ETV Bharat / bharat

ଲଦାଖ ଗସ୍ତରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ

author img

By

Published : Jan 11, 2021, 6:27 PM IST

ଚୀନ୍ ସହିତ ଚାଲିଥିବା ସାମରିକ ବିବାଦ ମଧ୍ୟରେ ସିଡିଏସ ଜେନେରାଲ୍ ବିପିନ ରାୱତ ସୋମବାର ଲଦାଖ ଗସ୍ତରେ ଯାଇଛନ୍ତି । ଅଧିକ ପଢନ୍ତୁ...

ଲଦାଖ ଗସ୍ତରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ
ଲଦାଖ ଗସ୍ତରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ

ଶ୍ରୀନଗର: ଚୀନ୍ ସହିତ ଚାଲିଥିବା ସାମରିକ ବିବାଦ ମଧ୍ୟରେ ସିଡିଏସ ଜେନେରାଲ୍ ବିପିନ ରାୱତ ସୋମବାର ଲଦାଖ ଗସ୍ତରେ ଯାଇଛନ୍ତି । ଏଲଏସିର ବର୍ତ୍ତମାନର ସ୍ଥିତି ଯାଞ୍ଚ କରିବାକୁ ଲଦାଖ ଗସ୍ତ କରିଥିବା ଅଧିକାରୀ କହିଛନ୍ତି । ଲେହସ୍ଥିତ ଫାୟାର ଏବଂ ଫ୍ୟୁରି କର୍ପସର ଅଧିକାରୀଙ୍କ ଦ୍ବାରା ତାଙ୍କୁ ଏଲଏସି ପରିସ୍ଥିତି ବିଷୟରେ ଅବଗତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଜେନେରାଲ୍ ରାୱତ ଏହି ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀର କାର୍ଯ୍ୟକ୍ଷମ ପ୍ରସ୍ତୁତି ସମ୍ପର୍କରେ ସୂଚନା ନେବେ। ସେ ଆଇଟିବିପି ଅଧିକାରୀ ତଥା ଏହି ଅଞ୍ଚଳରେ ପୋଷ୍ଟ କରାଯାଇଥିବା ଅନ୍ୟ ସୁରକ୍ଷା ବାହିନୀକୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି ’ । ଏହାପୂର୍ବରୁ ଜାନୁଆରୀ 3 ରେ ସେ ଅରୁଣାଚଳ ପ୍ରଦେଶ ଏବଂ ଆସାମର ସୀମା ଅଞ୍ଚଳ ପରିଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.