ETV Bharat / bharat

UP Poll: ଭିନ୍ନକ୍ଷମ ସ୍ତ୍ରୀଙ୍କୁ ରିକ୍ସାରେ ଧରି ଭୋଟ ଦେବାକୁ ପହଞ୍ଚିଲେ ବୃଦ୍ଧ - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ

ନିଜେ ଅଣ୍ଟା ସଳଖି ଠିଆ ହୋଇପାରୁନାହାନ୍ତି । ହେଲେ ଭୁଲିନାହାନ୍ତି ନିଜ ଦାୟିତ୍ବବୋଧ । ଭୋଟ ଦେବା ପାଇଁ ସାଥୀରେ ଭିନ୍ନକ୍ଷମ ପତ୍ନୀଙ୍କୁ ରିକ୍ସାରେ ଧରି ପହଞ୍ଚିଛନ୍ତି ମତଦାନ ଲାଗି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ସମୟରେ ଦେଖିବାକୁ ମିଳିଛି ଏହି ବିରଳ ଦୃଶ୍ୟ । ଅଧିକ ପଢନ୍ତୁ

UP Poll: ଭିନ୍ନକ୍ଷମ ସ୍ତ୍ରୀଙ୍କୁ ରିକ୍ସାରେ ଧରି ଭୋଟ ଦେବାକୁ ପହଞ୍ଚିଲେ ବୃ୍ଦ୍ଧ

author img

By

Published : Mar 7, 2022, 4:04 PM IST

ଲକ୍ଷ୍ନୌ: ସମସ୍ତ ଅସୁବିଧାକୁ ପଛରେ ପକାଇ ମତଦାନ ପ୍ରତି ନିଜର ଦାୟିତ୍ବବୋଧକୁ ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ଜଣେ ବୃଦ୍ଧ । ଆଜି(ସୋମବାର) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ସେ ନିଜ ଭିନ୍ନକ୍ଷମ ପତ୍ନୀଙ୍କୁ ରିକ୍ସାରେ ଧରି ବୁଥରେ ପହଞ୍ଚିଛନ୍ତି । ବୃଦ୍ଧ ଜଣକ ନିଜେ ଭଲରେ ଅଣ୍ଟା ସଳଖି ଠିଆ ହୋଇପାରୁନଥିବା ବେଳେ ଏପରି ଢଙ୍ଗରେ ବୁଥରେ ପହଞ୍ଚି ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବାବେଳେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି ।

  • #WATCH | Azamgarh: An elderly person reaches polling booth by pulling a cart, with his wife who has a fracture & a handicapped woman on it. "I've back problem & my wife also not well, hence, used this cart. We've no expectations. Can Rs 500, 1000 (given by state)cure us?" he said pic.twitter.com/tn0RcvwMrC

    — ANI UP/Uttarakhand (@ANINewsUP) March 7, 2022 " class="align-text-top noRightClick twitterSection" data=" ">

ଆଜମଗଡ଼ଠାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ହରିଲାଲ ପ୍ରଜାପତି(୭୬)ଙ୍କ କହିବାନୁସାରେ ସେ ଅନ୍ୟ କୌଣସି ଯାନରେ ଆସିବାକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନୁହେଁ । ତାଙ୍କର ଅଣ୍ଟା ଯନ୍ତ୍ରଣା ଥିବାବେଳେ ମହିଳା ଜଣକ ଭିନ୍ନକ୍ଷମ । ତାଙ୍କର କୌଣସି ଆବଶ୍ୟକତା ନାହିଁ । ତେବେ ୫୦୦ କି ୧୦୦୦ ଟଙ୍କା( ଭୋଟ ଦଳକୁ ଦେବା ପାଇଁ ଟଙ୍କା ଦେଇଥିବା ନିର୍ଦ୍ଦିଷ୍ଟ ରାଜନୈତିକ ଦଳ) ତାଙ୍କୁ ସୁସ୍ଥ କରାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ହରିଲାଲଙ୍କ ପତ୍ନୀ ଅଝୁ(୭୦) ଏ ନେଇ କହିଛନ୍ତି ଯେ ସେ ଦିନେ ପଡ଼ିଯିବା ପରେ ତାଙ୍କର ହାତ ଭାଙ୍ଗିଯିବା ସହିତ ଅନ୍ୟ ଅଙ୍ଗରେ ମଧ୍ୟ ଆଘାତ ଲାଗିଥିଲା । ଫଳରେ ସେ ସିଧା ଠିଆ ହୋଇପାରନ୍ତିନି । ଏଭଳି ସ୍ଥିତିରେ ମଧ୍ୟ ସେମାନେ ତାଙ୍କ ଭୋଟକୁ ବ୍ୟର୍ଥ ଦେବାକୁ ଚାହୁଁନଥିବାରୁ ଭୋଟ ଦେବାକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି । ତେବେ ଏହି ଦମ୍ପତି ସରକାରଙ୍କ ସହାୟତା ଆଶାରେ ଭୋଟ ଦେବାକୁ ପହଞ୍ଚିଥିବା ମଧ୍ୟ କହିଛନ୍ତି ।

ତେବେ ସୂଚନା ଥାଉ କି ଆଜମଗଡ଼ ନିର୍ବାଚନ ମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦. ୦୬ ପ୍ରତିଶତ ମତଦାନ ଶେଷ ହୋଇଛି । ସେପଟେ ରାଜ୍ୟର ଅନ୍ୟ ସ୍ଥାନମାନଙ୍କ ମଧ୍ୟରେ ବାରଣାସୀ, ଚନ୍ଦୌଲୀ, ଭଦୋହୀ, ମିର୍ଜାପୁର, ରୌବର୍ଟ୍ସଗଞ୍ଜ, ଗାଜିପୁର, ମଉ ଓ ଜୌନପୁର ଜିଲ୍ଲାର ୫୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିବ ।

ଏହି ପ୍ରକ୍ରିୟାକୁ ସ୍ବତନ୍ତ୍ର, ଶୃଙ୍ଖଳା ଓ ଭୟମୁକ୍ତ ସହିତ ଶେଷ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ ୧୦ ତାରିଖଠାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୫୪ ଟି ଆସନ ପାଇଁ ମୋଟ ୬୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.