ETV Bharat / bharat

କୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁପକ୍ଷକୁ ଝଟକା, ହାଇକୋର୍ଟଙ୍କ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ସ୍ଥଗିତ

author img

By ETV Bharat Odisha Team

Published : Jan 16, 2024, 1:45 PM IST

Shahi Idgah Masjid Dispute: ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Krishna Janmabhoomi Case
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିନ୍ଦୁ ପକ୍ଷକୁ ସୁପ୍ରିମକୋର୍ଟର ଝଟକା । ଉତ୍ତରପ୍ରଦେଶର ଶ୍ରୀକୃଷ୍ଣ ଜନ୍ମଭୂମୀ ବିବାଦ ମାମଲା ଉପରେ ରୋକ ଲଗାଇଲେ ସୁପ୍ରମକୋର୍ଟ । ଆଜି(ମଙ୍ଗଳବାର) ମଥୁରାର ଇଦଗାହ ମସଜିଦରେ ସର୍ଭେ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି । ତେବେ ହିନ୍ଦୁ ପକ୍ଷ ବ୍ୟତୀତ ମସଜିଦ ପକ୍ଷର ଆବେଦନ ଶୁଣିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ହିନ୍ଦୁ ପକ୍ଷ ପାଇଁ ଏକ ପ୍ରକାର ଝଟକା ବୋଲି କୁହାଯାଇପାରେ ।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ହୋଇଥିଲା । ଡିସେମ୍ବର 15 ତାରିଖରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାରେ ଦଖଲ ନଦେବାକୁ ମନା କରିଦେଇଥିଲେ । କମିଶନର ନିଯୁକ୍ତି ବିରୋଧରେ ମୁସଲିମ ପକ୍ଷରୁ ଦାଖଲ ହୋଇଥିବା ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ହିନ୍ଦୁ ପକ୍ଷକୁ ନୋଟିସ ଜାରି କରିଥିଲେ। ତେବେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖରେ କରାଯିବ ବୋଲି କୁହାଯାଇଛି । ରୋକ ଲଗାଇବା ପରେ ମଧ୍ୟ ଏହାର ଶୁଣାଣି ହାଇକୋର୍ଟରେ ଜାରି ରହିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି ।

ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ଏହି ମାମାଲର ଶୁଣାଣି କରିପାରିବେ । କିନ୍ତୁ କମିଶନରଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେଇପାରିବେ ନାହିଁ। ହିନ୍ଦୁପକ୍ଷର ପିଟିସନ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, "ଆବେଦନ ଅସ୍ପଷ୍ଟ । ଯୁକ୍ତି ଅନୁସାରେ ପ୍ରଥମେ ସ୍ପଷ୍ଟ ଭାବେ ଜାଣିବା ଉଚିତ। ସ୍ଥାନାନ୍ତରୀକରଣ ମାମଲା ମଧ୍ୟ କୋର୍ଟରେ ବିଚରାଧୀନ ରହିଛି । "

ଆହ୍ଲାବାଦ ହାଇକୋର୍ଟଙ୍କ କଣ ରହିଥିଲା ଫୈସଲା: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ 14 ଡିସେମ୍ବର 2023 ରେ ରାୟ ଶୁଣାଇଥିଲେ। ଏହା ପରେ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଏବଂ ମଥୁରାର ଇଦଗାହ ମସଜିଦ ବିବାଦରେ ସର୍ଭେକୁ ଅନୁମୋଦନ କରିଥିଲେ ହାଇକୋର୍ଟ । ଅନ୍ୟପଟେ ମସଜିଦର ସର୍ଭେକ୍ଷଣ ପାଇଁ ଆହ୍ଲାବାଦ କୋର୍ଟ ଆଡଭୋକେଟ କମିଶନର ନିଯୁକ୍ତ କରିବା ପାଇଁ ମଧ୍ୟ ପରାମର୍ଶ କରିଥିଲେ । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: କୃଷ୍ଣ ଜନ୍ମଭୂମି ମାମଲା: ମଥୁରାର ଇଦଗାହ ମସଜିଦରେ ସର୍ଭେକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

ପ୍ରକାଶଥାଉକି, ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଇଦଗାହ ମସଜିଦକୁ ନେଇ ବିବାଦ ଲାଗି ରହିଛି । ଇଦଗାହ ମସଜିଦ ହୋଇଥିବା ସ୍ଥାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ବୋଲି ହିନ୍ଦୁସେନା ଦାବି କରି ଆସୁଛନ୍ତି । ଏନେଇ ହିନ୍ଦୁ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ସର୍ଭେ ନେଇ ଆବେଦନ ମଧ୍ୟ କରାଯାଇଥିଲା । ଏହାକୁ ମୁସଲିମ ପକ୍ଷ ବିରୋଧ କରି ଥିଲେ ।

ହିନ୍ଦୁ ପକ୍ଷର ଦାବି: ଇଦଗାହ ପରିସରରେ ପଦ୍ମ ଫୁଲ ଆକୃତିର ଏକ ସ୍ତମ୍ଭ ରହିଛି ଓ ଏଥିରେ ଶେଷନାଗଙ୍କ ଆକୃତି ରହିଥିବା ନେଇ ହିନ୍ଦୁ ପକ୍ଷରୁ ଆବେଦନ ହୋଇଥିବା ମାମଲାରେ କୁହାଯାଇଥିଲା। ଏହି ସ୍ତମ୍ଭର ତଳ ଭାଗରେ ହିନ୍ଦୁ ଧର୍ମର ପ୍ରତୀକ ମଧ୍ୟ ରହିଛି । ତେବେ ଏହି ମାମଲା କୋର୍ଟରେ ପହଞ୍ଚି ଥିଲା। ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ହରିଶଙ୍କର ଜୈନ କୃଷ୍ଣ ଜନ୍ମଭୂମି ପରିସରରୁ ମସଜିଦ ହଟାଇବା ପାଇଁ ଏହି ଆବେଦନ କରିଥିଲେ । ଉତ୍ତର ପ୍ରଦେଶ ମଥୁରାରେ ପ୍ରାୟ 13 ଏକର ପରିମିତ ଜମିରେ ପ୍ରତିଷ୍ଠିତ କୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସ ପରିସର ନିକଟବର୍ତ୍ତୀ ସ୍ଥାନରେ ଶାହି ଇଦଗାହ ମସଜିଦ ରହିଛି । ତେବେ ମୁସଲିମ ପକ୍ଷ ଯାଚିକାର ଶୁଣାଣି କରି ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.