ETV Bharat / bharat

Panna Tiger Death: ବାଘକୁ ମାରି ଗଛରେ ଝୁଲାଇଦେଲେ - ପାନ୍ନା ର ଟାଇଗର ରିଜର୍ଭ

ମଧ୍ୟପ୍ରଦେଶର ପାନ୍ନାର ଟାଇଗର ରିଜର୍ଭରରୁ ବାଘର ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Panna Tiger Death: ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ବାଘର ମୃତଦେହ

author img

By

Published : Dec 7, 2022, 10:25 PM IST

ଭୋପାଳ: ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଲା ବାଘର ମୃତଦେହ । ମଧ୍ୟପ୍ରଦେଶରେ ଅନେକ ବାଘ ଶିକାର ଘଟଣା ସାମ୍ନାକୁ ଆସୁଥିବା ବେଳେ ପାନ୍ନା ଜିଲ୍ଲାର ଟାଇଗର ରିଜର୍ଭରରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଫାଶୀ ଯୋଗୁଁ ବାଘର ଏଭଳି ମୃତ୍ୟୁ ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ତେବେ ସୂଚନା ମୁତାବକ, ଆଜି ସକାଳେ ପାନ୍ନା ଅନ୍ତର୍ଗତ ବିକ୍ରମପୁରର ତିଲଗଂବାରେ ଗଛରେ ରସି ଦ୍ୱାରା ବାଘର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବନ ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାଘକୁ ଶିକାର କରିବା ପାଇଁ ଶିକାରୀମାନେ ଏଭଳି କାର୍ଯ୍ୟ କରିଥିବା ସନ୍ଦେହ କରିଛନ୍ତି ରିଜର୍ଭର ସିସିଏଫ ।

ଅନ୍ୟପଟେ ଏନେଇ ଖବର ପାଇ ଏସଟିଏଫ୍ ଟାଇଗର ଟିମ୍ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.