ETV Bharat / bharat

କାଶ୍ମୀରରେ ସେନା ଗୁଳିରେ ଅନୁପ୍ରବେଶକାରୀ ନିହତ, ସର୍ଚ୍ଚ ଅପରେସନ ଜାରି

author img

By

Published : Feb 16, 2023, 4:11 PM IST

କାଶ୍ମୀରରେ ଜଣେ ଅନୁପ୍ରବେଶକାରୀ ନିପାତ । ଗତକାଲି ରାତିରେ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ଚଳାଇଲା ଗୁଳି । ଅଧିକ ପଢନ୍ତୁ

କାଶ୍ମୀରରେ ଅନୁପ୍ରବେଶକାରୀ ନିହତ
କାଶ୍ମୀରରେ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର: ଉତ୍ତର କାଶ୍ମୀରରେ କୂପଓ୍ବାରା ଜିଲ୍ଲାରେ ସୁରକ୍ଷାବଳର ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି । ଗତକାଲି (ବୁଧବାର) ରାତିରେ ସନ୍ଦିଗ୍ଧ ଅନୁପ୍ରବେଶକାରୀଜଣଙ୍କ ସୀମା ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳ ଚେତବାନୀ ଦେବା ପରେ ଗୁଳି ଚଳାଇଥିଲା । ଏଥିରେ ଅନୁପ୍ରବେଶକାରୀଜଣଙ୍କ ନିହତ ହୋଇଛି । ଉତ୍ତର କାଶ୍ମୀରରେ ଥିବା କୂପଓ୍ବାରାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଫରଓ୍ବାର୍ଡ ଏରିଆରେ ଅନୁପ୍ରବେଶ ଉଦ୍ୟମ ନେଇ ଗୁଇନ୍ଦା ତଥ୍ୟ ଅନୁସାରେ ସେନା ଓ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରାୟ ମଧ୍ୟରାତ୍ରିରେ ଏହି ସଫଳତା ମିଳିଛି ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ ସେନାର ଜଣେ ପ୍ରବକ୍ତା କହିଛନ୍ତି, ମାତ୍ର ତିନି ଦିନ ତଳେ ଜମ୍ମୁ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ପୋଲିସ 4 ନିଶା ମାଫିଆଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ 1.17 କେ.ଜିର ବ୍ରାଉନସୁଗାର ସାଙ୍ଗକୁ 25 ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା । ଏହା ଏକ ସୀମାପାର ନିଶା ରାକେଟ ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାର ମାତ୍ର ତିନି ଦିନ ପରେ ଏହି ଅନୁପ୍ରବେଶ ଉଦ୍ୟମ ହୋଇଛି । ଏନେଇ ଗୁଇନ୍ଦା ସୂଚନା ଆଧାରରେ ସେନା ଓ ସ୍ଥାନୀୟ ପୋଲିସର ଏକ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ସୀମାରେ ଅନୁପ୍ରେବଶ ଓ ନିଶା କାରବାର ରୋକିବା ପାଇଁ ସେନା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ବ୍ୟାପକ କରିବାରେ ଲାଗିଛନ୍ତି । ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ସହ ସୀମାରେ କୌଣସି ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଇଛି । ସେହି କ୍ରମରେ ଗତକାଲି ସୀମାରେ ଅନୁପ୍ରବେଶ ନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଏହି ଅପରେସନକୁ ଆରମ୍ଭ ହୋଇଥିଲା । କୂପଓ୍ବାରା ନିକଟ ଫରଓ୍ବାର୍ଡ ପୋଷ୍ଟରେ ଜଣେ ଅନୁପ୍ରବେଶକାରୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଠାବ କରାଯାଇଥିଲା । ସେନା ପ୍ରଥମେ ଚେତାବନୀ ଦେବା ପରେ ଗୁଳି ଚଳାଇଥିଲା ।

ଏଥିରେ ଅନୁପ୍ରବେଶକାରୀଜଣଙ୍କ ନିହତ ହୋଇଛି । ଉକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ନିକଟରେ ଆତଙ୍କବାଦ ସହ ସୀମାପାର ନିଶା କାରବାର ଭାରତୀୟ ସେନାର ଚିନ୍ତା ବଢାଇଛି । ପାକିସ୍ତାନ ପଟୁ କାଶ୍ମୀର ସମେତ ଅନ୍ୟ ସୀମାନ୍ତ ରାଜ୍ୟରେ ଡ୍ରୋନ ମାଧ୍ୟମରେ ନିଶାଦ୍ରବ୍ୟ କାରବାର ହେଉଛି । ବିଭିନ୍ନ ସମୟରେ ସେନା ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇବା ସହ ଏଥିରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ମଧ୍ୟ ଜବତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.