ETV Bharat / bharat

ତାଉ'ତେ ପ୍ରଭାବିତ ରାଜ୍ୟର ସାଂସଦ-ବିଧାୟକଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା

author img

By

Published : May 16, 2021, 7:05 PM IST

ସାମୁଦ୍ରିକ ବାତ୍ୟା ତାଉ'ତେ ପ୍ରଭାବିତ ରାଜ୍ୟ ମାନଙ୍କ ସାଂସଦ, ବିଧାୟକ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

CycloneTauktae affected state
ବାତ୍ୟା ତାଉ'ତେ ପ୍ରଭାବିତ ରାଜ୍ୟମାନଙ୍କ ବିଜେପି ସାଂସଦ,ବିଧାୟକ ସହ ଆଲୋଚନା କଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ତାଉ'ତେ ପ୍ରଭାବିତ ରାଜ୍ୟ ମାନଙ୍କ ସାଂସଦ, ବିଧାୟକ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବାତ୍ୟାରେ ଲୋକଙ୍କୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଆଲର୍ଟ ରହିବା ପାଇଁ କହିଛନ୍ତି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉ'ତେ ବର୍ତ୍ତମାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ରାଜ୍ୟ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜୁରାଟର ବିଜେପି ସାଂସଦ, ବିଧାୟକ ଓ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ଭର୍ଚ୍ଚୁଆଲ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ଯୋଗାଇବା ସହ ଲୋକଙ୍କ ସେବା କରିବା ପାଇଁ ମନ୍ତ୍ରଣା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ବିଜେପି ବିଧାୟକ, ସାଂସଦ ଲୋକଙ୍କ ସହିତ ଯୋଗାଯୋଗରେ ରହିବା ସହ ରିଲିଫ ସାମଗ୍ରୀ ପହଞ୍ଚାଇବା ଓ ସେମାନଙ୍କ ସହିତ ସମସ୍ତ ସହାୟତା କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି । ସେବା ହିଁ ସଂଗଠନ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉକି ଆରବ ସାଗରରେ ସୃଷ୍ଟି ହୋଇଥବା ବାତ୍ୟା ତାଉ'ତେ ଆସନ୍ତା 18 ତାରିଖରେ ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ହୋଇ ଭୂଭାଗରେ ପହଞ୍ଚିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହି ସାମୁଦ୍ରିକ ବାତ୍ୟାର ପ୍ରଭାବ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.