ETV Bharat / bharat

ଗୁଜୁରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ଦେହାନ୍ତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

author img

By

Published : Feb 21, 2023, 10:14 AM IST

ବରିଷ୍ଠ ବିଜେପି ନେତା ତଥା ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଗୁଜୁରାଟର ପୂର୍ବତନ ରାଜ୍ୟାପାଳ ଓପି କୋହଲିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ଓପି କୋହଲିଙ୍କ ଦେହାନ୍ତ ହୋଇଛି । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ଦୁଇରୁ ତିନି ମାସ ଧରି ସେ ଅସୁସ୍ଥ ଥିବାବେଳେ ସୋମବାର ନୋଏଡା ସ୍ଥିତ ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ଆଜି ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ଓପି କୋହଲିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଟ୍ବିଟ କରିଛନ୍ତି, ଓପି କୋହଲିଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଦିଲ୍ଲୀରେ ଆମ ପାର୍ଟିକୁ ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସାଂସଦ ତଥା ରାଜ୍ୟପାଳ ଭାବରେ ସେ ଜନକଲ୍ୟାଣ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ସେ ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ଅଧିକ ଆଗ୍ରହୀ ଥିଲେ । କୋହଲିଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି ।

  • Saddened by the passing away of Shri OP Kohli Ji. He played a key role in strengthening our Party in Delhi. As MP and Governor, he focused on issues of public welfare. He was also passionate about the education sector. My thoughts are with his family. Om Shanti. pic.twitter.com/s6OO0mrkGZ

    — Narendra Modi (@narendramodi) February 20, 2023 " class="align-text-top noRightClick twitterSection" data=" ">

ଓପି କୋହଲି ବିଜେପି ଦଳରେ ଜଣେ ବହୁତ ଭଲ ନେତା ଥିଲେ । ତାଙ୍କ ନେତୃତ୍ବରେ ହଜାର ହଜାର ନେତା ଓ କର୍ମୀଙ୍କ ଦ୍ବାରା ଦଳ ସୁଦୃଢ ହୋଇପାରିଛି । କୋହଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର ସ୍ବେଚ୍ଛାସେବୀ ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ଏବିଭିପି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସହିତ ବିଭିନ୍ନ ଦକ୍ଷତା ସହ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

ଜାନୁଆରୀ 1991ରେ ଓପି କୋହଲି ରାଜନୀତିରେ ପ୍ରବେଶ କରି ଦିଲ୍ଲୀ ବିଜେପି ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ତିନି ଥର ସେ ଏହି ପଦରେ ରହିଥିବା ବେଳ ଦିଲ୍ଲୀ ତରଫରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ପଞ୍ଜାବ ଏବଂ ହରିୟାଣାର ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ । ସେ 2014 ରୁ 2019 ପର୍ଯ୍ୟନ୍ତ ଗୁଜୁରାଟର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇ ଥିବା ଦିଲ୍ଲୀ ବିଜେପି ଏକ ବିବୃତ୍ତିରେ କହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ ଗତକାଲି ତାଙ୍କ ଦେହାନ୍ତ ହୋଇଥିବା ବେଳେ ଦିଲ୍ଲୀର ନିଗମ ବୋଧ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.