ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ନପାରି ଆତ୍ମହତ୍ୟା କଲେ ଡାକ୍ତର - ମାନସିକ ରୋଗୀ

କୋରୋନା ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ବେଳେ ଲୋକଙ୍କୁ କରୁଛି ମାନସିକ ରୋଗୀ । ଏନେଇ ଦିଲ୍ଲୀର ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ସେ କୋରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କଲେ ଦିଲ୍ଲୀର ଜଣେ ଡାକ୍ତର

author img

By

Published : May 2, 2021, 1:57 PM IST

ନୂଆଦିଲ୍ଲୀ: ମହାମାରୀ ରୂପ ନେଇଥିବା କୋରୋନାର ଦ୍ବିତୀୟ ଲହର ଏବେ ଭାରତରେ ତାଣ୍ଡବ ରଚୁଛି । କୋରୋନା ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ବେଳେ ଲୋକଙ୍କୁ କରୁଛି ମାନସିକ ରୋଗୀ । ବିଶ୍ୱର ଅଧିକାଂଶ ଲୋକେ ମାନସିକ ଅବସାଦ ଓ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ । କୋରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀର ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର। ସେ ଆଇସିୟୁରେ ପ୍ରାୟ ଏକ ମାସ ଧରି କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ମୃତକଜଣକ ହେଲେ ଉତ୍ତରପ୍ରଦେଶ ଗୋରଖପୁରର ବାସିନ୍ଦା ଡାକ୍ତର ବିବେକ ରାୟ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ବର୍ଷ ହୋଇଥିଲା।

ମୃତ ଡାକ୍ତରଙ୍କ ସହକର୍ମୀଙ୍କ କହିବା ମୁତାବକ, ସେ ଗତ ଏକ ମାସ ଧରି କୋଭିଡ ଡ୍ୟୁଟିରେ ଥିଲେ ଏବଂ ଆଇସିୟୁରେ ଥିବା ରୋଗୀଙ୍କ ଚିକିତ୍ସା କରୁଥିଲେ । ଏବଂ ସେ ପ୍ରତିଦିନ ପ୍ରାୟ ସାତରୁ ଆଠ ଜଣ ରୋଗୀଙ୍କୁ ସିପିଆର ଯୋଗାଉଥିଲେ । ହେଲେ ଏତେ ଉଦ୍ୟମ ସତ୍ତ୍ୱେ ଅନେକ ଲୋକଙ୍କୁ ବଞ୍ଚାଇ ପାରୁନଥିବାରୁ ସେ ବହୁତ ଚିନ୍ତାଗ୍ରସ୍ତ ଥିଲେ । ଜଣେ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଭାବରେ ସେ ମହାମାରୀ ସମୟରେ ଶହ ଶହ ଜୀବନ ରକ୍ଷା କରିଥିଲେ। ହେଲେ ମାନସିକ ସ୍ତରରେ ପଡ଼ୁଥିବା ଏହାର ପ୍ରଭାବକୁ କିପରି ମୁକାବିଲା କରାଯାଇ ପାରିବ ।

ସୂଚନା ମୁତାବକ, ଡାକ୍ତର ବିବେକ ରାୟ ଗତ ନଭେମ୍ବର ମାସରେ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ଏବେ ୨ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ନିଜ ବାସଭବନରେ ଡାକ୍ତର ବିବେକ ରାୟ ଆତ୍ମହତ୍ୟା କରିଥିବା ବେଳେ ସେହି ସ୍ଥାନରୁ ମିଳିଥିବା ସୁଇସାଇଡ ନୋଟରେ ଏନେଇ ସେ କାହାକୁ ଦାୟୀ କରିନାହାନ୍ତି। ତେବେ ଜଣେ ଯୁବ ଡାକ୍ତରଙ୍କ ଏହି ମୃତ୍ୟୁ କୌଣସି ହତ୍ୟାଠାରୁ କମ୍ ନୁହେଁ ଯାହା ମୌଳିକ ସ୍ୱାସ୍ଥ୍ୟ ଅଭାବରୁ ନିରାଶା ସୃଷ୍ଟି କରିଛି ବୋଲି ଭାରତୀୟ ମେଡିକାଲ ଆସୋସିଏସନର ପୂର୍ବତନ ଜାତୀୟ ସଭାପତି ଡ. ରବି ୱାଙ୍ଖେଡକର କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.