ETV Bharat / bharat

ମହଙ୍ଗା ପଡିଲା ଦାଦାଗିରି, କ୍ୟାସିଅରକୁ ଚାପୁଡା ମାରି ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : Dec 25, 2021, 1:00 PM IST

ହୋଟେଲରେ ପୋଲିସ କର୍ମଚାରୀଙ୍କ ଦାଦାଗିରି । ଖାଇବା ପରସିବା ବେଳେ ମଦ ନିଶାରେ ବାର କ୍ୟାସିଅରଙ୍କୁ ଚାପୁଡ଼ା ମାରିଲେ ପୋଲିସ । ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ କର୍ମୀଚାରୀଙ୍କୁ ଚାକିରିରୁ ସସପେଣ୍ଡ କଲା ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

Mumbai police suspends cop for assaulting hotel staff for refusing to serve free food
ବାରରେ ପୁଲିସ କର୍ମଚାରୀଙ୍କ ଉନ୍ମତ କାଣ୍ଡ, ଭାଇରାଲ ହେଲା ଭିଡ଼ିଓ

ମୁମ୍ବାଇ: ମହଙ୍ଗା ପଡିଲା ବାରରେ ପୋଲିସ କର୍ମଚାରୀଙ୍କ ଦାଦାଗିରି । ଖାଇବା ପରସିବା ବେଳେ ମଦ ନିଶାରେ ବାର କ୍ୟାସଅରଙ୍କୁ ଚାପୁଡ଼ା ମାରିଲେ ପୋଲିସ କର୍ମଚାରୀ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛି ମୁମ୍ବାଇ ପୋଲିସ ।

ସୂଚନା ଅନୁଯାୟୀ, ଉକ୍ତ ପୋଲିସ କର୍ମଚାରୀ ଜଣଙ୍କ ରାତ୍ର ଭୋଜନ ପାଇଁ ଗତ ଗୁରୁବାର ମୁମ୍ବାଇ ସ୍ଥିତ ଭୋକାଲା ହୋଟେଲକୁ ଯାଇଥିଲେ । ହେଲେ ଖାଇବା ବେଳେ ନିଶାରେ ଚୁର ଥିବା କର୍ମଚାରୀ ଜଣକ ହୋଟେଲର କ୍ୟାସିଅରକୁ ଚାପୁଡ଼ା ମାରିବା ସହ ଦୁର୍ବବ୍ୟହାର କରିଥିଲେ । ଏଥିସହ ବାରରେ ଥିବା ଅନ୍ୟ କର୍ମଚାରୀ ମାନେ ପୋଲିସଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବାରମ୍ବାର ସେହି ବ୍ୟକ୍ତିଙ୍କୁ ମାରି ଚାଲିଥିଲେ । ଏହି ଘଟଣା ନେଇ କ୍ୟାସିଅର ଜଣକ ଭୋକାଲା ଥାନାରେ ଏତଲା ଦେଇଥିଲେ । ମାମଲାକୁ ଦାୟର କରି ବାରରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିବା ସହ ଉକ୍ତ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛି ମୁମ୍ବାଇ ପୁଲିସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.