ETV Bharat / bharat

ବିହାର ସିଏମ ପଦରୁ ସସପେନ୍ସ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି - ବିହାର ସିଏମ

ବିହାର ସିଏମ ପଦ ଉପରୁ ସସପେନ୍ସ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନୀତିଶ କୁମାରଙ୍କ ନେତୃତ୍ବରେ ଆମେ ବିକାଶର ସଂକଳ୍ପ ପ୍ରମାଣିତ କରିବୁ । ଅଧିକ ପଢନ୍ତୁ...

pm-modi-said-under-the-leadership-of-nitish-kumar-we-will-keep-development-continue
ବିହାର ସିଏମ ପଦରୁ ସସପେନ୍ସ ପରଦା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି
author img

By

Published : Nov 11, 2020, 10:55 PM IST

ପାଟନା: ବିହାରରେ ଏନଡିଏର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସମସ୍ତ ଆକଳନ ଉପରେ ଲଗାମ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଏମ ପଦ ଉପରୁ ସସପେନ୍ସ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନୀତିଶ କୁମାରଙ୍କ ନେତୃତ୍ବରେ ଆମେ ବିକାଶର ସଂକଳ୍ପ ପ୍ରମାଣିତ କରିବୁ । ସେ ବିହାରର ଲୋକଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆପଣ ପୁନର୍ବାର ପ୍ରମାଣ କରିଛନ୍ତି ବିହାରୀମାନେ ପ୍ରକୃତରେ ସଚେତନ ।

ପ୍ରଧାନମନ୍ତ୍ରୀ ମୋଦୀ ନୀତିଶ କୁମାରଙ୍କ ନେତୃତ୍ବ ଉପରେ ମୋହର ମାରିବାର କିଛି ସମୟ ପୂର୍ବରୁ ନିତିଶ ବିହାର ନିର୍ବାଚନ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଥିଲେ । ନୀତିଶ କୁମାର ଏକ ଟ୍ବିଟ ଜରିଆରେ କହିଛନ୍ତି, ଜନତା ହେଉଛନ୍ତି ମାଲିକ । ସେମାନେ ହିଁ ଏନଡିଏକୁ ବହୁମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଥିବା ସହଯୋଗ ନେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତିଶ ।

ନିର୍ବାଚନ ପୂର୍ବରୁ ଫଳାଫଳ ଯାହା ହେଉନା କାହିଁକି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ବିହାରର ନେତୃତ୍ବ ନେବେ ବିଜେପି ସ୍ପଷ୍ଟ କରିଥିଲା। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ, ବିଜେପି ଆସନ ଅଧିକ ହେଲେ ମଧ୍ୟ ନିତିଶ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଯେତେବେଳେ ବିହାର ନିର୍ବାଚନର ଫଳାଫଳ ଆସିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ ଆକଳନ କରାଯାଉଥିଲା ।

ବିହାର ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଅଜିତ ଚୌଧୁରୀ କହିଛନ୍ତି, ଦଳର କର୍ମୀମାନେ ଅନୁଭବ କରୁଛନ୍ତି କି ବିହାରର ମୁଖ୍ୟମନ୍ତ୍ରୀ ବିଜେପିର ହେବା ଉଚିତ । ହେଲେ ଏ ସମସ୍ତ ସସପେନ୍ସ ଉପରୁ ପରଦା ହଟାଇ ମୋଦି ସ୍ପଷ୍ଟ କରିଛନ୍ତି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.