ETV Bharat / bharat

PM Modi To Virtually Address Gurpurab: ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ମୋଦି - ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆଜି ଗୁଜୁରାଟର ଗୁରୁଦ୍ୱାର ଲଖପତ ସାହେବ ଗୁରୁ ନାନକ ଦେବ ଜୀଙ୍କ ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to virtually address Gurpurab celebrations ) । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଆଜି ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Dec 25, 2021, 9:59 AM IST

ନୂଆଦିଲ୍ଲୀ: ଆଜି ଗୁଜୁରାଟର ଗୁରୁଦ୍ୱାର ଲଖପତ ସାହେବ ଗୁରୁ ନାନକ ଦେବ ଜୀଙ୍କ ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ପ୍ରାଧାନମନ୍ତ୍ରୀ ମୋଦି (PM Modi to virtually address Gurpurab celebrations ) । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏକ ବିବୃତ୍ତି ଜାରି କୁହାଯାଇଛି ଯେ, ଆଜି ଦିନ ୧୨ଟା ୩୦ ମିନିଟରେ ଭିଡିଓ କନଫେରସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ।

ତେବେ ପ୍ରତିବର୍ଷ ଡିସେମ୍ବର 23 ରୁ 25 ମଧ୍ୟରେ ଗୁଜରାଟର ଶିଖ ସଙ୍ଘ ଗୁରୁଦ୍ୱାର ଲଖପତ ସାହେବ ଠାରେ ଗୁରୁ ନାନକ ଦେବ ଜୀଙ୍କର ଗୁରୁପୁରବ ପାଳନ କରାଯାଏ । ଗୁରୁ ନାନକ ତାଙ୍କର ଯାତ୍ରା ସମୟରେ ଲଖପତରେ ରହିଥିଲେ । ଗୁରୁଦ୍ୱାର ଲଖପତ ସାହିବଙ୍କର କଠଉ ଏବଂ ପାଲଖି ସହିତ ଗୁରୁମୁଖିର ପାଣ୍ଡୁଲିପି, ମାର୍କିଂ ସ୍କ୍ରିପ୍ଟ ସହିତ ତାଙ୍କର ପ୍ରତିମୂର୍ତ୍ତି ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, 2001 ଭୂକମ୍ପରେ ଗୁରୁଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି । ତେଣୁ ଏହି ବିପତ୍ତି ସମୟରେ କ୍ଷୟକ୍ଷତିର ଆକଳ କରି ମରାମତି ପାଇଁ ଉଦ୍ୟମ କରିଥିଲେ ମୋଦି । ଏହି ପଦକ୍ଷେପରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରାଯାଇଥିଲା, ଯେପରି ଗୁରୁ ନାନକ ଦେବ ଜୀଙ୍କର ୫୫୦ ତମ ପ୍ରକାଶ ପୁରବ, ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ୩୫୦ ତମ ପ୍ରକାଶ ପୁରବ ଏବଂ ଗୁରୁ ତେଗ ବାହାଦୂର ଜୀଙ୍କ ୪୦୦ ତମ ପ୍ରକାଶ ପୁରବ ସମେତ ଅନେକ ପ୍ରୟାସରେ ପ୍ରତିଫଳିତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.