ETV Bharat / bharat

ଅର୍ଥନୀତି ଉପରେ ବିରୋଧୀଙ୍କ କୌଣସି ମତ ନାହିଁ: ପି ଚିଦାମ୍ବରମ୍

ଅର୍ଥନୈତିକ ସର୍ବକ୍ଷଣ ରିପୋର୍ଟ ନେଇ ବିରୋଧିଙ୍କ କୌଣସି ମତ ନାହିଁ । ବଜେଟ ଉପସ୍ଥାପନ ପୂର୍ବରୁ ଏଭଳି କହିଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ । ଅଧିକ ପଢନ୍ତୁ

author img

By

Published : Feb 1, 2022, 10:42 AM IST

ଅର୍ଥନୀତି ଉପରେ ବିରୋଧୀଙ୍କ କୌଣସି ମତ ନାହିଁ: ପି ଚିଦାମ୍ବରମ୍
ଅର୍ଥନୀତି ଉପରେ ବିରୋଧୀଙ୍କ କୌଣସି ମତ ନାହିଁ: ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଉପସ୍ଥାପନ ହେବେ ୨୦୨୨-୨୩ ବଜେଟ । ସଂସଦର ଉଭୟ ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାନ କରିବେ ଚଳିତ ବର୍ଷର ବଜେଟ । କିନ୍ତୁ ଅର୍ଥନୀତି ଉପରେ ବିରୋଧୀଙ୍କ କୌଣସି ମତ ଏପର୍ଯ୍ୟନ୍ତ ପ୍ରକାଶ ପାଇନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଅର୍ଥନୀତି ଉପରେ ସେମାନଙ୍କର କୌଣସି ମତ ନାହିଁ।

ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ସକାଳ ଖବରକାଗଜ ଯଦି ପଢିବେ ତେବେ ଏହି ସିଦ୍ଧାନ୍ତରେ ପହଞ୍ଚିବେ ଯେ ଭାରତରେ ବିରୋଧୀ ଦଳ ନାହାଁନ୍ତି ଏବଂ ଦୁର୍ବଳ ବିରୋଧୀ ଦଳ ଥାଇ ମଧ୍ୟ ଅର୍ଥନୀତି ଉପରେ କୌଣସି ମତ ଦେଇନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା । ଆଜି ଟ୍ବିଟ କରି ଏପରି କହିଛନ୍ତି ପି ଚିତାମ୍ବରମ୍ ।

ଚାର୍ଲ୍ସ ଡିକେନ୍ସଙ୍କ 'ଏକ ଟେଲ ଅଫ୍ ଟୁ ସିଟି'ର ନୋବେଲର ଏକ ବାକ୍ୟକୁ ଉଦ୍ଧୃତ କରି ଚିଦାମ୍ବରମ୍ କହିଛନ୍ତି ଯେ ଏହା ସର୍ବୋତ୍ତମ ସମୟ ଥିଲା, ଏହା ସବୁଠାରୁ ଖରାପ ସମୟ ମଧ୍ୟ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ 31, 2022 ରେ ଜିଡିପି 31 ମାର୍ଚ୍ଚ 2020 ଭଳି ସମାନ ସ୍ତରରେ ରହିବ। ମାର୍ଚ୍ଚ 31, 2020 ରେ ଆମେ ଯେଉଁଠାରେ ଥିଲୁ ସେହି ସ୍ଥାନକୁ ଫେରିବା ପାଇଁ ଦୁଇ ବର୍ଷ ଲାଗିଗଲା।

ସଂସଦର ବଜେଟ ଅଧିବେଶନ ଜାନୁଆରୀ 31 ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା। ସଂସଦର କେନ୍ଦ୍ର ବଜେଟ ଅଧିବେଶନର ପ୍ରଥମ ଭାଗ ଜାନୁୟାରୀ 31 ରୁ ଫେବୃଆରୀ 11 ପର୍ଯ୍ୟନ୍ତ ଏବଂ ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ 14 ରୁ ଏପ୍ରିଲ୍ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତକାଲି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ସମ୍ଭୋଧିତ କରିବା ପରେ ଆଜି ଉପସ୍ଥାପିତ ହେବ ଚଳିତ ବର୍ଷର ବଜେଟ । ଯାହା ଉପରେ ରହିଛି ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.