ETV Bharat / bharat

Ramon Magsaysay ଆୱାର୍ଡ ନେବାକୁ ମନାକଲେ କେରଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ

ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଉଚ୍ଚକୋଟୀର କାର୍ଯ୍ୟ ଲାଗି କେରଳ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଶୈଳଜାଙ୍କୁ ମାଗସେସେ ଆୱାର୍ଡ । ମାତ୍ର ଆୱାର୍ଡ ନେବାକୁ ମନା କଲେ ମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Sep 4, 2022, 5:08 PM IST

ମାଗସେସେ ଆୱାର୍ଡ ନେବାକୁ ମନାକଲେ କେରଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ

ଥିରୁଅନନ୍ତପୁରମ: ଏସିଆର ନୋବେଲ୍‌ ପୁରସ୍କାର ଭାବେ ପରିଚିତ ପ୍ରସିଦ୍ଧ 'ରମନ ମାଗସେସେ ଆୱାର୍ଡ' (Ramon Magsaysay Award)ନେବାକୁ ମନା କଲେ କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା (Former Kerala Health Minister K K Shailaja)। କୋରୋନା ମହାମାରୀ ଓ ନିପା ଭାଇରସ ଆତଙ୍କ ସମୟରେ ତାଙ୍କର ନିସ୍ବାର୍ଥପର କାର୍ଯ୍ୟ ଲାଗି ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବା ବେଳେ ସେ ଆୱାର୍ଡ ନେବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ଏ ନେଇ ପୂର୍ବତନ ମନ୍ତ୍ରୀ ଶୈଳଜା କହିଛନ୍ତି, "ଆମେ ଏ ସମ୍ପର୍କରେ ଆଲୋଚନା କଲୁ । ଏଥିରେ କେରଳ ସରକାରଙ୍କ ସ୍ବାସ୍ଥ୍ୟ ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଛି । ଆୱାର୍ଡକୁ ଯଥେଷ୍ଟ ସମ୍ମାନ ଜଣାଇ ମୁଁ କହୁଛି ଯେ ମୁଁ କିଛି ରାଜନୈତିକ କାରଣରୁ ଏହି ଆୱାର୍ଡ ଗ୍ରହଣ କରିପାରିବି ନାହିଁ । ତେବେ ଯେହେତୁ ସ୍ବାସ୍ଥ୍ୟ ପରିଚାଳନା କାର୍ଯ୍ୟ ଏକ ସାମୂହିକ କାର୍ଯ୍ୟ ଥିଲା । ଏଣୁ ବ୍ୟକ୍ତିଗତ ଭାବେ ଏହି ଆୱାର୍ଡକୁ ମୁଁ ଗ୍ରହଣ କରିପାରିବି ନାହିଁ । "

ସେ ଆହୁରି କହିଛନ୍ତି, "ଏହି ଆୱାର୍ଡକୁ ସେ କୌଣସି ରାଜନୋତଙ୍କ ହାତରେ ଦେଖିବାକୁ ଚାହୁଁନହାନ୍ତି । ଏଥିଲାଗି ସେ ଆୱାର୍ଡ ଗ୍ରହଣ କରିବାକୁ ମନା କରିଛନ୍ତି । ମୁଁ ଜଣେ କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ ମେମ୍ବର । ଏଣୁ ଆୱାର୍ଡକୁ ଗ୍ରହଣ କରିପାରିବି ନାହିଁ । "ଏହି ଆୱାର୍ଡ ସର୍ବଦା ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ, କୌଣସି ରାଜନେତାଙ୍କୁ ନୁହେଁ । ଏଥିଲାଗି ମନ୍ତ୍ରୀ ଶୈଳଜା ଏହି ଆୱାର୍ଡକୁ ଗ୍ରହଣ କରିନାହାନ୍ତି ।

ଏହା ବି ପଢନ୍ତୁ- ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲାବୋଲ, ରାମଲୀଳା ମୈଦାନରେ ଗର୍ଜିଲା ଦଳ

ତେବେ ସୂଚନା ଥାଉ କି ଏସିଆରେ ଏହି ଆୱାର୍ଡ ଗୁରୁତ୍ବ ଅଧିକ ରହିଛି । ଏହାକୁ ଏସିଆର ନୋବେଲ ପୁରସ୍କାର ଭାବେ ବିବେଚନ କରାଯାଏ । ଏହି ପୁରସ୍କାର ସେହି ବ୍ୟକ୍ତିତ୍ବଙ୍କୁ ଦିଆଯାଏ ଯେଉଁମାନେ ଏସିଆର ଲୋକଙ୍କ ପାଇଁ ନିସ୍ବାର୍ଥପର ସେବା ଯୋଗାଇଥାନ୍ତି । ଆସନ୍ତା ନଭେମ୍ବର ମାସରେ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ୨୦୨୧ ମସିହାରେ ୫ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

କେରଳରେ କୋରୋନା ମହାମାରୀର ତାଣ୍ଡବ ଦେଶରେ ସର୍ବାଧିକ ରହିଥିଲା । ଏହାର ପରିଚାଳନାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା । କୋରୋନା ମହାମାରୀ ପରେ ନିପା ଭାଇରସ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେବେ ସ୍ବାସ୍ଥ୍ୟ ବିଭାଗ ଅହରହ ଭାବେ ରାଜ୍ୟବାସୀଙ୍କୁ ସେବା ଯୋଗାଇ ଆସିଥିବା ବେଳେ ସେତେବେଳେ କେ. କେ ଶୈଳଜା ସ୍ବାସ୍ଥ୍ୟମନ୍ତ୍ରୀ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.