ETV Bharat / bharat

‘ପେଗାସସ-ସ୍ପାଏୱେୟାର ପ୍ରସଙ୍ଗରେ ଜାଣିବାକୁ ଚାହୁଁଛନ୍ତି ଦେଶବାସୀ’

author img

By

Published : Aug 19, 2021, 7:22 AM IST

ପେଗାସସ ମାମଲାରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । କହିଲେ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି ପେଗାସସ, ଦେଶବାସୀ ଜାଣିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...

ପେଗାସସ-ସ୍ପାଏୱେୟାର ପ୍ରସଙ୍ଗରେ ପୁଣି ସରକାରକୁ ପ୍ରଶ୍ନ କଲେ ପି ଚଦାମ୍ବରମ

ନୂଆଦିଲ୍ଲୀ: ପେଗାସସ ମାମଲାରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଚିଦାମ୍ବରମଙ୍କ ଅଭିଯୋଗ ଅନୁସାରେ, ପେଗାସସ ସଫ୍ଟୱେୟାର-ସ୍ପାଏୱେୟାର ସଂକ୍ରାନ୍ତୀୟ ତଥ୍ୟ ସର୍ବସଧାରଣ ବା ଦେଶବାସୀଙ୍କ ସାମ୍ନାରେ ପ୍ରକାଶ କରିବା ସମ୍ଭବ ନୁହେଁ । କେବଳ ଏକ ମୁଦା ଲଫାପାରେ କୋର୍ଟଙ୍କ ନିକଟରେ ଦାଖଲ କରାଯିବା ନେଇ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି । ଯଦି ଦେଶବାସୀଙ୍କ ବା ସର୍ବ ସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ ତେବେ ପେଗାସସ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।

ମଙ୍ଗଳବାର ଦିନ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶ ପେଗାସସ୍ ଭଳି ସ୍ପାଏୱେୟାର ବ୍ୟବହାର କରୁଛି ନା ତାହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ଦେଶ ଏହା ବ୍ୟବହାର କରିଛି କି ନାହିଁ ତାହା ସାଧାରଣରେ ପ୍ରଘଟ ହେଲେ ଆତଙ୍କୀ କାର୍ଯ୍ୟକଳାପ ସହ ଜଡିତ ଗୋଷ୍ଠୀ ବା ସଂଗଠନମାନେ ସେମାନଙ୍କ ରଣନୀତିରେ ପରିବର୍ତ୍ତନ ଆଣିପାରନ୍ତି । ତେଣୁ ଏହା ସାଧାରଣରେ ପ୍ରଘଟଯୋଗ୍ୟ ନୁହେଁ ବୋଲି କୋର୍ଟଙ୍କ ସାମ୍ନାରେ ଯୁକ୍ତି ରଖିଛନ୍ତି ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ।

ତେବେ ପେଗାସସ ଦେଶରେ ବ୍ୟବହୃତ ହୋଇଛି କି ନାହିଁ, ଯଦି ହୋଇଛି କେଉଁ ଉଦ୍ଦେଶ୍ୟର ହୋଇଛି ତାହା ଦେଶବାସୀ ପ୍ରଶ୍ନ କରୁଛନ୍ତି ଓ ଉତ୍ତର ଚାହୁଁଛନ୍ତି ବୋଲି କହିଛନ୍ତି ପୂର୍ବତମ ଗୃହମନ୍ତ୍ରୀ ଚିଦାମ୍ବରମ । ଏ ପ୍ରସଙ୍ଗ ନେଇ ସେ ଏକାଧିକ ଟ୍ବିଟ କରି ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.