ETV Bharat / bharat

କୃଷି ଆଇନ ଫେରିବ ବୋଲି ମୁଁ କେବେ କହିନି: ନରେନ୍ଦ୍ର ସିଂ ତୋମାର

author img

By

Published : Dec 26, 2021, 1:53 PM IST

ନିଜର ବୟାନ ନେଇ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କୃଷି ଆଇନ ଫେରିବ ବୋଲି ମୁଁ କେବେ କହିନାହିଁ ବୋଲି କହିଲେ ତୋମାର । ଅଧିକ ପଢନ୍ତୁ

କୃଷି ଆଇନ ଫେରିବ ବୋଲି ମୁଁ କେବେ କହିନି: କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ନିଜର ବିବାଦୀୟ ବୟାନ ନେଇ ସ୍ପଷ୍ଟୀକରଣ ରଖିଲେ କୃଷିମନ୍ତ୍ରୀ । ସରକାର ତିନି ବିବାଦୀୟ କୃଷି ଆଇନ ପୁଣି ଆଣିବେ ନାହିଁ । ମୁଁ କେବେହେଲେ ଆଇନ ଆସିବ ବୋଲି କହିନି(Never said farm laws will be brought again) । କେବଳ କହିଥିଲେ ଯେ, ସରକାର କୃଷକଙ୍କ ବିକାଶ ପାଇଁ କୃଷି ଆଇନ ଆଣିଥିଲେ । ହେଲେ ବିରୋଧ ଯୋଗୁଁ ଏହାକୁ ପ୍ରତ୍ୟାହାର କରିନେଇଛୁ । କିଛି କାରଣ ଯୋଗୁଁ କେନ୍ଦ୍ର ଗୋଟିଏ ପାଦ ପଛକୁ ହଟିଛନ୍ତି । ହେଲେ ପୁଣି ଆଗକୁ କୃଷି ଆଇନ ଆସିବ ବୋଲି ମୁଁ କେବେହେଲେ କହିନି । ମୋ ବୟାନକୁ ନେଇ ଅପପ୍ରଚାର କରାଯାଉଛି କହିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

କଂଗ୍ରେସ ନିଜର ବିଫଳତା ଲୁଚାଇବାକୁ କେବଳ ଉଡା କଥା କହୁଛି । କୃଷି ଆଇନ ଫେରିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ । ଏହି ବିବାଦୀୟ ଆଇନ ସମ୍ପର୍କରେ ତୋମାର ଦେଇଥିବା ବୟାନକୁ ନେଇ ବିବାଦ ଜୋର୍ ଧରିବା ପରେ ଏଭଳି କହିଛନ୍ତି ନରେନ୍ଦ୍ର ସିଂ ତୋମାର ।

କହିରଖୁଛୁ କି, ତୋମାର ମହାରାଷ୍ଟ୍ର ନାଗପୁରରେ ଆୟୋଜିତ ଏକ କୃଷି କାର୍ଯ୍ୟକ୍ରମରେ କୃଷି ଆଇନ ସମ୍ପର୍କରେ କିଛି ବୟାନ ରଖିଥିଲେ । କୃଷକଙ୍କ ବିକ୍ଷୋଭ ଯୋଗୁଁ ସରକାର ଆଇନ ପ୍ରତ୍ୟାହାର କରିଥିଲେ । ହେଲେ ଆଗାମୀ ଦିନରେ ଆମେ ପୁଣି ଏ ଦିଗରେ ଅଗ୍ରସର ହେବୁ ବୋଲି କହିଥିଲେ ନରେନ୍ଦ୍ର ସିଂ ତୋମାର । ମନ୍ତ୍ରୀଙ୍କ ଏହି ବୟାନରୁ ପୁଣି ଥରେ କୃଷି ଆଇନ ଫେରିବା ନେଇ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ତାତିଥିଲେ କୃଷକ । ଯଦି କୃଷି ଆଇନ ଫେରିବ ତେବେ ପୁଣି ଦିଲ୍ଲୀରେ ଆନ୍ଦୋଳନ ଫେରିବ ବୋଲି ଚେତାବନୀ ଦେଇଥିଲେ କୃଷକ ସଙ୍ଗଠନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.