ETV Bharat / bharat

Sidhu Moose Wala murder case: ମାସେ ମଧ୍ୟରେ ପୁତ୍ର ହତ୍ୟାର ନ୍ୟାୟ ନମିଳିଲେ ଦେଶ ଛାଡିବି, ଚେତାବନୀ ଦେଲେ ମୁସେଓ୍ବାଲାଙ୍କ ବାପା

author img

By

Published : Oct 30, 2022, 6:45 PM IST

ପୁତ୍ର ହତ୍ୟାର ନ୍ୟାୟ ନମିଳିବାରୁ ମର୍ମାହତ ସିଦ୍ଧୁ ମୁସେଓ୍ବାଲାଙ୍କ ପିତା ବଲକର ସିଂ । କହିଲେ ଯୋଜନାବଦ୍ଧ ହତ୍ୟାକୁ ଗ୍ୟାଙ୍ଗଓ୍ବାର ଦର୍ଶଇବା ପାଇଁ ଚେଷ୍ଟା କରୁଛି ପୋଲିସ । ମାସେ ମଧ୍ୟରେ ନ୍ୟାୟ ନମିଳିଲେ ଏତଲା ପ୍ରତ୍ୟାହାର କରି ଦେଶ ଛାଡି ଚାଲିଯିବି (father of Sidhu Moose Wala warn to leave country) । ଅଧିକ ପଢନ୍ତୁ

Sidhu Moose Wala murder case: ପୁତ୍ର ହତ୍ୟାର ନ୍ୟାୟ ନମିଳିଲେ ଦେଶ ଛାଡିବାକୁ ଚେତାବନୀ ଦେଲେ ବାପା

ଚଣ୍ଡିଗଡ: ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲେ ସୁଦ୍ଧା ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାର ବୋଲି କହୁଛି । ମାସେ ମଧ୍ୟରେ ନ୍ୟାୟ ନମିଳିଲେ ଅଭିଯୋଗ ପ୍ରତ୍ୟାହାର କରି ବିଦେଶ ଚାଲିଯିବାର ଚେତାବନୀ ଦେଇଛନ୍ତି ହତ୍ୟାର ଶିକାର ହୋଇଥିବା ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ପିତା ବଲକର ସିଂ (father of Sidhu Moose Wala warn to leave country)।

  • My child was murdered in a planned way. Police want to show it as a gang war incident. I've sought time from DGP to hear my problems. I'll wait for a month, if nothing happens, I'll withdraw my FIR & leave the country: Balkaur Singh, father of late Punjabi singer Sidhu Moose Wala pic.twitter.com/tZ77FT0AaC

    — ANI (@ANI) October 30, 2022 " class="align-text-top noRightClick twitterSection" data=" ">

ବଲକର ସିଂ କହିଛନ୍ତି ‘‘ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା । କିନ୍ତୁ ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାର ଜନିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛି । ଏ ସମ୍ପର୍କରେ ମୁଁ ଏକାଧିକ ଥର ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ନ୍ୟାୟ ପାଇବା ପାଇଁ ପ୍ରୟାସ କରିସାରିଛି । କିନ୍ତୁ କୌଣସି ସୁଫଳ ମିଳନି । ଏବେ ମାସେ ଅପେକ୍ଷା କରିବି, ନଭେମ୍ବର 25 ସୁଦ୍ଧା ନ୍ୟାୟ ନମିଳିଲେ ନିଜ ପୁତ୍ରକୁ ହତ୍ୟା ନେଇ କରିଥିବା ଏତଲା ପ୍ରତ୍ୟାହାର କରିବା ସହ ଦେଶ ଛାଡି ଚାଲିଯିବି (father of Sidhu Moose Wala warn to police)।’’

5 ମାସ ପୂର୍ବେ ( ମେ ୨୯ ତାରିଖରେ) ପଞ୍ଜାବର ମାନସାରେ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ କିଛି ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ ଗୁଳି କରି ହତ୍ୟା କରିଥିଲେ । ତାଙ୍କୁ ଦିଆଯାଇଥିବା ସରକାରୀ ସୁରକ୍ଷା ହଟାଯିବାର ଗୋଟିଏ ଦିନ ପରେ ହିଁ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପଏଣ୍ଟ ବ୍ଲାଙ୍କ୍‌ ରେଞ୍ଜ୍‌ରୁ ତାଙ୍କୁ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ ହତ୍ୟାକାରୀ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ସହଯୋଗୀ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତଦନ୍ତ ପରେ ଏହି ହତ୍ୟାକାଣ୍ଡ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ତାର ପଳାତକ ଗ୍ୟାଙ୍ଗଷ୍ଟାର ଘନିଷ୍ଠ ବନ୍ଧୁ ଗୋଲ୍ଡି ବ୍ରାରର ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁସେଓ୍ବାଲାଙ୍କ ପିତା ଓ ପରିବାର । ଏପରି କି ସିଦ୍ଧୁଙ୍କ ବାପା ସିଧା ଦେଶ ଛାଡିବାର ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.