ETV Bharat / bharat

ବଢିଲା କୋଭିସିଲ୍ଡ ଟିକାର ଡୋଜ ନେବାର ବ୍ୟବଧାନ - କୋଭିସିଲ୍ଡ ଭ୍ୟାକ୍ସିନ

କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ସମୟ ବ୍ୟବଧାନ 12ରୁ 16 ସପ୍ତାହ ରଖିବା ନେଇ କୋଭିଡ ୱାର୍କିଂ ଗ୍ରୁପର ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ବଢିଲା କୋଭିସିଲ୍ଡ ଟିକାର ଡୋଜ ନେବାର ବ୍ୟବଧାନ
ବଢିଲା କୋଭିସିଲ୍ଡ ଟିକାର ଡୋଜ ନେବାର ବ୍ୟବଧାନ
author img

By

Published : May 13, 2021, 5:44 PM IST

ନୂଆଦିଲ୍ଲୀ: ପୁଣି ବଢିଛି କୋଭିସିଲ୍ଡ ଟିକା ଡୋଜ ନେବାର ବ୍ୟବଧାନ ଅବଧି । କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ସମୟ ବ୍ୟବଧାନ 12ରୁ 16 ସପ୍ତାହ ରଖିବା ନେଇ କୋଭିଡ ୱାର୍କିଂ ଗ୍ରୁପର ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଯେଉଁମାନେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇସାରିଛନ୍ତି ସେମାନେ ଏବେ 12ରୁ 16 ସପ୍ତାହ ବ୍ୟବଧାନ ମଧ୍ୟରେ ଦ୍ବିତୀୟ ଡୋଜ ନେଇପାରିବେ । ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ (NTAGI) କୋଭିଶିଲ୍ଡ ଟିକା ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ 12-16 ସପ୍ତାହକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା ।

ଗର୍ଭବତୀ ମହିଳାମାନଙ୍କୁ ଯେକୌଣସି କୋଭିଡ-19 ଟିକା ନେବାକୁ ଅନୁମତି ଦେବା ପାଇଁ କୁହାଯାଇଛି । ଏପରିକି ପ୍ରସବ ପରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଯେକୌଣସି ସମୟରେ ଇନୋକ୍ୟୁସନ୍ କରାଯାଇପାରିବ । NTAGI ଏହା ମଧ୍ୟ କହିଛି ଯେ ଯେଉଁମାନଙ୍କର ଲାବ୍ରୋଟାରୀ ପରୀକ୍ଷାରେ SARS-CoV-2 ପ୍ରମାଣିତ ହୋଇଥିବ, ସେମାନେ ସୁସ୍ଥ ହେବାର 6 ମାସ ପରେ ଟିକା ନେବେ ।

ଏହାପୂର୍ବରୁ କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ଏବେ ଅତିକମରେ 6ରୁ 8 ସପ୍ତାହର ବ୍ୟବଧାନ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.