ETV Bharat / bharat

ବଢୁଛି ସଂକ୍ରମଣ, 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 18 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ

author img

By

Published : Mar 6, 2021, 12:35 PM IST

ଦୀର୍ଘ 36 ଦିନ ପରେ ଦେଶରେ 24 ଘଣ୍ଟାରେ 18,000 ରୁ ଉର୍ଦ୍ଧ୍ବ କୋଭିଡ ମାମଲା ରିପୋର୍ଟ ହୋଇ କ୍ରମାଗତ ଏହା ଚତୁର୍ଥ ଦିନରେ ବୃଦ୍ଧି ପାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗୋଟିଏ ଦିନରେ 18 ହଜାର 327 ନୂଆ କୋରୋନା ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ 108 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦେଶରେ ଗୋଟିଏ ଦିନରେ 18,327 ନୂଆ ଆକ୍ରାନ୍ତ ଚିହ୍ନଟ, 108 ମୃତ

ନୂଆଦିଲ୍ଲୀ: କିଛି ଦିନର ସାମାନ୍ୟ ଆଶ୍ବସ୍ତି ପରେ ପୁଣି ଲୋକଙ୍କୁ ଭୟଭିତ କରୁଛି ମହାମାରୀ କୋରୋନା । ଦୀର୍ଘ 36 ଦିନ ପରେ ଦେଶରେ 24 ଘଣ୍ଟାରେ 18,000ରୁ ଊର୍ଦ୍ଧ୍ବ କୋଭିଡ ମାମଲା ରିପୋର୍ଟ ହୋଇ କ୍ରମାଗତ ଏହା ଚତୁର୍ଥ ଦିନରେ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ 24 ଘଣ୍ଟାରେ ଦେଶରେ 18 ହଜାର 327 ନୂଆ କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 11 ଲକ୍ଷ 92 ହଜାର 88ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ 108 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 57 ହଜାର 656ରେ ପହଞ୍ଚିଛି ।

ଅନ୍ୟପଟେ ଗତ 24 ଘଣ୍ଟାରେ 14 ହଜାର 234 ଜଣ ସୁସ୍ଥ ହୋଇ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1 କୋଟି 8 ଲକ୍ଷ 54 ହଜାର 128ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ 1 ଲକ୍ଷ 80 ହଜାର 304ଟି ସକ୍ରୟ ମାମଲା ରହିଛି । ଜାତୀୟ ସୁସ୍ଥ ହାର ବର୍ତ୍ତମାନ 96.98 ପ୍ରତିଶତ ଥିବାବେଳେ ମୃତ୍ୟୁ ହାର 1.41 ପ୍ରତିଶତ ରହିଛି । ଆଇସିଏମଆର ଅନୁଯାୟୀ, ମାର୍ଚ୍ଚ 5 ପର୍ଯ୍ୟନ୍ତ 22,06,92,677 ନମୁନା ପରୀକ୍ଷା କରାଯାଇଥିବା ବେଳେ ଶୁକ୍ରବାର ଦିନ 7,51,935 ନମୁନା ପରୀକ୍ଷା କରାଯାଇଛି।

ତେବେ 108 ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର 53, କେରଳର 16 ଜଣ ଏବଂ ପଞ୍ଜାବର 11 ଜଣ ଅଛନ୍ତି। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ 1 ଲକ୍ଷ 57 ହଜାର 656 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରର 52,393 ଜଣ, ତାମିଲନାଡୁର 12,513, କର୍ଣ୍ଣାଟକର 12,354, ଦିଲ୍ଲୀର 10,918, ପଶ୍ଚିମବଙ୍ଗର 10,275, ଉତ୍ତରପ୍ରଦେଶର 8,729 ଏବଂ ଆନ୍ଧ୍ରପ୍ରଦେଶର 7,172 ଜଣଙ୍କର ମୃତ୍ୟୁ ଘଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.