ETV Bharat / bharat

ମୂଷାକୁ ଡ୍ରେନରେ ବୁଡାଇ ମାରିଦେଲା ଯୁବକ, ଥାନାରେ ରୁଜୁ ହେଲା ମାମଲା

author img

By

Published : Nov 28, 2022, 2:45 PM IST

ଉତ୍ତରପ୍ରଦେଶରେ ମୂଷାକୁ ହତ୍ୟା କରିବା ଘଟଣାରେ ଥାନାରେ ଏତଲା । ଅଭିଯୁକ୍ତଙ୍କ ନାମ ମନୋଜ ହୋଇଥିବା ସୂଚନା । କୋତବାଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା । ଅଧିକ ପଢନ୍ତୁ

ମୂଷାକୁ ଡ୍ରେନରେ ବୁଡାଇ ମାରିଦେଲା ଯୁବକ
ମୂଷାକୁ ଡ୍ରେନରେ ବୁଡାଇ ମାରିଦେଲା ଯୁବକ

ଲକ୍ଷ୍ନୌ: ମୂଷାକୁ ଡ୍ରେନରେ ବୁଡାଇ ମାରିଦେଲା ଯୁବକ । ଥାନାରେ ରୁଜୁ ହେଲା ମାମଲା । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଏଭଳି ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ । ବଦାୟୁଁରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି (FIR against rat killer in badaun) ।

ସୂଚନାଅନୁସାରେ, ଗତ ଗୁରୁବାର ଦିନ ମନୋଜ କୁମାର ନାମକ ଏକ ବ୍ୟକ୍ତି ପାନବଡିଆ ବିଦ୍ୟୁତ୍ ସବ୍ ଷ୍ଟେସନ ନିକଟରେ ଏକ ମୂଷାକୁ ଡ୍ରେନରେ ବୁଡାଇ ମାରିଦେଇଥିଲେ । ଏହି ସମୟରେ ପଶୁପ୍ରେମୀ ତଥା ପଶୁ କଲ୍ୟାଣ ବୋର୍ଡ କଲ୍ୟାଣର ଅଧିକାରୀ ବିକେନ୍ଦ୍ର ଶର୍ମା ଦେଖିଥିଲେ । ଅଭିଯୋଗ ଅନୁସାରେ ମନୋଜ ମୂଷାର ଲାଞ୍ଜରେ ପଥର ବାନ୍ଧି ଡ୍ରେନରେ ଫିଙ୍ଗି ଦେଇଥିଲେ । ଏହାପରେ ମୂଷା ବୁଡି ବୁଡି ମରି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ

ଏନେଇ ବିକେନ୍ଦ୍ର ଆନିମଲ ଆକ୍ଟ ଅନୁସାରେ ମନୋଜଙ୍କ ବିରୋଧରେ କୋତବାଲୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ମନୋଜକୁ ଅଟକ ରଖି ପଚାରଉଚରା କରି ଛାଡି ଦେଇଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ ମୂଷାକୁ IVRI ବରେଲି ପଠାଯାଇଥିଲା (Indian Veterinary Research Institute) । ରିପୋର୍ଟ ଆସିବା ପାଇଁ ସମୟ ଲାଗିବା ନେଇ ସୂଚନା ଦିଆଯାଇଛି । ତେବେ ରବିବାର ସନ୍ଧ୍ୟାରେ କୋତବାଲୀ ପୋଲିସ ଏକ ମାମଲା ରୁଜୁ କରିଛି (Police Lodges Case Against Man for Killing Rat)। ଧାରା 429 (ପଶୁକୁ ହତ୍ୟା) ଆଧାରରେ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ହରପାଲ ସିଂ ସୂଚନା ଦେଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବାକୁ 4ରୁ 5 ଦିନ ଲାଗିବ ଏବଂ ଏହା ପରେ ସତ୍ୟ ସାମ୍ନାକୁ ଆସିପାରିବ ।

ଧାରା 429

ମୂଷା, ହାତୀ, ଘୋଡା, ଓଟ, ବଳଦ, ଷଣ୍ଢ ଭଳି ଜନ୍ତୁଙ୍କୁ ହତ୍ୟା କରିବା, ବିଷ ଦେବା କିମ୍ବା ବିକଳାଙ୍ଗ କରିଲେ କିଛି ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.