ETV Bharat / bharat

ସୋମବାର ଦିଲ୍ଲୀ ହାଇକୋର୍ଟରେ INX ମିଡିଆ ଦୁର୍ନୀତି ମାମଲାର ଶୁଣାଣି

INX ମିଡିଆ ଦୁର୍ନୀତି ମାମଲାର ଶୁଣାଣି ପାଇଁ ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । CBIର ଆବେଦନ ଉପରେ ହେବ ଏହି ଶୁଣାଣି । ଅଧିକ ପଢନ୍ତୁ...

author img

By

Published : Aug 8, 2021, 5:35 PM IST

ଦିଲ୍ଲୀ ହୋଇକୋର୍ଟରେ ସୋମବାର ହେବ INX ମିଡିଆ ଦୁର୍ନୀତି ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ସୋମବାର ଦିଲ୍ଲୀ ହାଇକୋର୍ଟରେ ହେବ ବହୁଚର୍ଚ୍ଚିତ INX ମିଡିଆ ଦୁର୍ନୀତି ମାମଲାର ଶୁଣାଣି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କ ସମ୍ପୃକ୍ତି ଅଭିଯୋଗରେ CBI ପକ୍ଷରୁ ହୋଇଥିବା ଆବେଦନର ଏହି ଶୁଣାଣି ସୋମବାର କରିବା ପାଇଁ କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଟ୍ରାଏଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା CBI।

2007 ମସିହାରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ 305 କୋଟି ଟଙ୍କା ବିଦେଶୀ ପାଣ୍ଠି ଗ୍ରହଣ ପାଇଁ INX ମିଡିଆ ଦୁର୍ନୀତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଥିଲା CBI । ଅଭିଯୋଗ ଅନୁସାରେ, ଉକ୍ତ ଗ୍ରୁପକୁ ଦିଆଯାଇଥିବା ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ କ୍ଲିୟରାନ୍ସରେ ଅନିୟମିତତାରେ ସମ୍ପୃକ୍ତ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ । ଏହି ଅଭିଯୋଗ ସହ CBI 2017 ମସିହା ମେ‘15 ତାରିଖରେ ଚିଦାମ୍ବରମଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରିଥିଲା। ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ମନି ଲଣ୍ଡରିଂ ମାମଲା ଦାୟର କରିଥିଲା। CBI ଏହି ଦୁର୍ନୀତିରେ ବହୁ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଦର୍ଶାଇବା ସହ ସ୍ବଚ୍ଛ ଓ ନିରପକ୍ଷ ତଦନ୍ତ ପାଇଁ ଦାବି କରିଛି ।

2019 ମସିହା ଅକ୍ଟୋବର 16 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚିଦାମ୍ବରମଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା। ଗିରଫର ୬ଦିନ ପରେ ଅର୍ଥାତ ଅକ୍ଟୋବର 22 ରେ, ପୂର୍ବରୁ CBI ଦ୍ୱାରା ଦାଖଲ ହୋଇଥିବା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ED ଦ୍ବାରା ଦାୟର ମାମଲାରେ ତାଙ୍କୁ ଜାମିନ ମିଳୁ ନ ଥିବାରୁ ସେ ଜେଲରୁ ବାହାରି ପାରିନଥିଲେ । ପରେ ସେହିବର୍ଷ ଡିସେମ୍ବର 4 ତାରିଖ ଅର୍ଥାତ 105 ଦିନ ଜେଲରେ ରହିବା ପରେ ଚିଦାମ୍ବରମଙ୍କୁ ED ଦାଖଲ କରିଥିବା ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ପୁଣି ଥରେ ଏହି ମାମଲା ପୁଣି ଚର୍ଚ୍ଚାକୁ ଆସିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.