦେଶ ଓ ସେନା ପାଇଁ ଏକ ଅପୂରଣୀୟ କ୍ଷତି ।"

  • My heart goes out to the families of those who lost their loved ones in this accident. Praying for the speedy recovery of Gp Capt Varun Singh, who is currently under treatment at the Military Hospital, Wellington.

    — Rajnath Singh (@rajnathsingh) December 8, 2021 " class="align-text-top noRightClick twitterSection" data=" ">

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି । ଅମିତ ଶାହ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଆଜି ଦେଶ ପାଇଁ ଏକ ବଡ଼ ଦୁଃଖର ଦିନ । ଆଜି ଆମେ ଆମର CDS ଜେନେରାଲ ବିପିନ ରାୱତଙ୍କୁ ଏକ ଦୁର୍ଘଟଣାରେ ସବୁଦିନ ପାଇଁ ହରାଇଛୁ । ସେ ଦେଶ ପାଇଁ ନିଜକୁ ସମର୍ପିତ କରିଥିଲେ । ଦେଶ ପ୍ରତି ତାଙ୍କ ଅବଦାନ ଶବ୍ଦରେ କହିହେବ ନାହିଁ ।"

  • A very sad day for the nation as we have lost our CDS, General Bipin Rawat Ji in a very tragic accident. He was one of the bravest soldiers, who has served the motherland with utmost devotion. His exemplary contributions & commitment cannot be put into words. I am deeply pained.

    — Amit Shah (@AmitShah) December 8, 2021 " class="align-text-top noRightClick twitterSection" data=" ">

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ CDS ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "CDS ଜେନେରାଲ ବିପିନ ରାୱତଙ୍କ ବିୟୋଗରେ ମୁଁ ମର୍ମାହତ । ତାମିଲନାଡ଼ୁରେ ଘଟିଥିବା ଦୁର୍ଘଟଣାରେ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣଙ୍କ ଦେହାନ୍ତ ହୋଇଛି । ଦେଶ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଏହି କଠିନ ସମୟରେ ମୁଁ ତାଙ୍କ ପରିବାର ପ୍ରତି ସମବଦନା ଜଣାଉଛି ।"

  • Deeply saddened by the demise of Chief of Defence Staff Gen #BipinRawat, his wife & 11 other Defence personnel in a very tragic accident in #TamilNadu. It is an irreparable loss to the nation. Deepest condolences to the bereaved families and wish speedy recovery of the injured.

    — Naveen Patnaik (@Naveen_Odisha) December 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.