ETV Bharat / bharat

ରେଳବାଇରେ ଚାକିରି ନାଁରେ ଅଢେଇ କୋଟି ଠକାମି, 2 ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

author img

By

Published : Feb 5, 2023, 11:04 PM IST

Updated : Feb 6, 2023, 6:38 AM IST

ରେଳବାଇରେ ଚାକିରି ନାଁରେ ଅଢେଇ କୋଟି ଠକାମି । 2 ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତାମିଲନାଡୁର 28 ଆଶାୟୀ ହୋଇଛନ୍ତି ଠକେଇର ଶିକାର । ଅଧିକ ପଢନ୍ତୁ

ରେଳବାଇରେ ଚାକାରି ନାଁରେ ଅଢେଇ କୋଟି ଠକାମି
ରେଳବାଇରେ ଚାକାରି ନାଁରେ ଅଢେଇ କୋଟି ଠକାମି

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରାଇ ଦେବା ଆଳରେ ବିଭିନ୍ନ ଆଶାୟୀଙ୍କଠାରୁ ପ୍ରାୟ ଅଢେଇ କୋଟି ଠକାମି କରିଥିଲେ ଦୁଇ ଦଲାଲ । ଆଜି 2 ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଆଜି(ରବିବାର) ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚାକିରି ପ୍ରଲୋଭନରେ ଠକାମିର ଶିକାର ହୋଇଥିବା ସମସ୍ତ 28 ଜଣ ଆଶାୟୀ ତାମିଲନାଡୁର ବୋଲି ଜଣାପଡିଛି । ସେହିପରି ଆଜି ଗିରଫ ଦୁଇ ଅଭିଯୁକ୍ତ କୋଏମ୍ବାଟୁର ବାସିନ୍ଦା ଶିବାରମଣ.ଭି ଏବଂ ଦିଲ୍ଲୀର ଗୋବିନ୍ଦପୁରୀ ବାସିନ୍ଦା ବିକାଶ ରାଣା ବୋଲି ପୋଲିସ ସ୍ପଷ୍ଟ କରିଛି ।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଅନୁଯାୟୀ, ଦିଲ୍ଲୀର ମହାଦେବ ମାର୍ଗରୁ ଶିବାରମଣ ଏବଂ ତାର ସହଯୋଗୀ ରାଣାକୁ ଦାର୍ଜିଲିଂରୁ ଗିରଫ କରାଯାଇଛି ​। ତାମିଲନାଡୁ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଚାକିରି ଏବଂ ତାଲିମ ଦେବାର ପ୍ରତିଶୃତି ଦେଇ ଏମାନେ ପ୍ରାୟ 28 ଆଶାୟୀଙ୍କଠାରୁ ଅଢେଇ କୋଟି ଟଙ୍କା ସଂଗ୍ରହ କରିଥିଲେ । ଏହାଏକ ଚାକିରି ଦଲାଲି ରାକେଟ ବୋଲି ପୋଲିସ କହିଛି । ଏହି ଗିରଫ ଅଭିଯୁକ୍ତମାନେ ସେହି ଗ୍ୟାଙ୍ଗର ସଦସ୍ୟ । ରାକେଟର ମୁଖ୍ୟକୁ ମଧ୍ୟ ଚିହ୍ନଟ କରାଯାଇଛି । ଗ୍ୟାଙ୍ଗର କିଙ୍ଗପିନ୍ ସତେନ୍ଦ୍ର ଦୁବେ ନାମକ ଜଣେ ବ୍ୟକ୍ତି ବୋଲି ପୋଲିସ କହିଛି । ତାକୁ ଗିରଫ ପାଇଁ ପ୍ରୟାସ ଜାରି ରହିଛି ବୋଲି ପୋଲିସ କହିଛି ।

ଏହି ଉଭୟ ଅଭିଯୁକ୍ତ ନିଜକୁ ରେଳ ବିଭାଗର ବଡ ଅଧିକାରୀ ବୋଲି ପରିଚୟ ଦେଇ ଆଶାୟୀଙ୍କୁ ନିଯୁକ୍ତି ପ୍ରତିଶୃତି ଦେଉଥିଲେ । ପରେ ଏଥିପାଇଁ ଟଙ୍କା ସଂଗ୍ରହ କରୁଥିଲେ । କିଛି ଦିନ ପରେ ଏମାନଙ୍କ ସହ ଯୋଗାଯୋଗ ସମ୍ଭବ ହେଉନଥିଲା । ଏବେ ଏମାନଙ୍କୁ ଗିରଫ ପରେ ପୋଲିସ ପୁରା ରାକେଟ ଠାବ କରିବା ପାଇଁ ଅଣ୍ଟା ଭିଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2023, 6:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.