ETV Bharat / bharat

ମାଓ ଆକ୍ରମଣ, ୨ ITBP ଯବାନ ଶହୀଦ

ନାରାୟଣପୁରରେ ମାଓ ଆକ୍ରମଣରେ ଦୁଇ ଜଣ ଆଇଟିବିପି ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ନିକଟରୁ AK- ୪୭ ରାଇଫଲ ମଧ୍ୟ ଲୁଟିନେଇଛନ୍ତି ନକ୍ସଲ । ଅଧିକ ପଢନ୍ତୁ...

NAXALITE ATTACK
ଛତିଶଗଡରେ ମାଓ ଆକ୍ରମଣ , ୨ ଆଇଟିବିପି ଯବାନ ଶହୀଦ
author img

By

Published : Aug 20, 2021, 7:26 PM IST

ରାୟପୁର: ଛତିଶଗଡରେ ପୁଣି ମାଓ ଆକ୍ରମଣ । ନାରାୟଣପୁରରେ ମାଓ ଆକ୍ରମଣରେ ଦୁଇ ଆଇଟିବିପି ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ନିକଟରୁ AK- ୪୭ ରାଇଫଲ ମଧ୍ୟ ଲୁଟିନେଇଛନ୍ତି ନକ୍ସଲ ।

ଶୁକ୍ରବାର ଛତିଶଗଡର ନାରାୟଣପୁରର ଅଞ୍ଚଳ କଡେମେଟା ଓ କଡେନାର କ୍ୟାମ୍ପ ନିକଟରେ ସର୍ଚ୍ଚିଂ ଅପରେଶନ ସମୟରେ ଅଚାନକ ଯବାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ ନକ୍ସଲ । ନକ୍ସଲ ମାନେ ଯବାନଙ୍କୁ ଆମ୍ବୁସ କରି ଆକ୍ରମଣ କରିଥିଲେ । ଘଟଣା ପରେ ଏନକାଉଣ୍ଟର ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେଠାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।

ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଦୁଇଜଣ ଆଇଟିବିପି ଯବାନ ହେଲେ ଆଇଟିବିପି କମାଣ୍ଡାଣ୍ଟ ସୁଧାକର ସିନ୍ଧେ ଓ ଅନ୍ୟ ଜଣେ ଯବାନ ହେଉଛନ୍ତି ଆଇଟିବିପିର ୪୫ ବାଟାଲିଅନର ଗୁରମୁଖ ସିଂହ । ଯବାନଙ୍କ ନିକଟରୁ ନକ୍ସଲ ମାନେ ଏକେ ୪୭ ରାଇଫଲ ସମେତ ବୁଲେଟପ୍ରୁଫ ଜାକେଟ ଓ ୱାକିଟକି ମଧ୍ୟ ଲୁଟି ନେଇଛନ୍ତି ।

ଏହି ଘଟଣା ପରେ ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ନକ୍ସଲ ମାନେ ସର୍ଚ୍ଚ ଅପରେସନ ପାଇଁ ଯାଉଥିବା ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଘଟଣା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.