ETV Bharat / bharat

ପୁଟିନଙ୍କ ସହ ଫୋନରେ କଥାହେଲେ ମୋଦି: ଋଷିଆ-ୟୁକ୍ରେନ ବିବାଦ ଓ ମସ୍କୋର ବ୍ରିକ୍ସ ପ୍ରେସିଡେନ୍ସି ନେଇ ଆଲୋଚନା

author img

By ETV Bharat Odisha Team

Published : Jan 15, 2024, 10:33 PM IST

Modi, Putin hold telephonic conversation: ପୁଟିନଙ୍କ ସହ ଫୋନରେ କଥା ହେଲେ ମୋଦି । ଦ୍ବିପାକ୍ଷିକ ଓ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା । ଅଧିକ ପଢନ୍ତୁ

ପୁଟିନଙ୍କ ସହ ଫୋନରେ କଥା ହେଲେ ମୋଦି: ଋଷିଆ-ୟୁକ୍ରେନ ବିବାଦ ଓ ମସ୍କୋର ବ୍ରିକ୍ସ ପ୍ରେସିଡେନ୍ସି ନେଇ କଲେ ଆଲୋଚନା

ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ଉଭୟ ନେତା ଆଜି ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି । ଉଭୟ ଦେଶର ମିଳିତ ପ୍ରସଙ୍ଗ, ଅନ୍ୟ କ୍ଷେତ୍ରୀୟ ଓ ବୈଶ୍ବିକ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମଧ୍ୟରେ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ଓ ଋଷ ଅଧ୍ୟକ୍ଷତାରେ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ‘ବ୍ରିକ୍ସ’ ପ୍ରମୁଖ ପ୍ରସଙ୍ଗ ସମ୍ମିଳନୀ ରହିଥିବା ନେଇ ସୂଚନା ମିଳିଛି ।

  • Had a good conversation with President Putin. We discussed various positive developments in our Special & Privileged Strategic Partnership and agreed to chalk out a roadmap for future initiatives. We also had a useful exchange of views on various regional and global issues,…

    — Narendra Modi (@narendramodi) January 15, 2024 " class="align-text-top noRightClick twitterSection" data=" ">

ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାରେ ଦ୍ୱିପାକ୍ଷିକ ସହଯୋଗ ସହ ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶର ଭାଗିଦାରୀ ସମୀକ୍ଷା କରିଥିଲେ ଉଭୟ ନେତା । ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ମାଧ୍ୟମରେ ଭାରତ-ଋଷର ଭାଗିଦାରୀକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସହମତ ହୋଇଥିଲେ ଉଭୟ ରାଷ୍ଟ୍ରମୁଖ୍ୟ । ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ମତ ବିନିମୟ କରିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ମସିହାରେ ‘ବ୍ରିକ୍ସ’ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଋଷକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶିଖର ସମ୍ମିଳନୀରେ ଭାରତର ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜିର ଆଲୋଚନା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଫଳପ୍ରଦ ବାର୍ତ୍ତାଳାପ ହୋଇଛି । ଆମେ ଆମର ସ୍ବତନ୍ତ୍ର ଏବଂ ମିଳିତ କୌଶଳ ଭାଗିଦାରୀରେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା କଲୁ । ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସହମତ ହେଲୁ । ‘ବ୍ରିକ୍ସ’ରେ ଋଷର ଅଧ୍ୟକ୍ଷତା ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆମର ଫଳପ୍ରଦ ମତ ବିନିମୟ ହୋଇଥିଲା ।’’

ଏହା ମଧ୍ୟ ପଢନ୍ତୁ :- ଯାତ୍ରୀଙ୍କ ଅପ୍ରୀତିକର ବ୍ୟବହାର ଗ୍ରହଣୀୟ ନୁହେଁ: ସିନ୍ଧିଆ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଋଷ ଓ ଭାରତ ମଧ୍ୟରେ ଏକ ଦୀର୍ଘ ଦଶନ୍ଧିର ସୁସମ୍ପର୍କ ରହିଆସିଛି । ଋଷ ଭାରତର ସମୟ ପରିକ୍ଷିତ ବନ୍ଧୁ ଭାବେ ବିଦେଶ ନୀତିରେ ସ୍ଥାନ ପାଏ । ସାମରିକ ଓ ଅନ୍ୟ ଅନ୍ତର୍ଜାତୀୟ ଫୋରମରେ ଋଷ ଭାରତକୁ ସହଯୋଗ କରିଆସିଛି । ଭାରତ ମଧ୍ୟ ସେହି ଧାରାକୁ ବଜାୟ ରଖିଛି । ଋଷର ୟୁକ୍ରେନ ଆକ୍ରମଣରେ ତମାମ ପଶ୍ଚିମରାଷ୍ଟ୍ର ଋଷକୁ ନିନ୍ଦା କରିଥିଲେ । ଜାତିସଂଘରେ ଋଷ ବିରୋଧରେ ମଧ୍ୟ ପ୍ରସ୍ତାବ ଗୃହୀତ କରିଥିଲେ । ହେଲେ ଭାରତ ସିଧାସଳଖ ଋଷକୁ ନିନ୍ଦା କରିନଥିଲା କିମ୍ବା ଜାତିସଂଘରେ ଋଷ ବିରୋଧରେ ଭୋଟ ମଧ୍ୟ ଦେଇନଥିଲା । ୟୁକ୍ରେନ ପ୍ରସଙ୍ଗରେ ଉଭୟ ଦେଶ ହିଂସା ଛାଡି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ପ୍ରସ୍ତାବ ରଖି ନୂଆଦିଲ୍ଲୀ ସନ୍ତୁଳିତ ଆଭିମୁଖ୍ୟ ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.