ETV Bharat / bharat

ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi visits japan) । ଏଥିପାଇଁ ଜାପାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Narendra Modi visits japan to attend State funeral of former PM Shinzo Abe
ଜାପାନ ଗସ୍ତରେ ନରେନ୍ଦ୍ର ମୋଦି, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ
author img

By

Published : Sep 26, 2022, 10:28 PM IST

Updated : Sep 26, 2022, 10:59 PM IST

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଜାପାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, "ମୋର ପ୍ରିୟ ବନ୍ଧୁ ତଥା ଭାରତ-ଜାପାନ ବନ୍ଧୁତ୍ବ ସ୍ଥାପନ ମହାନ ପୁରୋଧା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଭାଗ ନେବାକୁ ମୁଁ ଆଜି ରାତିରେ ଟୋକିଓ ଯାତ୍ରା କରୁଛି । ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ହୃଦୟରୁ ସମବେଦନା ଜଣାଇବି ।"

  • I am traveling to Tokyo tonight to participate in the State Funeral of former PM Shinzo Abe, a dear friend and a great champion of India-Japan friendship.

    — Narendra Modi (@narendramodi) September 26, 2022 " class="align-text-top noRightClick twitterSection" data=" ">

ଏହା ବି ପଢ଼ନ୍ତୁ Shinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ

ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିନୟ କ୍ବାତ୍ରା ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୂଚନା ଦେଇଥିଲେ । ବୁଡୋକାନରେ ସେ ସିଞ୍ଜୋଆବେଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ । ଏହାପୂର୍ବରୁ ଆକାଶାକା ପାଲେସ୍‌ରେ ପ୍ରଧାନମନ୍ତ୍ରୀ ସ୍ବାଗତସଭାରେ ଯୋଗ ଦେବେ । ଏହାକୁ ନେଇ କ୍ବାତ୍ରା କହିଛନ୍ତି, "ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବ । ଉଭୟ ଦେଶର ନିରନ୍ତର ପ୍ରତିବଦ୍ଧତା ଏବଂ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ । ଉଭୟ ଦେଶର ପ୍ରଗତି ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ।"

ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ବ୍ୟକ୍ତିଗତ ଭାବରେ ଭଲ ବନ୍ଧୁ ଥିଲେ । ଯାହା ଉଭୟ ବାରମ୍ବାର ବୈଠକ କରି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇ ପାରିଥିଲା । ଏହି ସମ୍ପର୍କ ୨୦୦୭ରୁ ଆରମ୍ଭ ହୋଇଥିଲା । ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋଦି ଜାପାନ ଗସ୍ତ କରି ସିଞ୍ଜୋ ଆବେଙ୍କ ସହ ଆଲୋଚନା କରି ଫେରିଥିଲେ ।

ଜୁଲାଇ ୨୮ ତାରିଖରେ ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ସିଞ୍ଜୋ ଆବେ ଟଳି ପଡିଥିବା ବେଳେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ।

ଗୁଳିମାଡ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ହୃଦଘାତ ହୋଇଥିବା ମଧ୍ୟ ଖବର ମିଳିଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଥିଲା ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

Last Updated : Sep 26, 2022, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.