ETV Bharat / bharat

ଟୋକିଓ ମେଡାଲ ବିଜେତାଙ୍କୁ ଗୋ ଫାଷ୍ଟର ଅଫର, 5 ବର୍ଷ ଯାଏଁ ବିମାନ ଯାତ୍ରା ମାଗଣା

author img

By

Published : Aug 8, 2021, 8:21 PM IST

ଟୋକିଓ ଅଲମ୍ପିକ୍ସ ମେଡାଲ ବିଜେତାଙ୍କ ପାଇଁ ଗୋ ଫାଷ୍ଟ ପକ୍ଷରୁ ଦମଦାର ଅଫର । ଆଗାମୀ 5 ବର୍ଷ ଯାଏଁ ଗୋ ଫାଷ୍ଟ ଏୟାରଲାଇନରେ ମାଗଣା ଯାତ୍ରା କରିପାରିବେ ସମସ୍ତ ମେଡାଲ ବିଜେତା । ଅଧିକ ପଢନ୍ତୁ...

5 ବର୍ଷ ଯାଏଁ ଗୋ ଫାଷ୍ଟରେ ମାଗଣା ଯାତ୍ରା କରିବେ ଟୋକିଓ ମେଡାଲ ବିଜେତା

ମୁମ୍ବାଇ: 2020 ଟୋକିଓ ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଚଳିତ ବର୍ଷ ମୋଟ 7ଟି ମେଡାଲ ହାସଲ କରିଛି ଦେଶ । ଯାହାକୁ ନେଇ ଉତ୍ସବମୁଖର ଦେଶବାସୀ । ଏହି ପରିପ୍ରେକ୍ଷୀରେ ଦେଶକୁ ବିଶ୍ବସ୍ତରରେ ଗର୍ବିତ କରିଥିବା ମେଡାଲ ବିଜେତାଙ୍କ ପାଇଁ ମାଗାଣ ବିମାନ ଯାତ୍ରାର ଅଫର ଦେଇଛି ଗୋ ଫାଷ୍ଟ ଏୟାରଲାଇନ । ଆଗାମୀ 5 ବର୍ଷ ଯାଏଁ ସମସ୍ତ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ମାଗାଣା ବିମାନ ଯାତ୍ରା ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛି ଗୋ ଫାଷ୍ଟ ।

ଗୋ ଫାଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଖୋନା କହିଛନ୍ତି କି, ଆମର ଅଲମ୍ପିକ୍ସ ଦଳର ଅଦ୍ଭୁତପୂର୍ବ ସଫଳତା ପାଇଁ ସାରା ଦେଶ ଆନନ୍ଦିତ । ଏଣୁ ଆମେ ଏହି ବିଜେତାଙ୍କୁ ଶୁଭେଚ୍ଛା ଜଣାଇ ମାଗଣା ବିମାନ ଯାତ୍ରା ଟିକେଟ ପ୍ରଦାନ କରୁଛୁ । ଭାରତୀୟ କ୍ରୀଡା ଜଗତ ପାଇଁ ଏହା ବହୁତ ବଡ ସଫଳତା । ଆମ ଦେଶକୁ ଗର୍ବିତ କରିଥିବା ପ୍ରତିଟି ଖେଳାଳୀଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ ।

ଶନିବାର ଆଥଲେଟିକ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସେହିପରି ୱେଟ ଲିଫ୍ଟିଂରେ ମୀରାବାଇ ଚାନୁ ରୌପ୍ୟ, ବ୍ୟାଡମିଣ୍ଟନରେ ପି ଭି ସିନ୍ଧୁ ବ୍ରୋଞ୍ଜ, ବକ୍ସିଂରେ ଲଭଲିନା ବ୍ରୋଞ୍ଜ, ପୁରୁଷ ହକି ଟିମ୍ ବ୍ରୋଞ୍ଜ, ରେସଲିଂରେ ରବି କୁମାର ରୌପ୍ୟ, ବଜରଙ୍ଗ ପୁନିଆ ବ୍ରୋଞ୍ଜ ଜିତିଛନ୍ତି । 2020 ଟୋକିଓ ଅଲମ୍ପିକ୍ସରେ ଭାରତକୁ ମୋଟ 7ଟି ପଦକ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.