ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ୱାରା ୨୦୨୧ -୨୨ ବର୍ଷ ନିମନ୍ତେ ପ୍ରମୁଖ ଫସଲ ଗୁଡିକର ଚତୁର୍ଥ ଅଗ୍ରୀମ ଅଟକଳ ଜାରି କରାଯାଇଛି । ଦେଶରେ ରେକର୍ଡ ୩୧୫.୭୨ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଅଟକଳ କରାଯାଇଛି। ଯାହା ୨୦୨୦ - ୨୧ ବର୍ଷରେ ଉତ୍ପାଦିତ ହୋଇଥିବା ଖାଦ୍ୟଶସ୍ୟ ତୁଳନାରେ ୪.୯୮ ମିଲିୟନ ଟନ ଅଧିକ ଅଟେ ।
-
वर्ष 2021-22 के लिए मुख्य कृषि फसलों के उत्पादन के चतुर्थ अग्रिम अनुमान के अनुसार देश में खाद्यान्न 315.72 मिलियन टन रिकार्ड उत्पादन का अनुमान है, जो वर्ष 2020-21 के दौरान के खाद्यान्न उत्पादन की तुलना में 4.98 मिलियन टन अधिक है...#AatmaNirbharKrishi pic.twitter.com/ddO5jHFmnh
— Narendra Singh Tomar (@nstomar) August 17, 2022 " class="align-text-top noRightClick twitterSection" data="
">वर्ष 2021-22 के लिए मुख्य कृषि फसलों के उत्पादन के चतुर्थ अग्रिम अनुमान के अनुसार देश में खाद्यान्न 315.72 मिलियन टन रिकार्ड उत्पादन का अनुमान है, जो वर्ष 2020-21 के दौरान के खाद्यान्न उत्पादन की तुलना में 4.98 मिलियन टन अधिक है...#AatmaNirbharKrishi pic.twitter.com/ddO5jHFmnh
— Narendra Singh Tomar (@nstomar) August 17, 2022वर्ष 2021-22 के लिए मुख्य कृषि फसलों के उत्पादन के चतुर्थ अग्रिम अनुमान के अनुसार देश में खाद्यान्न 315.72 मिलियन टन रिकार्ड उत्पादन का अनुमान है, जो वर्ष 2020-21 के दौरान के खाद्यान्न उत्पादन की तुलना में 4.98 मिलियन टन अधिक है...#AatmaNirbharKrishi pic.twitter.com/ddO5jHFmnh
— Narendra Singh Tomar (@nstomar) August 17, 2022
ଚାଉଳ, ମକା, ଚଣା, ଡାଲି ଜାତୀୟ ଶସ୍ୟ, ଧଳା ସୋରିଷ ଏବଂ କଳା ସୋରିଷ, ତୈଳ ବୀଜ ଏବଂ ଆଖୁ ରେକର୍ଡ ପରିମାଣର ଉତ୍ପାଦିତ ହେବା ଅଟକଳ କରାଯାଇଛି । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଏହି ରେକର୍ଡ ଉତ୍ପାଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସକ୍ଷମ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର କୃଷକ - ଅନୁକୂଳ ନୀତି ନିୟମ ତଥା କଠିନ ପରିଶ୍ରମୀ କୃଷକ ଓ ଉଦ୍ୟମୀ ବୈଜ୍ଞାନିକ ମାନଙ୍କର ଅଧିକ ପରିଶ୍ରମର ଫଳ ଅଟେ ।
ଚତୁର୍ଥ ଅଗ୍ରୀମ ଅଟକଳ ଅନୁସାରେ, ୨୦୨୧ - ୨୨ ବର୍ଷରେ ପ୍ରମୁଖ ଫସଲ ଗୁଡିକର ଆକଳନ କରାଯାଇଥିବା ରେକର୍ଡ ଉତ୍ପାଦନ ମଧ୍ୟରେ ରହିଛି, ଖାଦ୍ୟଶସ୍ୟ ୩୧୫.୭୨ ମିଲିୟନ ଟନ, ଚାଉଳ ୧୩୦.୨୯ ମିଲିୟନ ଟନ, ଗହମ ୧୦୬.୮୪ ମିଲିୟନ ଟନ, ପୁଷ୍ଟିକର ଖାଦ୍ୟଶସ୍ୟ, ମୋଟା ବା ଖଦଡା ଖାଦ୍ୟଶସ୍ୟ ୫୦.୯୦ ମିଲିୟନ ଟନ, ମକା ୩୩.୬୨ ମିଲିୟନ ଟନ, ଡାଲି ଜାତୀୟ ଫସଲ ୨୭.୬୯ ମିଲିୟନ ଟନ, ହରଡ ଡାଲି ୪.୩୪ ମିଲିୟନ ଟନ, ବିରି ୧୩.୭୫ ମିଲିୟନ ଟନ, ତୈଳ ବୀଜ ୩୭.୭୦ ମିଲିୟନ ଟନ, ଚିନାବାଦାମ ୧୦.୧୧ ମିଲିୟନ ଟନ, ସୋୟାବିନ ୧୨.୯୯ ମିଲିୟନ ଟନ, ଧଳା ଏବଂ କଳା ସୋରିଷ ୧୧.୭୫ ମିଲିୟନ ଟନ, ଆଖୁ ୪୩୧.୮୧ ମିଲିୟନ ଟନ , କପା ୩୧.୨୦ ମିଲିୟନ ଟନ ଝୋଟ ଏବଂ ମେସ୍ତା ୧୦.୩୨ ମିଲିୟନ ଟନ ।
ପୁଷ୍ଟିକର ଖାଦ୍ୟଶସ୍ୟ ମୋଟ ଉତ୍ପାଦନ ୫୦.୯୦ ମିଲିୟନ ଟନ ହେବ ବୋଲି ଆକଳନ କରିଛନ୍ତି ସରକାର । ଏହା ଗତ 5 ବର୍ଷ ସମୟ ମଧ୍ୟରେ ହୋଇଥିବା ହାରାହାରି ଉତ୍ପାଦନ ୪୬.୫୭ ମିଲିୟନ ଟନରୁ ୪.୩୨ ମିଲିୟନ ଟନ ଅଧିକ ଅଟେ ।