ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ, କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ବସିଲା ନାବାଳକ

author img

By

Published : Jul 10, 2022, 11:04 PM IST

ଆମ୍ବୁଲାନ୍ସ ନମିଳିବାରୁ କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ଘଣ୍ଟା ଘଣ୍ଟା କାଳ ବସିଲା ନାବାଳକ । ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ବିଚଳିତ କଲାଭଳି ଏହି ଘଟଣା । ଅଧିକ ପଢନ୍ତୁ

ମିଳିଲାନି ଆମ୍ବୁଲାନ୍ସ, କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ବସିଲା ନାବାଳକ
ମିଳିଲାନି ଆମ୍ବୁଲାନ୍ସ, କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ବସିଲା ନାବାଳକ

ଭୋପାଳ: ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରୁ ସମସ୍ତଙ୍କୁ ବିଚଳିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ୮ ବର୍ଷୀୟ ନାବାଳକ ନିଜ କୋଳରେ ୨ ବର୍ଷୀୟ ସାନଭାଇର ମୃତଦେହ ଧରି ଘଣ୍ଟା ଘଣ୍ଟା କାଳ ରାସ୍ତାକଡରେ ବସିରହିଛି । ଯାହା ସୂଚନା ମିଳିଛି, ହସ୍ପିଟାଲରେ ଆମ୍ବୁଲାନ୍ସ ନମିଳିବାରୁ ଏହି ପିଲାଟିର ଗରୀବ ବାପା ତାକୁ ରାସ୍ତାକଡରେ ବସାଇ ଶସ୍ତାରେ ଭଡା ଗାଡି ଖୋଜିବାକୁ ଯାଇଥିଲେ । ତେଣୁ ପିଲାଟି ଅନେକ ସମୟ ଧରି ସାନଭାଇର ମୃତଦେହ ସହ ଏପରି ଭାବେ ବସି ରହିଥିଲା । ଯାହାକି ଏବେ ଚାରିଆଡେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ମୁରୈନା ଜିଲ୍ଲା ଅନ୍ତର୍ଗତ ବଡଫରା ନିବାସୀ ପୂଜାରାମ ଜାଟବଙ୍କ ଦୁଇ ବର୍ଷର ପୁଅ ଏନିମିୟା ଏବଂ ପେଟରେ ପାଣି ରହିବା ଭଳି ରୋଗରେ ପୀଡିତ ଥିଲା । ଶିଶୁଟିର ଅମ୍ବାହ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । ପରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ବାରୁ ଆମ୍ବୁଲାନ୍ସ ଯୋଗେ ପରେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତିରତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାପରେ ବାପା ପୂଜାରାମ ମୃତଦେହ ଗାଁକୁ ନେବା ପାଇଁ ଡାକ୍ତରଙ୍କୁ ଆମ୍ବୁଲାନ୍ସ ସମ୍ପର୍କରେ ପଚାରି ଥିଲେ । ହେଲେ ହସ୍ପିଟାଲରେ କୌଣସି ଆମ୍ବୁଲାନ୍ସ ନଥିବା ଡାକ୍ତର କହିବା ସହ ଭଡା ଗାଡିରେ ଯିବାକୁ କହିଥିଲେ ।

କିନ୍ତୁ ହସ୍ପିଟାଲ ପରିସରରେ ଏକ ଆମ୍ବୁଲାନ୍ସ ଛିଡା ହୋଇଥିବାର ପୂଜାରାମ ଦେଖିବାକୁ ପାଇଥିଲେ । ଏହି ଆମ୍ବୁଲାନ୍ସରେ ପୁଅ ମୃତଦେହ ନେବା ପାଇଁ କହିବାରୁ ଏଥିପାଇଁ ଗାଡିର ସଂଚାଳକ ତାଙ୍କ ଠାରୁ ଦେଢ ହଜାର ଟଙ୍କା ଦାବି କରିଥିଲେ । ହେଲେ ଏତେ ଟଙ୍କା ଦେବାକୁ ଗରୀବ ବାପାର ବଳ ନଥିଲା । ତେଣୁ ପୂଜାରାମ ନିଜ ୮ ବର୍ଷର ପୁଅକୁ ପାଖରେ ଥିବା ନେହୁର ପାର୍କ ସାମ୍ନା ରାସ୍ତାକଡରେ ବସାଇ ଏବଂ ତା' କୋଳରେ ମୃତ ପୁଅକୁ ରଖି ଶସ୍ତା ଭଡା ଗାଡି ଖୋଜିବାକୁ ଚାଲି ଯାଇଥିଲେ ।

ଯାହାପରେ ୮ ବର୍ଷର ନିରୀହ ପିଲାଟି ସାନଭାଇ ମୃତଦେହ ସହ ରାସ୍ତାକଡରରେ ଘଣ୍ଟା ଘଣ୍ଟା ଧରି ବାପାଙ୍କ ଅପେକ୍ଷା ବସି ରହିଥିଲା ଏବଂ କାନ୍ଦିବାକୁ ଲାଗିଥିଲା । ଏହି ଦୃଶ୍ୟ ସେହି ବାଟ ଦେଇ ଯାଉଥିବା ଲୋକଙ୍କ ପାଦ ଅଟକାଇ ଦେଇଥିଲା । ଏ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋତବାଲୀ ଥାନା ପ୍ରଭାରୀ ଯୋଗେନ୍ଦ୍ର ସିଂହ ସେଠାରେ ପହଞ୍ଚି ଥିଲେ । ପିଲାଟି କୋଳରୁ ମୃତଦେହ ଧରି ଦୁହିଁଙ୍କୁ ନେଇ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ । ପିଲାଟିର ବାପା ପୂଜାରାମ ମଧ୍ୟ ହସ୍ପିଟାଲରେ ପହଞ୍ଚି ଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ପଠାଯାଇଛି । ତେବେ ରାସ୍ତାକଡରେ ମୃତ ଭାଇକୁ ଧରି ନାବାଳକ ଏତେ ସମୟ ବସି ରହିବା ଘଟଣା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.