ETV Bharat / bharat

ବାଜିରେ ଲାଗିଛି ବଡ ନେତାଙ୍କ ଭବିଷ୍ୟତ, କାମ ଦେଇ ପାରେ ବିଜେପି ଷ୍ଟ୍ରାଟେଜୀ

author img

By ETV Bharat Odisha Team

Published : Dec 3, 2023, 11:20 AM IST

Madhya Pradesh assembly elections result: ଜାରି ରହିଛି ଚାରି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି । ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡ ଓ ତେଲଙ୍ଗାନା ଦଖଲ ପାଇଁ ତତ୍ପର ତିନି ପ୍ରମୁଖ ଦଳ । ବାଜିରେ ଲାଗିଛି ବଡ ନେତାଙ୍କ ଭାଗ୍ୟ । କେଉଁଠି ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ ତ କେଉଁଠି କଂଗ୍ରେସର ବାଟ ଓଗାଳିଛି ଗେରୁଆ ଦଳ । ରାଜସ୍ଥାନରେ ବିଜେପି କମବ୍ୟାକ ସ୍ଥିତିରେ ଥିବାବେଳେ, ମଧ୍ୟ ପ୍ରଦେଶରେ ଦଳକୁ କଂଗ୍ରେସ ଦେଉଛି କାଣ୍ଟେ କି ଟକ୍କର । ଛତିଶଗଡରେ ବାଘେଲଙ୍କ ସରକାର ସଂକଟରେ ଫସିବା ସ୍ଥିତିରେ । ଅଧିକ ପଢନ୍ତୁ

ବାଜିରେ ଲାଗିଛି ବଡ ନେତାଙ୍କ ଭବିଷ୍ୟତ, କାମ ଦେଇ ପାରେ ବିଜେପି ଷ୍ଟ୍ରାଟେଜୀ
ବାଜିରେ ଲାଗିଛି ବଡ ନେତାଙ୍କ ଭବିଷ୍ୟତ, କାମ ଦେଇ ପାରେ ବିଜେପି ଷ୍ଟ୍ରାଟେଜୀ

ଭୋପାଳ/ହାଇଦ୍ରାବାଦ: ଜାରି ରହିଛି ଚାରି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି । ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡ ଓ ତେଲଙ୍ଗାନା ଦଖଲ ପାଇଁ ତତ୍ପର ତିନି ପ୍ରମୁଖ ଦଳ । ବାଜିରେ ଲାଗିଛି ବଡ ନେତାଙ୍କ ଭାଗ୍ୟ । କେଉଁଠି ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ ତ କେଉଁଠି କଂଗ୍ରେସର ବାଟ ଓଗାଳିଛି ଗେରୁଆ ଦଳ । ରାଜସ୍ଥାନରେ ବିଜେପି କମବ୍ୟାକ ସ୍ଥିତିରେ ଥିବାବେଳେ, ମଧ୍ୟ ପ୍ରଦେଶରେ ଦଳକୁ କଂଗ୍ରେସ ଦେଉଛି କାଣ୍ଟେ କି ଟକ୍କର । ଛତିଶଗଡରେ ବଘେଲଙ୍କ ସରକାର ସଂକଟରେ ଫସିବା ସ୍ଥିତିରେ । ଏପଟେ ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନାରେ ଗୋଟିଏ ଦଶନ୍ଧୀ ଧରି ରାଜ କରୁଥିବା କେସିଆରଙ୍କ ଆମ୍ବାସଡର କାର ଓଲଟିବା ସ୍ଥିତିରେ । ଏହାରି ଭିତରେ କ୍ଷମତା ଦଖଲ ପାଇଁ ବିଜେପି ମଧ୍ୟ ପ୍ରଦେଶରେ ଆପଣାଇଥିଲା ଭିନ୍ନ ରଣନୀତି । କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ମହାମନ୍ତ୍ରୀ, ସାଂସଦଙ୍କୁ ଆଣି ଲଢାଇଥିଲା ବିଧାନସଭା ନିର୍ବାଚନ । ଦେଖନ୍ତୁ ଏବେ ସେହି କେନ୍ଦ୍ରୀୟ ନେତାଙ୍କ ସ୍ଥିତି...

ଏହାବି ପଢନ୍ତୁ- ମଧ୍ୟପ୍ରଦେଶର 129 ଆସନରେ ଆଗରେ ବିଜେପି, ଛିନ୍ଦୱାଡରେ ଆଗୁଆ କମଲନାଥ

ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଥିବା କେନ୍ଦ୍ରୀୟ ନେତା ମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଫଗନ ସିଂ କୁଲସ୍ତେ, ପ୍ରହ୍ଲାଦ ସିଂ ପଟେଲ । ଏମାନଙ୍କ ବ୍ୟତୀତ ସାଂସଦ ଗଣେଶ ସିଂ, ରାକେଶ ସିଂ, ରାଓ ଉଦୟ ପ୍ରତାପ ସିଂ, ରୀତି ପାଠକ । ଏହା ବ୍ୟତୀତ କେନ୍ଦ୍ରୀୟ ବିଜେପିର ବରିଷ୍ଠ ନେତା ତଥା ସଂଗଠନ ମହାମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ମଧ୍ୟ ମୈଦାନରେ ଅଛନ୍ତି ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମୁରୈନା ଜିଲ୍ଲାର ଦୀମନୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ମୁନ୍ନା ଭାୟା ଭାବେ ଜଣାଶୁଣା ତୋମାର ଗ୍ବାଲିୟର ବିଧାନସଭା ଆସନରୁ ଦୁଇ ଥର ବିଧାୟକ ହୋଇ ସାରିଛନ୍ତି । ବର୍ତ୍ତମାନ ମୁରେନା ଆସନରୁ ସାଂସଦ ଅଛନ୍ତି ।

ଦୀମନୀ ବିଧାନସଭା ଆସନର ପୁରା ସ୍ଥିତି ଏଠାରେ ଦେଖନ୍ତୁ-

କେନ୍ଦ୍ରମନ୍ତ୍ରୀ ଫଗନ ସିଂକୁଲସ୍ତେ ୩ ଦଶନ୍ଧୀ ପରେ ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଫଗନଙ୍କୁ ମଣ୍ଡଳା ଜିଲ୍ଲାର ନିବାସ ଆସନରୁ ଦଳ ଟିକେଟ ଦେଇଛି । ଫଗନ ନିଜ ରାଜନୈତିକ ଜୀବନରେ ଥରେ ରାଜ୍ୟସଭା ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ମଣ୍ଡଳା ଲୋକସଭା ଆସନରୁ ସାଂସଦ ଅଛନ୍ତି ।

ଅଧିକ ପଢନ୍ତୁ- 4 ରାଜ୍ୟର ଜନାଦେଶ: 3ଟି ରାଜ୍ୟରେ ଲିଡ କରୁଛି ବିଜେପି, ପଛରେ ପଡିଲା କଂଗ୍ରେସ

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ନରସିଂହପୁର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ଏହି ଆସନରୁ ପ୍ରହ୍ଲାଦ ସିଂ ପଟେଲ ନିର୍ବାଚନ ଲଢୁଥିଲେ । ଚଳିତ ଥର କିନ୍ତୁ ବିଜେପି ତାଙ୍କ ଭାଇଙ୍କ ଟିକେଟ କାଟି ପ୍ରହ୍ଲାଦଙ୍କୁ ପ୍ରାର୍ଥୀ କରିଛି । ୨୦୨୩ ମସିହାରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିବା ପ୍ରହ୍ଲାଦ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ ଅଛନ୍ତି ।

  • #WATCH | On the anniversary of the 1984 Bhopal Gas tragedy, Madhya Pradesh CM SS Chouhan says, "Such a tragedy should never get repeated. To make sure of this, there should be a balance between development and the environment. I pay my tributes to the victims of this tragedy." pic.twitter.com/NjGJ39iN6x

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ବିଜେପିର ବରିଷ୍ଠ ନେତା ରାଷ୍ଟ୍ରୀୟ ମହାମନ୍ତ୍ରୀ କୈଳାସ ବିଜୟବର୍ଗୀୟେ ଇନ୍ଦୋର ୧ ଆସନରୁ ବିଧାନସଭା ମୈଦାନକୁ ଓହ୍ଲାଇଛନ୍ତି । ୧୯୯୦ରୁ ଲଗାତାର ୬ ଥର ବିଧାୟକ ହୋଇଥିବା କୈଳାଶ ୨୦୧୮ରେ କେନ୍ଦ୍ରୀୟ ରାଜନୀତିକୁ ଆସିଥିଲେ । ଏହା ପରେ ତାଙ୍କ ପୁଅ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ଦଳ ପୁଣି ଥରେ ତାଙ୍କୁ ବିଧାନସଭା ଟିକେଟ ଦେଇଛି ।

ଇନ୍ଦୋର ୧ ବିଧାନସଭା ଆସନର ପୁରା ସ୍ଥିତି ଦେଖନ୍ତୁ-

ସତନା ଆସନରୁ ଲଗାତାର ଚାରି ଥର ସାଂସଦ ହୋଇଥିବା ଗଣେଶ ସିଂ ମଧ୍ୟ ପ୍ରଥମ ଥର ବିଧାନସଭା ନିର୍ବାଚନକୁ ଓହ୍ଲାଇଛନ୍ତି । ୨୦୦୩ରେ ବିଜେପିରେ ସାମିଲ ହୋଇଥିବା ଗଣେଶ ୨୦୦୪ରେ ସିଧା ଲୋକସଭା ନିର୍ବାଚନ ଲଢିଥିଲେ । ଏହାପରେ ଲଗାତାର ଜିତି ଆସୁଛନ୍ତି ଗଣେଶ ।

ଅଧିକ ପଢନ୍ତୁ- ଟ୍ରେଣ୍ଡ ନୁହେଁ ଜନମତ ଉପରେ ଭରସା: କମଲନାଥ

ସିଧୀ ଲୋକସଭା ଆସନରୁ ରୀତି ପାଠକ ସାଂସଦ ଥାଇ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସିଧୀ କ୍ଷେତ୍ରରେ ରୀତିଙ୍କ ବେଶ ପ୍ରଭାବ ରହିଛି । ଦୁଇ ଥର ସାଂସଦ ଥିବା ରୀତିଙ୍କୁ ବିଧାନସଭା ନିର୍ବାଚନରେ ଚ୍ୟାଲେଞ୍ଜ ଦେଉଛନ୍ତି ଦଳୀୟ ବିଦ୍ରୋହୀ ପ୍ରାର୍ଥୀ କେଦାରନାଥ ଶୁକ୍ଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.