ETV Bharat / bharat

ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ପଶିଲା ହାତୀ, ଭୟରେ କ୍ୟାମ୍ପ୍‌ ଖାଲି କଲେ ଯବାନ - ହାତୀ ଭୟରେ କ୍ୟାମ୍ପ୍‌ ଖାଲି କଲେ ଯବାନ

ଉତ୍ପାତ କଲା ହାତୀ । ଭୟରେ କ୍ୟାମ୍ପ ଖାଲି କଲେ ଯବାନ । ବିନ୍ନଗୁଡ଼ି ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି(elephant ruckus in Binnaguri army camp) । ଅଧିକ ପଢ଼ନ୍ତୁ

ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ପଶିଲା ହାତୀ, ଭୟରେ କ୍ୟାମ୍ପ୍‌ ଖାଲି କଲେ ଯବାନ

author img

By

Published : Sep 6, 2022, 3:53 PM IST

କୋଲକାତା: ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ ଭିତରେ ପଶି ଉତ୍ପାତ କଲା ହାତୀ । ଭୟରେ କ୍ୟାମ୍ପ ଖାଲି କଲେ ଯବାନ(elephant ruckus in Binnaguri army camp) । ପଶ୍ଚିମବଙ୍ଗର ବିନ୍ନଗୁଡ଼ି ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାପୂର୍ବରୁ କ୍ୟାମ୍ପ ଉପରେ ହାତୀ ଆକ୍ରମଣ କରି ସାରିଛି । ବର୍ତ୍ତମାନ ପୁନଃ କ୍ୟାମ୍ପ ଭିତରେ ହାତୀ ପଶି ଭଙ୍ଗାରୁଜା କରିଛି । ଏହାକୁ ନେଇ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ରେ ପଶିଲା ହାତୀ, ଭୟରେ କ୍ୟାମ୍ପ୍‌ ଖାଲି କଲେ ଯବାନ

କ୍ୟାମ୍ପ ଭିତରେ ହାତୀ ପଶିଥିବା ନେଇ ଆର୍ମୀ କ୍ୟାମ୍ପ ପକ୍ଷରୁ କୌଣସି ସୂଚନା ପ୍ରଦାନ କରଯାଇନାହିଁ । ତେବେ କ୍ୟାମ୍ପ ନିକଟରେ ଥିବା ଗ୍ରାମବାସୀ ଘଟଣାର ସତ୍ୟତା ନେଇ ସୂଚନା ପ୍ରଦାନ କରିଛନ୍ତି । ବିନ୍ନଗୁଡ଼ି ଆର୍ମୀ କ୍ୟାମ୍ପ ହସ୍ପିଟାଲ୍‌ ପରିସରରେ ଦୁଇ ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଅଧିକାଂଶ ସମୟରେ କ୍ୟାମ୍ପ ନିକଟରେ ହାତୀ ବିଚରଣ କରୁଥିବା ନଜିର ରହିଛି ।

ହାତୀପଲ ଅନେକ ସମୟରେ କ୍ୟାମ୍ପ ଭିତରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି । ତେବେ ପୁନଃ ଦୁଇ ହାତୀ ପଶି ହସ୍ପିଟାଲ୍‌ରେ ଭଙ୍ଗାରୁଜା କରିଛନ୍ତି । ଖାଦ୍ୟ ଅନ୍ବେଷଣରେ ହାତୀପଲ ବାରମ୍ବାର କ୍ୟାମ୍ପ ଭିତରକୁ ପ୍ରବେଶ କରୁଥିବା ଅନୁମାନ କରାଯାଉଛି । ହାତୀ କାହାକୁ ଆକ୍ରମଣ କରି ନଥିଲେ ସୁଦ୍ଧା ଆର୍ମୀ କ୍ୟାଣ୍ଟିନ୍‌ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । କ୍ୟାଣ୍ଟିନ୍‌ରେ କିଛି ଖାଦ୍ୟ ଖାଇବା ପରେ ପୁନଃ ଦୁଇ ହାତୀ ଜଙ୍ଗଲକୁ ଫେରି ଯାଇଥିବା ସୂଚନା ମିଳିଛି ।

ଏହି ଘଟଣାକୁ ନେଇ ଆର୍ମୀ ପକ୍ଷରୁ ଗୋରୁମାରା ବନ ଉପଖଣ୍ଡ ବିନ୍ନାଗୁଡ଼ି ରେଞ୍ଜ୍‌କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ତେବେ ବନ ବିଭାଗକୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନଥିବା କଥା କହିଛନ୍ତି ରେଞ୍ଜର । ଏହାକୁ ନେଇ ରେଞ୍ଜର ରାଜକୁମାର ରଏ କହିଛନ୍ତି, "ବିନ୍ନାଗୁଡ଼ି ଆର୍ମୀ କ୍ୟାମ୍ପ୍‌ରେ ଅନେକ ସମୟରେ ହାତୀପଲ ପଶିଥାଆନ୍ତି । ଏଥିରେ ନୂଆ କିଛି ନାହିଁ । ତେବେ ଏହାକୁ ଆର୍ମୀ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଆମକୁ ସୂଚନା ମିଳିଲେ ଆମେ ଅନୁମତିର ସହ କ୍ୟାମ୍ପ ଭିତରକୁ ଯିବୁ । କିନ୍ତୁ ହସ୍ପିଟାଲ ଭିତରେ ହାତୀ ପଶିଥିବା ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.