ETV Bharat / bharat

ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର କରି ଯେବେ କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା...

author img

By

Published : Jul 26, 2021, 10:03 AM IST

Updated : Jul 26, 2021, 12:59 PM IST

କାର୍ଗିଲ ଯୁଦ୍ଧର ପ୍ରାରମ୍ଭ ସେହି ବର୍ଷ ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ଜୟ ହେବାପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟ ।

କାର୍ଗିଲ ଯୁଦ୍ଧ
କାର୍ଗିଲ ଯୁଦ୍ଧ

ନୂଆଦିଲ୍ଲୀ: ଆଜିକୁ ଠିକ ୨୨ ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲେ ଘମାଘୋଟ ଲଢେଇ । ଏହି ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ଭାରତର କାର୍ଗିଲ ଉଚ୍ଚ ପାହାଡକୁ କବଜା କରି ପାକିସ୍ତାନ ସେନା ନିଜର ଜମା ବାନ୍ଧି ସାରିଥିଲେ । ଯାହାର ଟେର ପାଇନଥିଲା ଭାରତୀୟ ସେନା । ଆଉ ଯେତେବେଳେ ସେନା ଜାଣିଲା କାର୍ଗିଲକୁ କବଜ୍ଜା କରିନେଇଛି ପାକିସ୍ତାନ ସେଇଠୁ ଆରମ୍ଭ ହେଲା ଲଢେଇ । ଆଉ ୧୯୯୯ ମସିଆ ଆଜିର ଦିନରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ହୋଇ ଉଡିଲା ତ୍ରୀରଙ୍ଗା ।

ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର କରି ଯେବେ କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା...

କେବେ ଠାରୁ କାର୍ଗିଲ ଓ କାହିଁକି?

କାର୍ଗିଲ ଯୁଦ୍ଧର ପ୍ରାରମ୍ଭ ସେହି ବର୍ଷ ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ଜୟ ହେବାପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟ । ସେହି ଦିନ ଠାରୁ ବୀରଗତି ପ୍ରାପ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ବଗାଥାକୁ ସବୁଦିନ ପାଇଁ ମନେ ରଖିବା ପାଇଁ କୃତଜ୍ଞ ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି ।

ଶତୃ ପାକିସ୍ତାନର କାପୁରୁଷ ଯୋଜନା...

ଭାରତ ପାକିସ୍ତାନର ଏହି ଷଡଯନ୍ତ୍ରର କୌଣସି ସୁରାକ ପାଇନଥିଲା । ପାକିସ୍ତାନର ବେଶ ଯୋଜନାବଦ୍ଧ ଭାବେ ମିଶନ ପ୍ରସ୍ତୁତ କରିଥିଲା । କୁହାଯାଏ କାର୍ଗିଲ ଦଖଲ କରିବା ପାଇଁ ପାକିସ୍ତାନ ୧୯୯୮ ନଭେମ୍ବର ମାସରୁ ରଣନୀତି ପ୍ରସ୍ତୁତ କରିଥିଲା । ଏଥିପାଇଁ ସେହି ମାସରେ ପାକିସ୍ତାନ ସେନାର ଗୋଟିଏ ଦଳ ଆସି ଅଭ୍ୟାସ କରିଯାଇଥିଲେ । ଆଉ ମେ’ ମାସରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥିଲେ । ପ୍ରଥମେ ଗିଲଗିଟ ଓ ସ୍କର୍ଦୁ ଅଞ୍ଚଳରେ ମୁତୟନ ଥିବା ନିଜର ଫ୍ରଣ୍ଟୟର ଯବାନଙ୍କ ଛୁଟି ବାତିଲ କରିଥିଲା ପାକିସ୍ତାନ । କାରଣ ଅତ୍ୟଧିକ ଥଣ୍ଡା ପାଇଁ ଶୀତଦିନେ ପୋଷ୍ଟ ଛାଡି ସମସ୍ତ ଯବାନ ଛୁଟିରେ ଯାଇଥାନ୍ତି । ତେବେ ସେହି ବର୍ଷ ଯବାନଙ୍କ ଛୁଟି ବାତିଲ କରି ଛଦ୍ମବେଶରେ ୨ ଶହ ଯବାନଙ୍କୁ ପ୍ରଥମେ ଭାରତୀୟ ସୀମାରେ ଅନୁପ୍ରବେଶ କରାଇଲା ପାକିସ୍ତାନ । ତେବେ ଏହି ଅଞ୍ଚଳରେ ଭାରତୀୟ ସେନାର ଅନୁପସ୍ଥିତି ଦେଖି ଏହାକୁ ସୁଯୋଗ ଭାବି ଆହୁରି ସେନାକୁ ପଠାଇବାର ଲାଗିଲା । ଆଉ ଶୀତ ଶେଷ ବେଳକୁ କାର୍ଗିଲରେ ପୁରା ଆଡ୍ଡା ଜମାଇ ସାରିଥିଲା ପାକିସ୍ତାନ ।

କେମିତି ଜାଣିଲା ହିନ୍ଦୁସ୍ତାନ...

ଭାରତକୁ ପାକିସ୍ତାନର ଏହି ଯୋଜାନବଦ୍ଧ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । ତେବେ କିଛି ମେଷପାଳକ ଯେତେବେଳେ ସେହି ଅଞ୍ଚଳକୁ ଯାଇଥିଲେ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହି ଠାରୁ ମେଷ ପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଭାରତୀୟ ସେନା ଖବର ପାଇବା ମାତ୍ରେ ୮ ମେ’ରେ ତୁରନ୍ତ ଅପରେସନ ବିଜୟ ଆରମ୍ଭ କରିଦେଇଥିଲା । ପୂର୍ବରୁ କୌଣସି ଯୁଦ୍ଧାଭ୍ୟାସ କରିନଥିବା ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ କଠିନ ସ୍ଥିତି ଥିଲା । କାରଣ ଶତ୍ରୁ ପୁରା ଅସ୍ତ୍ରଶସ୍ତ୍ର ସହ କାର୍ଗିଲ ପାହାଡ ଉପରେ କବଜା କରିଥିବା ବେଳେ ଭାରତୀୟ ସେନା ଥିଲେ ପାହାଡ ତଳେ । ଯାହା ସେତେବେଳେ ଜବାବ ଦେବାପାଇଁ ଥିଲା ପୁରା କଠିନ ହିନ୍ଦୁସ୍ତାନ ପାଇଁ । ତଥାପି ଭାରତ ମାତର ଅଖଣ୍ଡ ଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବିଜୟର ଧ୍ବନି ଦେଇ ଗର୍ଜନ ଛାଡିଥିଲେ ଭାରତର ବୀର ସୌର୍ଯ୍ୟ । ଆଉ ଠିକ ଏତିକି ବେଳେ ଭାରତୀୟ ବାୟୁବୀର ମଧ୍ୟ ଦେଖାଇଥିଲେ ଅଦ୍ୟମ ସାହସ ଓ ସାମର୍ଥ୍ୟ । ଆଉ ଉଭୟ ପକ୍ଷଙ୍କ ମଧ୍ୟର ଚାଲିଲା ଘୋମାଘୋଟ ଲଢେଇ ।

ଭାରତମାତାର ୫୬୨ ସୁପୁତ୍ର ଦେଇଥିଲେ ସର୍ବୋଚ୍ଚ ବଳିଦାନ...

କାର୍ଗିଲ ଯୁଦ୍ଧରେ ଭାରତର ୫୬୨ ବୀର ହୋଇଥିଲେ ସହିଦ । ପାଖାପାଖି ୧୪ ଶହ ଯବାନ ହୋଇଥିଲେ ଆହତ । ସେପଟେ ପାକିସ୍ତାନର ମଧ୍ୟ ହୋଇଥିଲା ବିପୁଳ କ୍ଷତି। ଭାରତୀୟ ଯବାନଙ୍କ ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ୬ ଶହରୁ ଅଧିକ ସୈନ୍ୟ ହୋଇଥିଲେ ନିପାତ । ଆହତ ହୋଇଥିଲ ୧୫ ଶହରୁ ଅଧିକ ।

ଦୁନିଆର ଉଚ୍ଚତମ କ୍ଷେତ୍ରରେ ଲଢେଇ...

ଭାରତ-ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଚାଲିଥିଲା । ଆଉ ଉଭୟ ଦେଶର ବିପୁଳ କ୍ଷତି ମଧ୍ୟ ହୋଇଥିଲା । ଆଉ ଶେଷରେ ବିଶ୍ବର ସର୍ବବୃହତ ଯୁଦ୍ଧ ଭୂମିରେ ଚାଲିଥିବା ଲଢେଇର ହୋଇଥିଲା ଅନ୍ତ । ୧୯୯୯ ଆଜିର ଦିନରେ କାର୍ଗିଲ ଶିଖରରେ ଉଡିଥିଲା ଭାରତୀୟ ତ୍ରୀରଙ୍ଗା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.