ETV Bharat / bharat

ଭୂକମ୍ପରେ ଥରୁଥିଲା ହସ୍ପିଟାଲ, ଶିଶୁ ଜନ୍ମ କରାଇଲେ ଡାକ୍ତର

author img

By

Published : Mar 22, 2023, 3:40 PM IST

ଶକ୍ତିଶାଳୀ ଭୂମିକମ୍ପ ସମୟରେ ଥରହର ହେଉଥିବା ହସ୍ପିଟାଲେ । ଭୂକମ୍ପର ଭୟକୁ ଖାତିର ନକରି ଶିଶୁ ଜନ୍ମ କରାଇଲେ ଡାକ୍ତର । ଅଧିକ ପଢନ୍ତୁ

ଭୂମିକମ୍ପ ସମୟରେ ଶିଶୁ ଜନ୍ମ
ଭୂମିକମ୍ପ ସମୟରେ ଶିଶୁ ଜନ୍ମ
ଭୂମିକମ୍ପ ସମୟରେ ଶିଶୁ ଜନ୍ମ

ଶ୍ରୀନଗର: ମଙ୍ଗଳବାର ରାତିରେ ଉତ୍ତର ଭାରତରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଶକ୍ତିଶାଳୀ ଭୂମିକମ୍ପରେ ପୁରା ଦୋହଲି ଯାଇଥିବା କାଶ୍ମୀର ଉପତ୍ୟାକା । ଠିକ୍ ଏତିକି ବେଳେ କାଶ୍ମୀର ଅନନ୍ତନାଗର ଗୋଟିଏ ହସ୍ପିଟାଲରେ ଜନ୍ମ ନେଇଥିଲା ଏକ ଶିଶୁ । ଭୂମିକମ୍ପ ସମୟରେ ହସ୍ପିଟାଲର ବିଲ୍ଡିଂ ସମେତ ମେଡିକାଲ ଯନ୍ତ୍ରପାତି ଦୋହଲି ଯାଉଥିବା ବେଳେ ହସ୍ପିଟାଲର ଡାକ୍ତରମାନେ ଶିଶୁ ଜନ୍ମ କରାଇଥିଲେ । ଶିଶୁର ଜନ୍ମ ଲୋୟର ସେଗମେଣ୍ଟ ସିଜରିଆନ ସେକ୍ସନ ମାଧ୍ୟମରେ ହୋଇଥିଲା । ଅନନ୍ତନାଗର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଟ୍ବିଟରରେ ଏହି ପ୍ରସବ କାଳୀନ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଭିଡିଓକୁ ସେୟାର କରି ଲେଖିଛନ୍ତି, ଭୂମିକମ୍ପ ହେଉଥିବା ବେଳେ ଅନନ୍ତନାଗର ବିଜବେହାରା ଏସଡିଏଚ ହସ୍ପିଟାଲ ଡାକ୍ତର ଶିଶୁ ଜନ୍ମ କରାଉଛନ୍ତି । ସୁରୁଖୁରୁରେ ପ୍ରସବ ହୋଇଛି । ସବୁକିଛି ଠିକଠାକ୍ ହୋଇଥିବାରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଭିଡିଓରେ ଦେଖାଯାଇଛି, ଭୂକମ୍ପ ସମୟରେ ହସ୍ପିଟାଲ ଭିତରେ ଚିକିତ୍ସା ଉପକରଣଗୁଡିକ ଟଳମଳ ହେଉଛି । ହେଲେ ଏହାପ୍ରତି ଧ୍ୟାନ ନଦେଇ ଡାକ୍ତରମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଭୂମିକମ୍ପର ଭୟ ମଧ୍ୟରେ ବି ସେମାନେ ଶିଶୁ ଜନ୍ମ କରାଉଛନ୍ତି ।

ଏହାମଧ୍ୟ ପଢନ୍ତୁ: Earthquake in North india: ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ, ଆଫଗାନିସ୍ତାନ କେନ୍ଦ୍ରସ୍ଥଳ, ଘରୁ ବାହାରି ଆସିଲେ ଲୋକେ

ମଙ୍ଗଳବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ପ୍ରଭାବରେ ପୁରା କାଶ୍ମୀର ଉପତ୍ୟକା ଥରି ଯାଇଥିଲା । ଲୋକମାନେ ଭୟରେ ଘରୁ ବାହାରୁ ପଳାଇ ଆସିଥିଲେ । ପ୍ରକାଶଥାଉ କି, ଗତକାଲି ରାଜଧାନୀ ଦିଲ୍ଲୀ ସମେତ ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ରହିଥିଲା । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପାକିସ୍ତାନ ଓ ଆଫଗାନିସ୍ତାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଏଠାରେ ଏକାଧିକ ବିଲ୍ଡିଂ ଭୁଶୁଡି ପଡିଥିବାବେଳେ ଅନେକ କୋଠାରେ ଫାଟ ସୃଷ୍ଟି ହୋଇଛି ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନ ଓ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ୧୧ ମୃତ, ଶତାଧିକ ଆହତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.