ETV Bharat / bharat

West Bengal Bomb Blast: ଜଣେ ନାବାଳକ ମୃତ, ଜଣେ ଗୁରୁତର - ଭାତପାରାରେ ବୋମା ବିସ୍ଫୋରଣ

ଉତ୍ତର ୨୪ ପାରଗନାସ୍‌ ଜିଲ୍ଲାସ୍ଥିତ କାକିନାଡା ରେଳ ଷ୍ଟେସନ ବୋମା ବିସ୍ଫୋରଣ । ଜଣେ ନାବାଳକ ମୃତ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

minor died while one injured in West Bengal Bomb blast near Bhatpara
West Bengal Bomb blast: ଜଣେ ନବାଳକ ମୃତ, ଜଣେ ଗୁରୁତର
author img

By

Published : Oct 25, 2022, 4:30 PM IST

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପାରଗନାସ୍‌ ଜିଲ୍ଲାସ୍ଥିତ କାକିନାଡା ରେଳ ଷ୍ଟେସନ ନିକଟରେ ବୋମା ବିସ୍ଫୋରଣ ଘଟିଛି । ଫଳରେ ଜଣେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ବେଳେ ନାବାଳକର କେତେକ ବନ୍ଧୁ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକ ସ୍ଥାନୀୟ ଅଞ୍ଚଳର ନିଖିଲ ପାଶୱାନଙ୍କ ପୁତ୍ର ବୋଲି ଜଣାପଡ଼ିଛି । ମଙ୍ଗଳବାର ସକାଳେ ଏହି ବିସ୍ଫୋରଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଭାତପାରା ପୌରାଞ୍ଚଳର ପ୍ରେମଚନ୍ଦପୁର ୱାର୍ଡ ନମ୍ବର ୧୦ରେ ଏହି ବିସ୍ଫୋରଣ ଘଟିଛି ।

ନାବାଳକର ଜଣେ ବନ୍ଧୁର ଗୋଟିଏ ହାତ ନଷ୍ଟ ହୋଇଯାଇଛି । ତାକୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ କାକିନାଡା ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳର କେତେକ ପିଲାଏ ସକାଳୁ ଷ୍ଟେସନ ନିକଟରେ ଖେଳିବା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏକ ବଲ ମିଳିଥିଲା । ତେବେ ଏହା ବଲ୍‌ ନୁହେଁ ଏକ ବମ୍‌ ଥିଲା ।

ଖେଳିବା ସମୟରେ ଅଚାନକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଆଉ ବଲ୍‌ ସଦୃଶ ବମ୍‌ ସେଠେରା ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ଏହାପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ବୋମାକୁ ନିଷ୍କ୍ରିୟ କରିଥିବା ନେଇ ସୂଚନା ମିଳିଛି । ଜନବସତି ଅଞ୍ଚଳରେ ବୋମା କିଭଳି ଆସିଲା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଯେକେହି ବି ଏହି ଘଟଣାରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାତପାରା ପୋଲିସ । ଏହାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.