ETV Bharat / bharat

ପୋଲିସଙ୍କ ଉପରକୁ ଶ୍ରମିକଙ୍କ ଆକ୍ରମଣ, ଜାଳିଦେଲେ ପୋଲିସ ଜିପ୍ - କେରଳ ଖବର

ପୋଲିସ ଉପରକୁ ଶ୍ରମିକଙ୍କ ଆକ୍ରମଣ । କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଦଳ ଉପରେ ଆକ୍ରମଣ (migrant labourers attack policemen) କରିଛନ୍ତି । ଅଧିକ ପଢନ୍ତୁ

୍
ପୋଲିସଙ୍କ ଉପରକୁ ଶ୍ରମିକଙ୍କ ଆକ୍ରମଣ
author img

By

Published : Dec 26, 2021, 5:07 PM IST

ଥିରୁଅନନ୍ତପୁରମ: ପୋଲିସ ଉପରକୁ ଶ୍ରମିକଙ୍କ ଆକ୍ରମଣ । କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଦଳ ଉପରେ ଆକ୍ରମଣ (migrant labourers attack policemen) କରିଛନ୍ତି । ଫଳରେ ସର୍କଲ ଇନ୍ସପେକ୍ଟରଙ୍କ ସମେତ 15 ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଗାଡି ମଧ୍ୟ ଜାଳି ଦେଇଛନ୍ତି ପ୍ରବାସୀ ଶ୍ରମିକ ।

ସୂଚନାଅନୁସାରେ ଶନିବାର ମଧ୍ୟରାତ୍ରୀରେ ବଡଦିନ ଉତ୍ସବ ସମୟରେ କିଜାକକମ୍ବଲାମରେ ଏକ ଶ୍ରମିକ ଶିବିରରେ ପହଞ୍ଚିଥିବା ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ପ୍ରବାସୀ ଶ୍ରମିକ । ପୋଲିସ କହିବା ଅନୁସାରେ କିଟେକ୍ସ କମ୍ପାନୀରେ ଏହି ଶ୍ରମିକମାନେ କାର୍ଯ୍ୟ କରନ୍ତି । କମ୍ପାନୀ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ସ୍ଥିତି ନୟନ୍ତ୍ରଣ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଖାପାଖି ୩୦୦ ପ୍ରବାସୀ ଶ୍ରମିକ ପୋଲିସ ଉପରେ ଆକ୍ରମଣ କରିଥିଲେ । ଘଟଣାପରେ ଅଲୁଭା ଏସପି କାର୍ତ୍ତିକଙ୍କ ନେତୃତ୍ବରେ ୫୦୦ ପୋଲିସ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ । ଆକ୍ରମଣ କରିଥିବା ଶ୍ରମିକଙ୍କ ମଧ୍ୟରୁ ୧୫୦ଜଣଙ୍କୁ ପୋଲିସ ହେପାଜତରେ ନେଇଥିବା ଜଣାପଡିଛି ।

କମ୍ପାନୀ ଶ୍ରମିକମାନେ ପୋଲିସଙ୍କୁ ମାରିବା ସହିତ ପଥର ଫିଙ୍ଗିଥିଲେ । ପୋଲିସଙ୍କ ଦୁଇଟି ଜିପ ମଧ୍ୟ ଜାଳି ଦେଇଛନ୍ତି ଶ୍ରମିକ । ଜିପର ଚିହ୍ନବର୍ଣ୍ଣ ମିଳୁନାହିଁ । ଏହି ଘଟଣା ପରେ କିଜାକକମ୍ବଲାମରେ ଏକ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.