ETV Bharat / bharat

ଆସନ୍ତା ୨୦ ଯାଏଁ ହରିୟାଣାରେ ବଢିଲା ଲକଡାଉନ

author img

By

Published : Sep 5, 2021, 6:55 PM IST

ହରିୟାଣାରେ ଆଉ ଦୁଇ ସପ୍ତାହ ବଢିଲା ଲକଡାଉନ ଅବଧି । ଲକଡାଉନ କଟକଣାକୁ ସାମାନ୍ୟ କୋହଳ କଲେ ହରିୟାଣା ସରକାର । ଅଧିକ ପଢନ୍ତୁ...

େ୍
ଆସନ୍ତା ୨୦ ଯାଏଁ ହରିୟାଣାରେ ବଢିଲା ଲକଡାଉନ

ଚଣ୍ଡିଗଡ: ହରିୟାଣାରେ ବଢିଲା ଲକଡାଉନ । ରବିବାର ହରିୟାଣା ସରକାର ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି । ରବିବାର ଦିନ ଜାରି ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ସକାଳ ୫ ଟା ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ । ତେବେ ସରକାର ଏହି କଟକଣାକୁ ସମାନ୍ୟ କୋହଳ କରିଛନ୍ତି ।

ଆସନ୍ତା ୨୦ ଯାଏଁ ହରିୟାଣାରେ ବଢିଲା ଲକଡାଉନ
ଆସନ୍ତା ୨୦ ଯାଏଁ ହରିୟାଣାରେ ବଢିଲା ଲକଡାଉନ

ନୂଆ ଗାଇଡଲାଇନ ଅନୁଯାୟୀ, ହୋଟେଲ, ମଲ୍, ରେସ୍ତୋରାଁ ଏବଂ ବାରଗୁଡିକ ୫୦ ପ୍ରତିଶତ ଶକ୍ତି ସହ ଖୋଲିବ । ଏଥିସହ ସ୍ପା ଏବଂ ସିନେମା ହଲଗୁଡିକୁ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ସେହିପରି ସୁଇମିଂ ପୁଲ ଖୋଲିବା ନେଇ ଅନୁମତି ରହିଥିଲେ ହେଁ କେବେଳ ଟିକା ନେଇଥିବା ବ୍ୟକ୍ତିମାନେ ହିଁ ସେଠାକୁ ଯାଇପାରିବେ । ବିବାହ ଓ ଶ୍ରାଦ୍ଧକ୍ରିୟାରେ ସର୍ବାଧିକ ୧୦୦ ଲୋକ ସାମିଲ ହେବା ପାଇଁ ଗାଇଡଲାଇନରେ କୁହାଯାଇଛି ।

ଏହାବ୍ୟତୀତ ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ଅତିବେଶୀରେ ୨୦୦ ଜଣ ଉପସ୍ଥିତ ରହିପାରିବେ । ଧର୍ମାନୁଷ୍ଠାନଗୁଡିକରେ ଥରକେ ୫୦ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ହେଲେ କର୍ପୋରେଟ୍ କର୍ଯ୍ୟାଳୟଗୁଡିକ ଶତ ପ୍ରତିଶତ କ୍ଷମତା ସହ ଖୋଲା ରହିବ । କୋଚିଂ ସେଣ୍ଟର, ଲାଇବ୍ରେରୀ ଏବଂ ପ୍ରଶିକ୍ଷଣ ଅନୁଷ୍ଠାନଗୁଡିକ ମଧ୍ୟ ଖୋଲା ରହିବା ନେଇ ଗାଇଡଲାଇନରେ କୁହାଯାଇଛି ।

ହରିୟାଣାରେ କୋଭିଡ ସ୍ଥିତି କଥା କହିଲେ, ଏଠାରେ ବର୍ତ୍ତମାନ ସଂକ୍ରମଣର ପ୍ରଭାବ କମ୍ ରହିଛି । ଶନିବାର ରାଜ୍ୟରେ ମାତ୍ର ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏଠାରେ କେବଳ ୨୯୫ଟି ସକ୍ରିୟ ମାମଲା ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.