ନୂଆଦିଲ୍ଲୀ: ଆସନ୍ତା ଶୁକ୍ରବାର ଗୁଜୁରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟିରେ (GIFT City ) ଦେଶର ପ୍ରଥମ ଅନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜର(IIBX) ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଭାରତର ପ୍ରଥମ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ପରିଦର୍ଶନ କରି ମୁଖ୍ୟାଳୟର ଉନ୍ମୋଚନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏନେଇ IFSCA ତରଫରୁ ଏକ ବିବୃତ୍ତି ଜାରି ସୂଚନା ପ୍ରଦାନ କରାଯାଇଛି ।
ଅନ୍ତର୍ଜାତୀୟ ବୁଲେନ ଏକ୍ସଚେଞ୍ଜ ଭାରତରେ ସୁନା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ସହ ସୁନାର ଗୁଣାବତ୍ତା ଆଧାରରେ ସୁଲଭ ମୂଲ୍ୟରେ ସୁବିଧା ପ୍ରଦାନ କରାଯିବ । ଆସନ୍ତା ଜୁଲାଇ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟ୍ଟେଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଡା. ଭାଗବତ କିଶାନରାବ କରଡ ମଧ୍ୟ ଯୋଗଦେବେ ।