ଚେନ୍ନାଇ: ବିବାହ ଉତ୍ସବରେ ନବଦମ୍ପତିଙ୍କୁ ବିଭିନ୍ନ ପ୍ରକାରର ଗିଫ୍ଟ ମିଳୁଥିବା ବେଳେ କିଛି ଲୋକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ମଧ୍ୟ ଗିଫ୍ଟ ଆକାରରେ ଦେଇଥାନ୍ତି । ଦେଶରେ ପେଟ୍ରୋଲ ଦର ବଢିବାରେ ଲାଗିଥିବା ବେଳେ ଏହାକୁ ନେଇ କୌତୁହଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ବାହାଘର ପୁରସ୍କାରରେ ନବଦମ୍ପତିଙ୍କୁ ମିଳିଛି 5 ଲିଟରର ପେଟ୍ରୋଲ । ତେବେ ଏଭଳି ଘଟଣା ତାମିଲନାଡୁ ଚେନ୍ନାଇ ସହରର ମାଦୁରାଭୋୟାଲ ଅଞ୍ଚଳରେ ଦେଖିବାକୁ ମିଳିଛି ।
କୋରୋନା ମହାମାରୀ ପରେ ଦେଶରେ ପେଟ୍ରୋଲ ଦର ବଢିବାରେ ଲାଗିଛି । ପେଟ୍ରୋଲ ଲିଟର ପିଛା 91.45 ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ଟ 84.77 ପଇସାରେ ବିକ୍ରି ହେଉଛି । ତେବେ ଏହି ସମୟରେ ବାହାଘରରେ ପେଟ୍ରୋଲଠାରୁ ଆଉ ଭଲ ଗିଫ୍ଟ କ'ଣ ହୋଇପାରେ ? ଏହି ନବ ଦମ୍ପତି କାର୍ତ୍ତିକ ଓ ସାରାନ୍ୟାଙ୍କୁ ବିବାହ ଉପହାର ସ୍ବରୂପ 5 ଲିଟର ପେଟ୍ରୋଲ, ପିଆଜ ହାର ଓ ସିଲିଣ୍ଡର ମିଳିଥିବା ଜଣାପଡିଛି ।
ବିବାହ ଗିଫ୍ଟରେ ଏହି ଦ୍ରବ୍ୟ ମିଳିବା ପରେ ଉତ୍ସବରେ ହସର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ତାମିଲନାଡୁରେ ପେଟ୍ରୋଲ ଲିଟର ପିଛା 92 ଟଙ୍କାରେ ବିକ୍ରି ହେଉଥିବା ବେଳେ ଗ୍ୟାସ ସିଲିଣ୍ଡର 900 ଟଙ୍କାରେ ବିକ୍ରି ହେଉଛି । ଏହି ଗିଫ୍ଟ ନବଦମ୍ପତିଙ୍କ ବନ୍ଧୁମାନେ ଦେଇଥିବା ବେଳେ ଏହାକୁ ଉପସ୍ଥିତ ଲୋକମାନେ ସମର୍ଥନ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ