ETV Bharat / bharat

ଦୀପାବଳିରେ ଟଙ୍କା ସୁନା ଭର୍ତ୍ତି ଗିଫ୍ଟ, ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ - ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ଆନନ୍ଦ ସିଂ

ଦୀପାବଳିରେ ଟଙ୍କା ସୁନା ରୂପା ଉପହାର ଦେଇ ବିବାଦରେ କର୍ଣ୍ଣାଟକ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଆନନ୍ଦ ସିଂ । ଅଧିକ ପଢନ୍ତୁ

ଦୀପାବଳିରେ ଦାମି ଉପହାର ଦେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ

author img

By

Published : Oct 24, 2022, 7:41 PM IST

ବେଙ୍ଗାଲୁରୁ: ଦୀପାବଳିରେ ଦାମି ଉପହାର ଦେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ଆନନ୍ଦ ସିଂ ( Karnataka Minister Anand Singh)। ହୋସାପେଟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଆନନ୍ଦ ସିଂ ନିଜ ନିର୍ବାଚନମଣ୍ଡଳୀର ନିର୍ବାଚିତ ସଦସ୍ୟମାନଙ୍କୁ ଦାମି ଉପହାର ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ।

ମ୍ୟୁନିସିପାଲିଟି କର୍ପୋରେସନ୍ ସଦସ୍ୟଙ୍କ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇଟି ବକ୍ସରେ ଦୀପାବଳି ପାଇଁ ଉପହାର ପଠାଇଥିଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ । ମ୍ୟୁନିସିପାଲିଟି କର୍ପୋରେସନ୍ ସଦସ୍ୟଙ୍କ ପାଇଁ ପଠାଯାଇଥିବା ବାକ୍ସରେ ନଗଦ ଏକ ଲକ୍ଷ ଟଙ୍କା, ୧୪୪ ଗ୍ରାମ ସୁନା, ଏକ କିଲୋଗ୍ରାମ ରୂପା, ସିଲକ ଶାଢୀ, ଧୋତି ଏବଂ ଡ୍ରାଏ ଫ୍ରୁଡ୍ସ ରହିଥିଲା ।

କିନ୍ତୁ ଗ୍ରାମପଞ୍ଚାୟତ ସଦସ୍ୟଙ୍କ ପାଖକୁ ପଠାଯାଇଥିବା ବକ୍ସରେ ଏମିତି ଦାମି ଉପହାର ନୁହଁ ବରଂ କେବଳ ସିଲକ ଶାଢୀ, ଧୋତି ଏବଂ ଡ୍ରାଏ ଫ୍ରୁଡ୍ସ ରହିଥିଲା । ଯେତେବେଳେ ଗ୍ରାମପଞ୍ଚାୟତର ସଦସ୍ୟ ମାନେ ଉପହାର ଖୋଲି ଦେଖିଲେ ସେତେବେଳେ ବକ୍ସରେ ସୁନା ରୂପା ଓ ଟଙ୍କାକୁ ଛାଡି ବାକି ସମସ୍ତ ଉପହାର ରହିଥିଲା ।

ହୋସାପେଟେ ନିର୍ବାଚନମଣ୍ଡଳୀରେ ଗୋଟିଏ ମ୍ୟୁନିସିପାଲଟି କର୍ପୋରେସନ ରହିଛି, ଯେଉଁଥିରେ 35 ଜଣ ନିର୍ବାଚିତ ଏବଂ ପାଞ୍ଚ ଜଣ ମନୋନୀତ ସଦସ୍ୟ ରହିଛନ୍ତି । ସେହିପରି 10ଟି ଗ୍ରାମ ପଞ୍ଚାୟତରେ 182 ଜଣ ସଦସ୍ୟଙ୍କ ରହିଛନ୍ତି । କୁହାଯାଇଛି ଯେ କିଛି ନିର୍ବାଚିତ ପୌରପାଳିକା ସଦସ୍ୟ ଉପହାର ବକ୍ସ ନେବାକୁ ମନା କରିଦେଇଥିଲେ ଏବଂ ଆଉ ଅଭିଯୋଗ କରିଥିଲେ ଯେ ଆଗକୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମନ୍ତ୍ରୀ ଉପହାର ପ୍ରଦାନ କରୁଛନ୍ତି ।

ଏହା ମଦ୍ୟ ପଢନ୍ତୁ-ଗୀତ ଗାଇଲେ ମିଠା ଖୁଆଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

ମନ୍ତ୍ରୀଙ୍କ ସମର୍ଥକମାନେ କହିଛନ୍ତି, ''ପ୍ରତ୍ୟେକ ବର୍ଷ ଦୀପାବାଳିରେ ଆନନ୍ଦ ସିଂ ନିର୍ବାଚିତ ପ୍ରତିନିଧୀଙ୍କୁ ଉପହାର ପଠାଇଥାନ୍ତି । ଚଳିତ ବର୍ଷ ମଧ୍ୟ ପଠାଇଛନ୍ତି, କିନ୍ତୁ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ବିବାଦୀୟ ହୋଇପଡିଛି। କେବଳ ମୁନିସିପାଲଟି ଓ ଗ୍ରାମପଞ୍ଚାୟତ ସଦସ୍ୟ ନୁହଁନ୍ତି ବରଂ ଜିଲ୍ଲାର ଅଧିକାରୀ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପହାର ବାକ୍ସ ପଠାଯାଇଥିବା କହିଛନ୍ତି ମନ୍ତ୍ରୀଙ୍କ ମସର୍ଥକ ।''

''ପ୍ରତ୍ୟେକ ବର୍ଷ ଗଣେଶ ପୂଜା ଏବଂ ଦୀପାବଳି ପର୍ବରେ ମନ୍ତ୍ରୀ ତାଙ୍କ ବନ୍ଧୁ ଓ ନିର୍ବାଚିତ ପ୍ରତିନିଧୀଙ୍କ ନିକଟକୁ ଉପହାର ପଠାନ୍ତି, ଏହାକୁ ନେଇ ଏବେ କାହିଁକି ବିବାଦ ଲାଗିଛି ତାହା ଆମେ ନିଶ୍ଚିତ ନୁହଁ ବୋଲି ହୋସାପେଟର ବିଧାୟକ ଆନନ୍ଦ ସିଂଙ୍କ ସମର୍ଥକ କହିଛନ୍ତି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.