ETV Bharat / bharat

ହାଇତିରେ ୭.୨ ତୀବ୍ରତାର ଭୟଙ୍କର ଭୂକମ୍ପ: ୨୯ ମୃତ

author img

By

Published : Aug 14, 2021, 11:07 PM IST

ହାଇତିରେ ଭୟଙ୍କର ଭୂକମ୍ପ । ୨୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି । ଉପକୂଳରେ ସୁନାମି ସତର୍କତା ମଧ୍ୟ ଜାରି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ଅଧିକ ପଢନ୍ତୁ...

ହାଇତିରେ ୭.୨ ତୀବ୍ରତାର ଭୁକମ୍ପ: ୨୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ହାଇତି: ଶନିବାର ହାଇତିରେ 7.2 ତୀବ୍ରତାର ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ହାଇତି ବିଶଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୨୯ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ବଡ ବଡ କୋଠା ଗୁଡିକ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଭୟଙ୍କର ଭୂକମ୍ପ ପରେ ହାଇତି ଉପକୂଳରେ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି ।

ଏକ ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ଦ୍ବାର ଆକଳନ ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜନବହୁଳ ରାଜଧାନୀ କେନ୍ଦ୍ରୀୟ ପୋର୍ଟ-ଅ-ପ୍ରିନ୍ସରୁ ପ୍ରାୟ 100 ମାଇଲ ଅର୍ଥାତ 160 କିଲୋମିଟର ଦୂରରେ ବୋଲି କୁହାଯାଉଛି । ଏହି ଭୂକମ୍ପ ହାଇତିର ଦକ୍ଷିଣ-ପଶ୍ଚିମ ଦ୍ବୀପପୁଞ୍ଜରେ ଥିବା ସ୍କୁଲ ତଥା ଘର ନଷ୍ଟ କରିଛି। ପ୍ରଭାବରେ ହାଇତିର ଉପକୂଳରେ ତିନି ମିଟର, ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ସୁନାମି ଆସିବାର ଆଶଙ୍କା ଥିବା ଦର୍ଶାଇ ହାଇ ଆଲର୍ଟ ଜାରି କରାଯାଇଛି ।

ଭୂକମ୍ପ ପରେ ଦେଶର ଜରୁରୀକାଳୀନ ଅପରେସନ୍ ସେଣ୍ଟର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ ସେଠାକୁ ଗସ୍ତ କରିଛନ୍ତି । ଜାନୁଆରୀ 2010 ରେ 7.0 ତୀବ୍ରତାର ଭୁକମ୍ଫ ଅନୂଭୁତ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ 7.2 ତ୍ରୀବତାର ଭୁକମ୍ପ ଅନୁଭୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.