ETV Bharat / bharat

ଦୈନିକ 450MT ଅକ୍ସିଜେନ ଯୋଗାଇବାକୁ ମୋଦିଙ୍କୁ ବିଜୟନଙ୍କ ଅନୁରୋଧ

author img

By

Published : May 14, 2021, 12:06 PM IST

କେରଳରେ ସର୍ବାଧିକ ସକ୍ରିୟ ମାମଲା ରହିଥିବା ବେଳେ ତୁରନ୍ତ 450 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବିଜୟନ । ଅଧିକ ପଢନ୍ତୁ...

ଦୈନିକ 450MT ଅକ୍ସିଜେନ ଯୋଗାଇବାକୁ ମୋଦିଙ୍କୁ ବିଜୟାନଙ୍କ ଅନୁରୋଧ

ଥିରୁଅନନ୍ତପୁରମ: କେନ୍ଦ୍ର ପକ୍ଷରୁ କେରଳକୁ ପ୍ରତିଦିନ 450 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ବର୍ତ୍ତମାନ କେରଳରେ ସର୍ବାଧିକ ସକ୍ରିୟ ମାମଲା ରହିଥିବା ବେଳେ ଜରୁରୀକାଳୀନ ଭିତ୍ତିରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟକୁ ଅକ୍ସିଜେନ ଯୋଗାଇବା ପାଇଁ ସେ ମୋଦିଙ୍କୁ ନିବେଦନ କରିଛନ୍ତି ।

ରାଜ୍ୟ ସରକାର ଓ କେନ୍ଦ୍ର ମିଳିତ ଭାବେ କେରଳରେ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ବିଜୟନ ଏହାକୁ ସମର୍ଥନ କରିଛନ୍ତି । କୋରୋନାର ଦ୍ବିତୀୟ ଲହରରେ କେରଳ ଅଧିକ ଭାବରେ ପ୍ରଭାବିତ ହୋଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା 4.19 ଲକ୍ଷ ରହିଛି । ତେବେ ଏତେ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେମାନଙ୍କ ଚିକିତ୍ସା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଅକ୍ସିଜେନ ଯୋଗାନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାସହିତ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଯୋଗୁଁ କେରଳରେ ଆଜି(ଶୁକ୍ରବାର) ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ଆକଳନ କରିଛି । ବାତ୍ୟା ଯୋଗୁଁ ବିଦ୍ୟୁତ ସରବରାହ ଓ ପରିବହନରେ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏଥିଲାଗି ଖୁବଶୀଘ୍ର ଅକ୍ସିଜେନ ରାଜ୍ୟକୁ ଯୋଗାଇ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଗତକାଲି ବିଜୟନ କହିଛନ୍ତି । ବର୍ତ୍ତମାନ କେରଳରେ ଦୈନିକ 212.34 ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଫଳରେ ଦୈନିକ ଆବଶ୍ୟକ ହେଉଥିବା ଅକ୍ସିଜେନ ପରିମାଣ ରିଛି 423.60 ମେଟ୍ରିକ ଟନ । ଗଚ୍ଛିତ ଥିବା ଅକ୍ସିଜେନ ଗତ 24 ଘଣ୍ଟା ମଧ୍ୟରେ ତଥା ଶୁକ୍ରବାର ସୁଦ୍ଧା ଶେଷ ହୋଇଯିବ ବୋଲି ସେ କହିଛନ୍ତି ।

ବାତ୍ୟା ସହିତ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯଥାଶୀଘ୍ର ରାଜ୍ୟକୁ 300 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟାନ ନିବେଦନ କରିଛନ୍ତି । ରାଜ୍ୟରେ କ୍ଷିପ୍ର ଗତିରେ ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ମେ 8ରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକଡାଉନ ଲାଗୁ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.