ETV Bharat / bharat

ଭାରତ-ଚୀନ ସମ୍ପର୍କ ଭଲ ନାହିଁ, ସୀମାରେ ଶାନ୍ତି ଜରୁରୀ: ଜୟଶଙ୍କର - ଭାରତ ଓ ଚୀନ ସୀମା ବିବାଦ

ବର୍ତ୍ତମାନ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ନାହିଁ । ସାମରିକ ଗତିରୋଧ ସହିତ ବାଣିଜ୍ୟିକ ପ୍ରତିରୋଧ ମଧ୍ୟ ରହିଛି । ସୀମାରେ ଦୁଇ ଦେଶର ସୈନ୍ୟ ଠୁଳ ହୋଇଛନ୍ତି । ସୀମା ବିବାଦ ସାଙ୍ଗକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଚୀନର ବାରମ୍ବାର ମନ୍ତବ୍ୟ ସମ୍ପର୍କକୁ ଅଧିକରୁ ଅଧିକ ଖରାପ ଆଡକୁ ଗତିକରୁଛି । ଅଧିକ ପଢନ୍ତୁ

ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଭଲ ନାହିଁ: କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର

author img

By

Published : Mar 25, 2022, 6:09 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ଗଲଓ୍ବାନ ଘାଟିରେ ରକ୍ତାକ୍ତ ସଂଘର୍ଷ ଏବଂ ପରେ ସୈନ୍ୟ ପ୍ରତ୍ୟାହାର ନେଇ ବାରମ୍ବାର ମାରାଥନ କମାଣ୍ଡରସ୍ତରୀୟ ବୈଠକ ପରେ ଆଜି ଦିଲ୍ଲୀରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଦେଶର ବିଦେଶ ମନ୍ତ୍ରୀ । ଭାରତ ଗସ୍ତରେ ଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଓ୍ବି ଏବଂ ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ତମାମ ବିବାଦ ଏବଂ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀ କରି ଗୋଟି ଗୋଟି କରି ସମସ୍ତ ତଥ୍ୟ ରଖିଛନ୍ତି ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ।

  • #WATCH | There was no timeline...a parallel but a separate discussion took place in regard to sorting out the situation in border areas: EAM S Jainshankar in response to a question on whether any timeline has been set for disengagement, de-escalation at LAC pic.twitter.com/wpET6kAJtx

    — ANI (@ANI) March 25, 2022 " class="align-text-top noRightClick twitterSection" data=" ">

ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ନାହିଁ । ସାମରିକ ଗତିରୋଧ ସହିତ ବାଣିଜ୍ୟିକ ପ୍ରତିରୋଧ ମଧ୍ୟ ରହିଛି । ସୀମାରେ ଦୁଇ ଦେଶର ସୈନ୍ୟ ଠୁଳ ହୋଇଛନ୍ତି । ସୀମା ବିବାଦ ସାଙ୍ଗକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଚୀନର ବାରମ୍ବାର ମନ୍ତବ୍ୟ ସମ୍ପର୍କକୁ ଅଧିକରୁ ଅଧିକ ଖରାପ ଆଡକୁ ଗତିକରୁଛି । ଏହାସହିତ ଜୟଶଙ୍କର କହିଛନ୍ତି, ସୀମାରେ ପ୍ରଥମେ ଦୃତ ଗତିରେ ସୈନ୍ୟ ପ୍ରତ୍ୟାହାର ହେବା ଜରୁରୀ । ଯାହା ଧିରେ ଧିରେ ହେଉଛି । ଆଉ ଗଲଓ୍ବାନରେ ଚୀନର ହୀନ ହରକତ ପାଇଁ ସମ୍ପର୍କ ମଧ୍ୟ ବିଗିଡିଛି । ଭାରତ ସମ୍ପର୍କ ସୁଧାରିବା ପାଇଁ ଚାହୁଁଛି ହେଲେ ସୀମାରୁ ସୈନ୍ୟ ନହଟିଲେ ଏହା ସମ୍ଭବ ନୁହେଁ ବୋଲି ଜୟଶଙ୍କର ସଫା ସଫା କହିଛନ୍ତି । ଏହାସହିତ ଆଫଗାନିସ୍ତାନରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଚୀନ ଭାରତକୁ ଆମନ୍ତ୍ରଣ ଦେଇନଥିବା କହିଛନ୍ତି ଜୟଶଙ୍କର ।

ସୀମା ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ବୈଠକ ଅନୁଷ୍ଠିତ । ତେବେ ବୈଠକ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପ୍ରତିକ୍ରିୟା । ଆଜି ଏନେଇ ନୂଆଦିଲ୍ଲୀ ଠାରେ ଚୀନ ପ୍ରତିନିଧି ମଣ୍ଡଳଙ୍କ ସହ ସୀମା ବିବାଦ ନେଇ ଆଲୋଚନା ହୋଇଛି ।

ସେହିପରି ଏହି ବୈଠକରେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏଥିରେ ଚୀନ ପକ୍ଷରୁ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣର ରେଖା(LAC) ଅଞ୍ଚଳରୁ ସୈନ୍ୟ ଅପ୍ରସାରଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଛନ୍ତି । ତେବେ ଏହା ଆଶା ଠାରୁ ମନ୍ଥର ଗତିରେ ହେଉଛି ବୋଲି ସେ କହିଛନ୍ତି ।

ସେହିଭଳି ଆଜିର ଏହି ବୈଠକ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହ ଚୀନ ବୈଦେଶିକ ମନ୍ତ୍ରୀଙ୍କ ୱାଙ୍ଗ ଓ୍ବିଙ୍କ ସହ ଆଲୋଚନା କରିବା ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ସହିତ ୨୦୨୦ ମସିହାରେ ଚୀନର ବ୍ୟବହାର ନେଇ ଆମେ ବହୁତ ବିଚିଳିତ ବୋଲି କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର ବୈଠକରେ କହିଥିଲେ ।

ଏତଦ୍‌ବ୍ୟତିତ୍‌ ଏହା ଭାରତ ଓ ଚୀନ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇଥିବା ବେଳେ ବିବାଦୀୟ ସୀମାରେ ବହୁତ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି । ଏଥିସହ ସୀମରେ ସ୍ଥିତ ସ୍ବାଭାବିକ ନଥିବା ସେ କହିଛନ୍ତି । ଏହା ସହିତ ଆମେ ବିଭିନ୍ନ ସୀମା ବିବାଦ ସହ ପାଙ୍ଗଙ୍ଗ ସୋ ( Pangong Tso) ନେଇ ମଧ୍ୟ ଆଲୋଚନା ହୋଇଛି ।

ଅପରପକ୍ଷରେ ଏହି ସବୁ ବିବାଦୀୟ ସୀମା ଓ ଏହାର ସମାଧାନ ଲାଗି ଅଗ୍ରଗତି ହେଉଛି ବୋଲି ସେ କହିଛନ୍ତି । ଏହାସହିତ ଏହାର ସମାଧାନ ପାଇଁ ଏହାକୁ କିପରି ଆଗକୁ ନେବୁ ଆଜି ଆମର ଆଲୋଚନା ହୋଇଥିଲା । ତେବେ ଆଜିରେ ଆଲୋଚନା ନେଇ ଜୟଶଙ୍କର କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଭଲ ନାହିଁ ।

ମାତ୍ର ଏହାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଏପଟେ ସୀମା ବିବାଦକୁ ନେଇ ୨୦୨୦ ଅପ୍ରେଲ ମାସରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି(China's People's Liberation Army) ପକ୍ଷରୁ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(Line of Actual Control) ପାର ହୋଇ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

ଏପଟେ ଏହାକୁ ସେତେବେଳେ ଭାରତୀୟ ସେନା ପକ୍ଷରୁ ପ୍ରତିହିତ କରିବାରୁ ଚାଇନା ଆର୍ମି ଦ୍ବାରା ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଠେଲାପେଲା ସହ ପଥର ମାଡ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ବେଳେ ଚୀନର ବହୁ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲେ । ତେବେ ଏହି ବିବାଦ ଦୁଇ ବର୍ଷ ପରେ ସମାଧାନ ଦିଗରେ ଗତି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଛନ୍ତି ।

ଏଥିସହ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ବୈଦେଶିକ ମନ୍ତ୍ର ୱାଙ୍ଗଙ୍କୁ ବର୍ତ୍ତମାନ ଜାରି ରହିଥିବା ପରିସ୍ଥିତି ଓ କାମ ସମ୍ପର୍କରେ କୁହାଯାଇଛି । ସେହିଭଳି ଚୀନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ବିଷୟରେ ଆଲୋଚନ ହୋଇଛି । ତେବେ ପାଠ ପଢିବା ପାଇଁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ କୋଭିଡ ପ୍ରତିବନ୍ଧକ କାରଣରୁ ଚୀନ ଫେରିବାକୁ ଦେଉନଥିବା ବିଷୟରେ ଆଲୋଚନା କରିଛନ୍ତି । ମାତ୍ର ଏହି ଘଟଣାକୁ ଚୀନ ଗୁରୁତ୍ବର ସହ ନେବା ବୋଲି ଜୟଶଙ୍କର କହିଛନ୍ତି ।

ଅନ୍ୟପଟେ ଜୟଶଙ୍କରଙ୍କ ସହ ଆଲୋଚନା ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଏଥିସହ ତାଙ୍କୁ ଚୀନ ଗସ୍ତରେ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ୱାଙ୍ଗ । ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସମସ୍ୟା ସମାଧାନ ହେବା ପରେ ମୁଁ ଚୀନ ଗସ୍ତ କରିବି ବୋଲି ଡୋଭାଲ କହିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.