ETV Bharat / bharat

ସଂସଦ ପରେ ସଡକରେ ବିରୋଧୀଙ୍କ ଗର୍ଜନ, ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ - ବିରୋଧୀଙ୍କ ଆନ୍ଦୋଳନ

ସଂସଦ ପରିସରରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରି ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ ବିରୋଧୀ । ଚାଷୀ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା ଓ ଆଇନ ବିରୋଧୀ ସ୍ଲୋଗାନ ମାନ ଲେଖାଥିବା ପୋଷ୍ଟର ଧରି ରାଜରାସ୍ତାରେ ଗର୍ଜିଥିଲେ ବିରୋଧୀ ସାଂସଦ । ଅଧିକ ପଢନ୍ତୁ...

opposition leaders
opposition leaders
author img

By

Published : Aug 12, 2021, 1:18 PM IST

ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ହୋଇସାରିଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ଶେଷ ହୋଇନାହିଁ ବିରୋଧୀଙ୍କ ହଙ୍ଗାମା ହଟ୍ଟଗୋଳ । ଆଜି ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ବିରୋଧୀ । କେନ୍ଦ୍ରୀୟ କୃଷି ଆଇନ, ପେଗାସସ, ଆଉ କିଛି ପ୍ରସଙ୍ଗ ନେଇ ଆଜି ସଂସଦ ପରିସରରେ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ ବୈଠକ କରିଥିଲେ । ବୈଠକରେ କଂଗ୍ରେସ ସମତେ ଏକାଧିକ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ପରେ ବିରୋଧୀଙ୍କ ବାହାରିଥିଲା ପଦଯାତ୍ରା ।

ସଂସଦ ପରିସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରି ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ ବିରୋଧୀ । ଚାଷୀ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା ଓ ଆଇନ ବିରୋଧୀ ସ୍ଲୋଗାନ ମାନ ଲେଖାଥିବା ପୋଷ୍ଟର ଧରି ରାଜରାସ୍ତାରେ ଗର୍ଜିଥିଲେ ବିରୋଧୀ ସାଂସଦ । ବିରୋଧୀ ସାଂସଦ ଧରିଥିବା ବ୍ୟାନରେ କଳା ଆଇନ ପ୍ରତ୍ୟାହାର କର, ଗଣତନ୍ତ୍ରର ହତ୍ୟା ବନ୍ଦ କର, ଲେଖା ଥିବା ବ୍ୟାନର ଧରି କରିଥିଲେ ପଦଯାତ୍ରା ।

ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ ନିଜ ବାସଭବନରେ ଏକ ବୈଠକ କରିଥିଲେ । ବୈଠକରେ ରାହୁଲ ଗାନ୍ଧୀ, ଆନନ୍ଦ ଶର୍ମା, ଅଧିର ରଞ୍ଜନ ଚୌଧୁରୀ, ଜୟରାମ ରମେଶ ଏନସିପି ନେତା ଶରଦ ପାୱାର, ଶିବସେନା ନେତା ସଞ୍ଜୟ ରାଉତ, ଆରଜେଡି ନେତା ମନୋଜ ଝା ପ୍ରମୁଖ ସାମିଲ ହୋଇଥିଲେ । ବୈଠକରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି, ପେଗାସସ, କୃଷି ଆଇନ, ଓ ସଂସଦ ପରିସରରେ ମହିଳା ସାଂସଦଙ୍କୁ ଦୁର୍ବବ୍ୟବହାର ହୋଇଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.